Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଏକ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ମଧ୍ୟରେ ଦୁର୍ଘଟଣାରେ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।...
#WATCH | Amravati, Maharashtra: Seven killed, around 19 injured in a road accident on Samruddhi Mahamarg in Amravati. The victims were travelling in a pickup vehicle carrying an idol of Goddess Durga, according to preliminary information. Visuals from the spot
(Source: Amravati… pic.twitter.com/tq4AD1xMbo— ANI (@ANI) October 2, 2026
ସୂଚନା ଅନୁସାରେ, ଶୁକ୍ରବାର ଏକ ଟେମ୍ପୋ ପିକଅପ୍ କିଛି ଶ୍ରଦ୍ଧାଳୁଙ୍କୁ ନେଇ ବୁଲଢାଣା ଜିଲ୍ଲାର ଶେଗାଓଁରୁ ଦୁର୍ଗାଦେବୀଙ୍କ ଦର୍ଶନ କରି ୱର୍ଧା ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ, ସମୃଦ୍ଧି ରାଜପଥ ପଛରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ପିକ୍ଅପ୍ ଟି ଖଣ୍ତ ଖଣ୍ତ ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେତେବେଳକୁ ଘଟଣାସ୍ଥଳରେ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବଂ ୧୯ ଜଣ ଲୋକେ ଆହତ ହୋଇଛନ୍ତି। ଅନେକ ଲୋକେ ଭିତରେ ଫସି ରହିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍ କୁ ପଠାଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।