• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ଦଳାଚକଟା: ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ: ମୁଖ୍ୟମନ୍ତ୍ରୀ

Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ଦଳାଚକଟା: ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ: ମୁଖ୍ୟମନ୍ତ୍ରୀ

ଏହି ଘଟଣାର କାରଣ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସିପିଙ୍କ ପ୍ରାଥମିକ ସୂଚନା ଅନୁସାରେ, ଏକ ଘରୋଇ ସୁରକ୍ଷା ଏଜେନ୍ସିର ଘୋଷଣା ଏବଂ କିଛି ହୁଇସିଲ୍‌ ବଜାଇବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି।

Written ByPriyambada RanaEdited ByPriyambada Rana
Published: Oct 17, 2026, 11:48 PM IST|Updated: Oct 17, 2026, 11:56 PM IST
joinshare
Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ଦଳାଚକଟା: ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ: ମୁଖ୍ୟମନ୍ତ୍ରୀ
Image Credit: Kolkata Durga Puja Tragedy: କୋଲକାତା ଦୁର୍ଗାପୂଜା ଦଳାଚକଟା: ତଦନ୍ତ ପରେ ସତ୍ୟ ସାମ୍ନାକୁ ଆସିବ: ମୁଖ୍ୟମନ୍ତ୍ରୀ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kolkata Durga Puja Tragedy: ପଶ୍ଚିମବଙ୍ଗର ଉତ୍ତର କୋଲକାତାସ୍ଥିତ ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଭଳି ଅଘଟଣକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଦୁଃଖଦ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

     

    कोलकाता से अभी की बड़ी, दुर्गा पूजा पंडाल भगदड़ में 17 मौत की आशंका #Kolkata #DurgaPandal #Breaking #ZeeNews @himaninaithani https://t.co/psIApNG1ei

    — Zee News (@ZeeNews) October 17, 2026

    ଏହି ଘଟଣାର କାରଣ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସିପିଙ୍କ ପ୍ରାଥମିକ ସୂଚନା ଅନୁସାରେ, ଏକ ଘରୋଇ ସୁରକ୍ଷା ଏଜେନ୍ସିର ଘୋଷଣା ଏବଂ କିଛି ହୁଇସିଲ୍‌ ବଜାଇବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି।

    କୋଲକାତା ଦୁର୍ଗାପୂଜା ଦଳାଚକଟା: ୧୭ ମୃତ, ପୂଜା କମିଟି ଓ ସୁରକ୍ଷା ଏଜେନ୍ସିର ସଦସ୍ୟ ଅଟକ #KolkataDurgaPujaCrowdCrush https://t.co/o0TL4tMjqI

    — ZEE Odisha News (@ZeeOdisha) October 17, 2026

    ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ: ମୁଖ୍ୟମନ୍ତ୍ରୀ
    ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ କହିଛନ୍ତି, ତଦନ୍ତ ଶେଷ ହେବା ପୂର୍ବରୁ ସେ ଘଟଣାର କାରଣ ସମ୍ପର୍କରେ କୌଣସି ଚୂଡ଼ାନ୍ତ ମନ୍ତବ୍ୟ ଦେଇପାରିବେ ନାହିଁ। କିନ୍ତୁ ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
    ତାଙ୍କ କହିବା ଅନୁସାରେ, ଏହି ଘଟଣାରେ ପୂଜା କମିଟିର କିଛି ସଦସ୍ୟ ଏବଂ ଘରୋଇ ସୁରକ୍ଷା ଏଜେନ୍ସି ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଛି। ତଦନ୍ତରୁ ଘଟଣା ପଛରେ ଥିବା ପ୍ରକୃତ କାରଣ ଜଣାପଡ଼ିବ।

     

    ମୃତକଙ୍କ ପରିବାରକୁ ସମସ୍ତ ସହାୟତାର ପ୍ରତିଶ୍ରୁତି:
    ଏହି ଅଘଟଣକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭାବିତ ସମସ୍ତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଆହତଙ୍କ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ସହଯୋଗ କରିବା ପ୍ରଶାସନର ପ୍ରାଥମିକତା ରହିବ।

     
    ପୂର୍ବ ସୂଚନା ଅନୁସାରେ, ୧୭ ଜଣ ମୃତକଙ୍କ ମଧ୍ୟରୁ ୬ ଜଣଙ୍କ ପରିଚୟ ଚିହ୍ନଟ ହୋଇଥିଲା। ଆହତମାନଙ୍କୁ କୋଲକାତା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ପୂଜା ମଣ୍ଡପଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତିର ଆବଶ୍ୟକତା ପୁଣିଥରେ ସାମ୍ନାକୁ ଆସିଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ।

    Add Zee News as a Preferred Source
    TAGS:
    Trending News