• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସ୍ବପ୍ନ। ରାଜସ୍ଥାନର କୋଟା ଜିଲ୍ଲାର ଦିଲ୍ଲୀ ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେ ରେ ଘଟିଛି ଏହି ଦୁର୍ଘଟଣା।

Written ByNarmada BeheraEdited ByNarmada Behera
Published: Oct 17, 2026, 11:49 AM IST|Updated: Oct 17, 2026, 11:52 AM IST
joinshare
Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ
Image Credit: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Road Accident: ଭୟଙ୍କର ...ଛାତିଥର...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଜୀବନ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସ୍ବପ୍ନ। ରାଜସ୍ଥାନର କୋଟା ଜିଲ୍ଲାର ଦିଲ୍ଲୀ ମୁମ୍ବାଇ ଏକ୍ପପ୍ରେସ୍ ଓ୍ବେ ରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ALSO READ: PM Modi Odisha Visit: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

    ALSO READ: Rain Alert: ଆସୁଛି ଲଘୁଚାପ!ଏହି ସବୁ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଆଲର୍ଟ

    ସୂଚନା ଅନୁସାରେ, ଆଜି ସକାଳ ସମୟରେ ଏକ ଟ୍ରାଭେଲର ପ୍ରାୟ ୨୫ ଜଣଙ୍କୁ ନେଇ ଭୋପାଳରୁ ରାଜସ୍ଥାନର ଖାଟୁ ଶ୍ୟାମ୍ ମନ୍ଦିର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଗାଡି଼ଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୫ ଫୁଟ୍  ଗଭୀର ଏକ ରାସ୍ତା କଡ଼ ନାଳକୁ ଖସି ପଡି଼ଥିଲା।  ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଟିମ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ହେଲେ ନାଳରେ କାଦୁଅ ଓ ପାଣି ଜମି ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପରେ କ୍ରେନ୍ ସହାୟତାରେ ନାଳରୁ ଟ୍ରାଭେଲରକୁ ଉଠା ଯାଇଥିଲା। ସମସ୍ତ ମୃତାହତଙ୍କ ଘର ମଧ୍ୟପ୍ରଦେଶର ବେତୁଲର ହୋଇଥିବା ଜଣାପଡିଛି। ଟ୍ରାଭେଲରରେ ଅଧିକ ବୟସ୍କ ଓ ଶିଶୁ ଥିବା ଜଣାପଡ଼ିଛି। ପୋଲିସ୍ ଘଟଣାର ଅଧିକ ଛାନଭିନ୍ ଆରମ୍ଭ କରିଛି।


    ସେପଟେ, ସମ୍ବଲପୁରର ରେଢାଖୋଲ ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥର ଏକ ଡିଭାଇଡରରେ ପିଟି ହୋଇ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗାଡି଼ଟି ଛତିଶଡ ଅଞ୍ଚଳର ହୋଇଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ୍ ସୂଚନା ଅନୁସାରେ, ଗୋଟିଏ ପରିବାରର ୭ ଜଣ ସଦସ୍ୟ ରେଢାଖୋଲ୍ ଦେଇ ଛତିଶଗଡ ଯାତ୍ରା କରୁଥିଲେ। ହେଲେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। ପରେ ପୋଲିସ୍  ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ସମସ୍ତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା। ହେଲେ, ୩୦ ବର୍ଷୀୟ ଶେଖର ଗୁପ୍ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ଯୋଗୁଁ  ସେ ହସପିଟାଲ୍ ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣେ ମୃତକ ହେଲେ ୪୨ ବର୍ଷୀୟ ପାୟଲ୍ ଦାଶ ଗୁପ୍ତା। ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ପୋଲିସ୍ ଜବତ କରି ଛାନଭିନ୍ ଆରମ୍ଭ କରିଛି। 
     

    Add Zee News as a Preferred Source
    TAGS:
    Odia News