• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Road Accident:ଶ୍ରଦ୍ଧାଳୁଙ୍କ ଉପରକୁ ମାଡି଼ଗଲା ଟ୍ରକ୍, ୧୨ ମୃତ; ଏକାଧିକ ଆହତ

Road Accident:ଶ୍ରଦ୍ଧାଳୁଙ୍କ ଉପରକୁ ମାଡି଼ଗଲା ଟ୍ରକ୍, ୧୨ ମୃତ; ଏକାଧିକ ଆହତ

Road Accident: ଭୟଙ୍କର ଛାତିଥରା ଦୁର୍ଘଟଣା। ଏମିତି ବି ଆସେ ମୃତ୍ୟୁ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

Written ByNarmada BeheraEdited ByNarmada Behera
Published: Oct 18, 2026, 07:50 AM IST|Updated: Oct 18, 2026, 07:53 AM IST
joinshare
Road Accident:ଶ୍ରଦ୍ଧାଳୁଙ୍କ ଉପରକୁ ମାଡି଼ଗଲା ଟ୍ରକ୍, ୧୨ ମୃତ; ଏକାଧିକ ଆହତ
Image Credit: Road Accident:ଶ୍ରଦ୍ଧାଳୁଙ୍କ ଉପରକୁ ମାଡି଼ଗଲା ଟ୍ରକ୍, ୧୨ ମୃତ; ଏକାଧିକ ଆହତ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Road Accident: ଭୟଙ୍କର ଛାତିଥରା ଦୁର୍ଘଟଣା। ଏମିତି ବି ଆସେ ମୃତ୍ୟୁ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଧ୍ୟପ୍ରଦେଶର ଗ୍ବାଲିୟରର ଶୀତଳ ମାତା ମନ୍ଦିରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

    ALSO READ: Chorbagan Puja Stampede Death Toll:କୋଲକାତାରେ ଚୋରବାଗାନ୍ ଦୁର୍ଗାପୂଜା ମଣ୍ତପରେ ଦଳାଚକଟା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

    ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୧ ଟା ସମୟରେ ମଧ୍ୟପ୍ରଦେଶର ଗ୍ବାଲିୟର ନିକଟ ରେ ଥିବା ଏକ ଶୀତଳାମାତା ମନ୍ଦିର ନିକଟରେ ପ୍ରାୟ ୪୦ ଜଣ ଭକ୍ତ ଏକାଠି ଠିଆ ହୋଇଥିଲେ। ଏହି ସମୟରେ ଏକ ପୋଲିସ୍  ଚେକ୍ ପଏଣ୍ଟ୍ କୁ ଭାଙ୍ଗି ଏକ ଟ୍ରକ୍ ଆସି ହଠାତ୍ ଏମାନଙ୍କ ଉପରେ ମାଡି ଯାଇଥିଲାଷ ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ରହିଥିବା ଜଣାପଡିଛି ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।  ପୋଲିସ୍ ଠାରୁ  ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏଏଏସପି  ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଗୁଡିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା ବେଳେ ଆହତଙ୍କୁ ଉଦ୍ଧାର ପରେ ହସପିଟାଲ୍ ପଠାଯାଇଛି। ଏବଂ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ୍। ସେପଟେ, ଏହି ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି।

     

    #WATCH | Madhya Pradesh | Early morning visuals from the spot where a truck ran over several people near Sheetla Mata Mandir in Gwalior, claiming the lives of 11 people and leaving 29 people injured https://t.co/zyoabIhQ8a

    — ANI (@ANI) October 18, 2026

     

    ଅନ୍ୟପଟେ, ରାଜସ୍ଥାନର କୋଟାରେ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେରେ ଶନିବାର ଦିନ ସକାଳେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।  ଏକ ମିନିବସ୍ ପ୍ରାୟ ୧୫ ଫୁଟ୍ ତଳକୁ ଖସିପଡିବାରୁ ୮ ଜଣ ପ୍ରାଣ ହରାଇଛନ୍ତି। ଏବଂ ବାକି ୧୭ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ,ମିନି ବସ୍ ଟି ଭୋପାଳରୁ ଖାଟୁଶ୍ୟାମ୍ ଅଭିମୁଖେ ଯାତ୍ରା କରୁଥିଲା। ସେଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ। ହେଲେ, ସକାଳ ପ୍ରାୟ ୬ଟାରେ  ସିମାଲିୟା ଥାନା କ୍ଷେତ୍ରରେ କରାଡିଆ ଟୋଲ୍ ପ୍ଲାଜା ନିକଟରେ ତାହ ନିୟନ୍ତ୍ରଣ ହରାଇ ଏକ ପୋଲ ଉପରୁ ନାଳକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ୍ ଗଲା ବାଟରେ ଆଉ ଜଣଙ୍କର ଜୀବନ ଯାଇଛି। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

     

    Add Zee News as a Preferred Source
    TAGS:
    Odia News