)
ସେପଟେ, କେନ୍ଦ୍ରାପଡା ଅଟୋନମସ୍ କଲେଜ୍ ରେ ଶପଥ ଗ୍ରହଣ ଉତ୍ସବ ବାତିଲ ହୋଇଥିବା ସୂଚନା ମିଳିଛି। ଭୋଟ୍ ଗଣତିରେ ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ବରରେ ଥିବା ରମାଦେବୀ ୟୁନିଭରସିର୍ଟିରେ ବିସିଜେଡି(BCJD) ଜିତିଛି। ସୋନାଲି ବେହେରା ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହ ବଢ଼ିଛି। ଦୀର୍ଘ ଦିନର ଉତ୍କଣ୍ଠା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି।