• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /VIP Darshan: ମହାକାଳ ମନ୍ଦିରରେ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବିଜେପି ବିଧାୟକଙ୍କ ପୁଅଙ୍କ ଉପରେ ୧ ବର୍ଷର କଟକଣା

VIP Darshan: ମହାକାଳ ମନ୍ଦିରରେ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବିଜେପି ବିଧାୟକଙ୍କ ପୁଅଙ୍କ ଉପରେ ୧ ବର୍ଷର କଟକଣା

କିଛି ଦିନ ପୂର୍ବରୁ ରୁଦ୍ରାକ୍ଷ ଶୁକ୍ଳା ମନ୍ଦିରର ନିଷିଦ୍ଧ ଅଞ୍ଚଳରେ ମୋବାଇଲ୍‌ରେ ରିଲ୍ସ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ ନୀଳକଣ୍ଠ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଇ-କାର୍ଟରେ ଯାଉଥିବା ଏବଂ ମୋବାଇଲ୍‌ରେ ଭିଡିଓ ରେକର୍ଡ କରୁଥିବା ଦେଖାଯାଇଥିଲା। ମନ୍ଦିର ବାହାର ଅଞ୍ଚଳରୁ ଆରମ୍ଭ କରି ରୂପା ଦ୍ୱାର ପର୍ଯ୍ୟନ୍ତ ରିଲ୍ସ ତିଆରି କରାଯାଇଥିଲା। ଯେତେବେଳେ କି ଏହି ଅଞ୍ଚଳରେ ଭିଡିଓ ରେକର୍ଡିଂ ନିଷେଧ ରହିଛି।

Written ByPriyambada RanaEdited ByPriyambada Rana
Published: Nov 15, 2026, 04:25 PM IST|Updated: Nov 15, 2026, 04:30 PM IST
joinshare
VIP Darshan: ମହାକାଳ ମନ୍ଦିରରେ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବିଜେପି ବିଧାୟକଙ୍କ ପୁଅଙ୍କ ଉପରେ ୧ ବର୍ଷର କଟକଣା
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

    Double Engine Government: ଓଡ଼ିଶାର ଆବାସ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରତାରିତ କରିଛନ୍ତି: ବିଜେଡି

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ICC 2035 Schedule: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର, ୨୦୩୫ ଯାଏଁ ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କଲା ICC

    4

    Panchuka: ପଞ୍ଚୁକ ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି, ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    5

    Cyclone: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ! ୧୬ରେ ବାତ୍ୟା, ୧୭ରେ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    VIP Darshan: ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ନିୟମ ଉଲ୍ଲଂଘନ କରି ରିଲ୍ସ ତିଆରି କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବିଜେପି ବିଧାୟକ ଗୋଲୁ ଶୁକ୍ଳାଙ୍କ ପୁଅ ରୁଦ୍ରାକ୍ଷ ଶୁକ୍ଳାଙ୍କ ଉପରେ ମନ୍ଦିର ପ୍ରଶାସନ ଏକ ବର୍ଷ ପାଇଁ VIP ଦର୍ଶନ ଓ ପ୍ରୋଟୋକଲ୍ ସୁବିଧା ବନ୍ଦ କରିଛି। ଏଣିକି ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଧାଡ଼ିରେ ରହି ବାବା ମହାକାଳଙ୍କ ଦର୍ଶନ କରିବାକୁ ପଡ଼ିବ।

    ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ରୁଦ୍ରାକ୍ଷ ଶୁକ୍ଳା ମନ୍ଦିରର ନିଷିଦ୍ଧ ଅଞ୍ଚଳରେ ମୋବାଇଲ୍‌ରେ ରିଲ୍ସ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ ନୀଳକଣ୍ଠ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଇ-କାର୍ଟରେ ଯାଉଥିବା ଏବଂ ମୋବାଇଲ୍‌ରେ ଭିଡିଓ ରେକର୍ଡ କରୁଥିବା ଦେଖାଯାଇଥିଲା। ମନ୍ଦିର ବାହାର ଅଞ୍ଚଳରୁ ଆରମ୍ଭ କରି ରୂପା ଦ୍ୱାର ପର୍ଯ୍ୟନ୍ତ ରିଲ୍ସ ତିଆରି କରାଯାଇଥିଲା। ଯେତେବେଳେ କି ଏହି ଅଞ୍ଚଳରେ ଭିଡିଓ ରେକର୍ଡିଂ ନିଷେଧ ରହିଛି।

    इंदौर विधायक गोलू शुक्ला के पुत्र रुद्राक्ष की महाकाल मंदिर कांड मे अधिकारियो ने डर डर के प्रतिबंधित आदेश दिया. लिखा रुद्राक्ष शुक्ला नामक व्यक्ति. ना विधायक पिता का नाम, ना पता कुछ नहीं. जिस पिता के रसूख पर रौब झाड़ते वो ही गायब https://t.co/aLUhPCcus3

    — SanjayGupta_Journalist (@sanjaygupta1304) November 15, 2026

    ରୁଦ୍ରାକ୍ଷ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଥିଲେ। ପରେ ଭିଡିଓଟି ଭାଇରାଲ୍ ହେବା ପରେ ଏହାକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା। ମନ୍ଦିରର ନିୟମ ଓ ମର୍ଯ୍ୟାଦା ଉଲ୍ଲଂଘନ ହୋଇଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ।

    इंदौर से BJP विधायक गोलू शुक्ला के सुपुत्र रुद्राक्ष का बाबा महाकाल के दरबार में भौकाल देखिए... आम आदमी होता तो सुरक्षाकर्मी धक्का दे कर भगा देते...! https://t.co/kH3Z9bSqxs

    — Rupesh Mishra (@rupeshmishramp) November 14, 2026

    ବିବାଦ ପରେ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ରୁଦ୍ରାକ୍ଷଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ଶନିବାର ରାତିରେ ଜାରି ହୋଇଥିବା ଆଦେଶ ଅନୁଯାୟୀ, ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ VIP ଗେଟ୍ ଦେଇ ପ୍ରବେଶ କିମ୍ବା ବିଶେଷ ପ୍ରୋଟୋକଲ୍‌ରେ ଦର୍ଶନ ସୁବିଧା ମିଳିବ ନାହିଁ।

    ଅନ୍ୟପକ୍ଷରେ, ଏହି ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ମଧ୍ୟ ମନ୍ଦିର ପ୍ରଶାସନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇଛି। ମନ୍ଦିରର ନିୟମ ଓ ଶୃଙ୍ଖଳା ସମସ୍ତଙ୍କ ପାଇଁ ସମାନ ବୋଲି ଏହି ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି।

    Add Zee News as a Preferred Source
    TAGS:
    Trending News