• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /CJP ନେତାଙ୍କ ଅଡ଼ୁଆ ବଢ଼ିଲା! ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ହାଜତ ଅବଧି ବୃଦ୍ଧି

CJP ନେତାଙ୍କ ଅଡ଼ୁଆ ବଢ଼ିଲା! ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ହାଜତ ଅବଧି ବୃଦ୍ଧି

ରିପୋର୍ଟ ଅନୁଯାୟୀ, ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ଉଭୟ ନେତାଙ୍କ ପୂର୍ବ ଆଚରଣ ଉପରେ ପ୍ରଶ୍ନ ଉଠାଯାଇଛି। ୧୧ ଅକ୍ଟୋବର ୨୦୨୬ରେ ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ଦାଖଲ ହୋଇଥିବା ଶାନ୍ତି ବଣ୍ଡ୍‌କୁ ଉଭୟ ଜାଣିଶୁଣି ଉଲ୍ଲଂଘନ କରିଥିବା ଏବଂ ଏହା ପରେ ପୁଣି ଶାନ୍ତି ଭଙ୍ଗ ହେବା ଭଳି ପରିସ୍ଥିତି ସୃଷ୍ଟି କରିଥିବା କୋର୍ଟଙ୍କ ଆଦେଶରେ ଉଲ୍ଲେଖ ଥିବା କୁହାଯାଇଛି।

Written ByPriyambada RanaEdited ByPriyambada Rana
Published: Oct 20, 2026, 10:58 AM IST|Updated: Oct 20, 2026, 11:00 AM IST
joinshare
CJP ନେତାଙ୍କ ଅଡ଼ୁଆ ବଢ଼ିଲା! ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ହାଜତ ଅବଧି ବୃଦ୍ଧି
Image Credit: CJP ନେତାଙ୍କ ଅଡ଼ୁଆ ବଢ଼ିଲା! ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ହାଜତ ଅବଧି ବୃଦ୍ଧି

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ଆନ୍ଦୋଳନ ଏବଂ ଜନ୍ତରମନ୍ତରରେ ପ୍ରଦର୍ଶନକୁ ନେଇ ଗିରଫ ହୋଇଥିବା କକ୍‌ରୋଚ୍ ଜନତା ପାର୍ଟି (CJP)ର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଏବେ ଆଶ୍ୱସ୍ତି ମିଳିନାହିଁ। ସ୍ପେଶାଲ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଉଭୟଙ୍କ ନ୍ୟାୟିକ ହାଜତ ଅବଧିକୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଶାନ୍ତି ଭଙ୍ଗ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗିଡ଼ିବାର ଆଶଙ୍କାକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ୍ ଏହି ନିଷ୍ପତ୍ତି ନେଇଥିବା ଏନ୍‌ଡିଟିଭି ରିପୋର୍ଟରେ କୁହାଯାଇଛି।

    ପିସ୍ ବଣ୍ଡ୍ ଉଲ୍ଲଂଘନ ନେଇ କୋର୍ଟଙ୍କ ଆପତ୍ତି:
    ରିପୋର୍ଟ ଅନୁଯାୟୀ, ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ଉଭୟ ନେତାଙ୍କ ପୂର୍ବ ଆଚରଣ ଉପରେ ପ୍ରଶ୍ନ ଉଠାଯାଇଛି। ୧୧ ଅକ୍ଟୋବର ୨୦୨୬ରେ ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ଦାଖଲ ହୋଇଥିବା ପିସ୍ ବଣ୍ଡ୍‌କୁ ଉଭୟ ଜାଣିଶୁଣି ଉଲ୍ଲଂଘନ କରିଥିବା ଏବଂ ଏହା ପରେ ପୁଣି ଶାନ୍ତି ଭଙ୍ଗ ହେବା ଭଳି ପରିସ୍ଥିତି ସୃଷ୍ଟି କରିଥିବା କୋର୍ଟଙ୍କ ଆଦେଶରେ ଉଲ୍ଲେଖ ଥିବା କୁହାଯାଇଛି।

    ପ୍ରଶାସନ ପକ୍ଷରୁ ପ୍ରଦର୍ଶନ ପାଇଁ ଅନୁମତି ନଥିବା କିମ୍ବା ଡି-ନୋଟିଫାଏଡ୍ ଘୋଷିତ ସ୍ଥାନଗୁଡ଼ିକରେ ପ୍ରଦର୍ଶନ ଡାକରା ଦେବା ଉଭୟଙ୍କ ଅଭ୍ୟାସରେ ପରିଣତ ହୋଇଥିବା ନେଇ ମାଜିଷ୍ଟ୍ରେଟ୍ ଉଦ୍‌ବେଗ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ଦସ୍ତାବିଜ୍‌କୁ ମାଜିଷ୍ଟ୍ରେଟ୍ ଗୁରୁତ୍ୱ ଦେଇଥିବା ବେଳେ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ନେଇ ଅଭିଯୁକ୍ତଙ୍କ ଆଶ୍ୱାସନାକୁ ବିଶ୍ୱାସଯୋଗ୍ୟ ମନେ କରିନଥିବା କୁହାଯାଇଛି।

    ଦୁଇ ଜାମିନଦାରଙ୍କୁ ଅଯୋଗ୍ୟ ଦର୍ଶାଇଲେ ମାଜିଷ୍ଟ୍ରେଟ୍: 
    ଉଭୟ ନେତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ନୂଆ ଜାମିନଦାରଙ୍କୁ କୋର୍ଟ ଗ୍ରହଣ କରିନାହାନ୍ତି। ରିପୋର୍ଟ ଅନୁଯାୟୀ, ଜଣେ ଜାମିନଦାରଙ୍କ ବଣ୍ଡ୍‌ରେ ଥିବା ଫଟୋ ଏବଂ ତାଙ୍କ ସରକାରୀ ପରିଚୟପତ୍ରର ଫଟୋ ମଧ୍ୟରେ ପାର୍ଥକ୍ୟ ଦେଖାଯାଇଥିଲା। ସେ ଅନ୍ୟ କୌଣସି ବୈଧ ପରିଚୟପତ୍ର ମଧ୍ୟ ଦେଇପାରିନଥିବା କୁହାଯାଇଛି।

    ଅନ୍ୟ ଜଣେ ଜାମିନଦାର ସୌରଭ ଦାସଙ୍କ ପିତାମାତାଙ୍କ ନାମ ଏବଂ ଘର ଠିକଣା ଭଳି ମୌଳିକ ତଥ୍ୟ ମଧ୍ୟ କହିପାରିନଥିଲେ। ଜାମିନଦାରମାନେ ଅଭିଯୁକ୍ତଙ୍କ ଉପରେ ନିୟନ୍ତ୍ରଣ ରଖିପାରିବେ ବୋଲି ଭରସା ହେଉନଥିବାରୁ କୋର୍ଟ ନୂଆ ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

    ମୁକ୍ତି ପାଇଁ ଯୁକ୍ତି ରଖିଲେ ପ୍ରତିରକ୍ଷା ପକ୍ଷ:
    ଶୁଣାଣି ସମୟରେ ଦାସ ଓ ରାଙ୍କାଙ୍କ ଓକିଲ ତୁରନ୍ତ ମୁକ୍ତି ପାଇଁ ଅନୁରୋଧ କରିଥିଲେ। ୧୦ ଅକ୍ଟୋବର ୨୦୨୬ ପରେ ଉଭୟ ନେତା କୌଣସି ପ୍ରଦର୍ଶନ ପାଇଁ ଆନୁଷ୍ଠାନିକ ଡାକରା ଦେଇନଥିଲେ ଏବଂ ସେମାନେ ବ୍ୟକ୍ତିଗତ ଭାବେ ଜନ୍ତରମନ୍ତର ଯାଇଥିଲେ ବୋଲି ପ୍ରତିରକ୍ଷା ପକ୍ଷ ଯୁକ୍ତି ରଖିଥିଲା।

    ତେବେ ଶାନ୍ତି ଓ ସାର୍ବଜନୀନ ବ୍ୟବସ୍ଥା ରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଆବଶ୍ୟକ ବୋଲି ଦର୍ଶାଇ ମାଜିଷ୍ଟ୍ରେଟ୍ ତୁରନ୍ତ ମୁକ୍ତି ଦେବାକୁ ମନା କରିଥିବା ରିପୋର୍ଟରେ କୁହାଯାଇଛି। ଏଥିସହ ଉଭୟଙ୍କୁ ଦୁଇ ଦିନ ମଧ୍ୟରେ ଲିଖିତ ଯୁକ୍ତି ଦାଖଲ କରିବାର ସୁଯୋଗ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧ ଅକ୍ଟୋବରରେ ହେବ। ସେପର୍ଯ୍ୟନ୍ତ ଉଭୟ ନେତା ନ୍ୟାୟିକ ହାଜତରେ ରହିବେ।
     

    Add Zee News as a Preferred Source
    TAGS:
    Trending News