• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Delhi AQI: ଦୀପାବଳି ପରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ! AQI ୪୦୦ ପାର୍...

Delhi AQI: ଦୀପାବଳି ପରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ! AQI ୪୦୦ ପାର୍...

ଦିଲ୍ଲୀ ସରକାରଙ୍କ ଅଧିକାରିକ AQI ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ନଭେମ୍ବର ୧୦ ତାରିଖ ସକାଳ ୬ଟା ସୁଦ୍ଧା ରାଜଧାନୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୧୧ ରେକର୍ଡ କରାଯାଇଛି। ସେହିପରି ଚାନ୍ଦନୀ ଚୌକ୍‌ରେ AQI ୪୦୦ ଛୁଇଁଛି। ଯାହାକି ଅତି ଖରାପ ବାୟୁ ଗୁଣବତ୍ତା ଶ୍ରେଣୀର ସର୍ବୋଚ୍ଚ ସୀମାରେ ରହିଛି।

Written ByPriyambada RanaEdited ByPriyambada Rana
Published: Nov 10, 2026, 09:00 AM IST|Updated: Nov 10, 2026, 09:02 AM IST
joinshare
Delhi AQI: ଦୀପାବଳି ପରେ ବିଷାକ୍ତ ହେଲା ଦିଲ୍ଲୀର ବାୟୁ! AQI ୪୦୦ ପାର୍...
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ନୂଆଦିଲ୍ଲୀ: ଦୀପାବଳି ପରେ ବି ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ମିଳୁନି ଆଶ୍ୱସ୍ତି। ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ରାଜଧାନୀର ବାୟୁମଣ୍ଡଳ। ମଙ୍ଗଳବାର ସକାଳେ ଦିଲ୍ଲୀ ଓ ଏନ୍‌ସିଆର୍‌ର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଓ ସ୍ମଗ୍‌ର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସେପଟେ ଦୀପାବଳି ପର୍ବ ଶେଷ ହୋଇଯାଇଥିଲେ ମଧ୍ୟ ଲୋକଙ୍କ ବାଣଫୁଟା ନିଶା ଏପର୍ଯ୍ୟନ୍ତ କମିନି। ପ୍ରଦୂଷିତ ବାୟୁର ସମସ୍ୟା ଠାରୁ ଲୋକଙ୍କୁ ଅଧିକ ମଜା ଦେଉଛି ରଙ୍ଗ ବେରଙ୍ଗର ବାଣର ଧୁଆଁ।

    ତେବେ ଦିଲ୍ଲୀ ସରକାରଙ୍କ ଅଧିକାରିକ AQI ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ, ନଭେମ୍ବର ୧୦ ତାରିଖ ସକାଳ ୬ଟା ସୁଦ୍ଧା ରାଜଧାନୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୧୧ ରେକର୍ଡ କରାଯାଇଛି। ସେହିପରି ଚାନ୍ଦନୀ ଚୌକ୍‌ରେ AQI ୪୦୦ ଛୁଇଁଛି। ଯାହାକି ଅତି ଖରାପ ବାୟୁ ଗୁଣବତ୍ତା ଶ୍ରେଣୀର ସର୍ବୋଚ୍ଚ ସୀମାରେ ରହିଛି।

    #WATCH | Delhi: A layer of smog covers parts of Delhi-NCR. Visuals around the Akshardham area. https://t.co/iwAQE3DIUB

    — ANI (@ANI) November 10, 2026

    ଚାନ୍ଦନୀ ଚୌକ୍‌ରେ ସବୁଠାରୁ ଅଧିକ ପ୍ରଦୂଷଣ:
    ସକାଳ ୬ଟାର ରିପୋର୍ଟ ଅନୁସାରେ, ଚାନ୍ଦନୀ ଚୌକ୍‌ ସେଣ୍ଟ୍ରାଲ୍‌ରେ AQI ୪୦୦ ରହିଥିବା ବେଳେ ପୁସା ୱେଷ୍ଟ୍‌ରେ ୩୯୮, ଏନ୍‌ଏସ୍‌ୟୁଟି ଜାଫରପୁରରେ ୩୮୪ ଏବଂ କମନୱେଲ୍‌ଥ ସ୍ପୋର୍ଟସ କମ୍ପ୍ଲେକ୍ସରେ ୩୮୦ ରେକର୍ଡ କରାଯାଇଛି।

    ସେହିପରି ନର୍ଥ କ୍ୟାମ୍ପସ୍‌ରେ ୩୭୬, ସିରିଫୋର୍ଟରେ ୩୭୫, ତାଲକଟୋରା ଗାର୍ଡେନ୍‌ରେ ୩୭୩, ସିଆର୍‌ଆର୍‌ଆଇ ମଥୁରା ରୋଡ୍‌ରେ ୩୭୨ ଏବଂ ଜେଏନ୍‌ୟୁରେ ୩୬୮ AQI ରହିଛି। ବୁରାଡ଼ି କ୍ରସିଂରେ ୩୬୪ ଓ ପଞ୍ଜାବୀ ବାଗ୍‌ରେ ୩୬୧ AQI ରେକର୍ଡ ହୋଇଛି। ଏହି ସମସ୍ତ ଅଞ୍ଚଳରେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି।

    ITOରୁ ଅକ୍ସରଧାମ ପର୍ଯ୍ୟନ୍ତ ସ୍ମଗ୍‌ର ଆସ୍ତରଣ:
    ମଙ୍ଗଳବାର ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚିତ୍ରରେ ପ୍ରଦୂଷଣର ଭୟାବହତା ସ୍ପଷ୍ଟ ଦେଖିବାକୁ ମିଳିଛି। ITO ଅଞ୍ଚଳରେ ରାସ୍ତାଘାଟ ଓ ଆଖପାଖର କୋଠାବାଡ଼ି ଉପରେ ଧୂଆଁ ଭଳି ଘନ କୁହୁଡ଼ି ଛାଇ ରହିଥିଲା। ସରାଇ କାଲେ ଖାନ୍‌ରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା।

    ଅନ୍ୟପଟେ ଅକ୍ସରଧାମ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ସ୍ମଗ୍‌ ଯୋଗୁଁ ଆକାଶ ଧୂସର ଦେଖାଯାଉଥିଲା। ଦୀପାବଳି ସମୟରେ ହୋଇଥିବା ବାଣ ଫୁଟା ଯୋଗୁଁ ପୂର୍ବରୁ ବଢ଼ିଥିବା ପ୍ରଦୂଷଣ ସ୍ତରରେ ଏଯାଏଁ ସୁଧାର ଆସିନାହିଁ।

    ଦୀପାବଳି ପରେ ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ବାୟୁର ମାନରେ ସୁଧାର ନ ଆସିବା ଦିଲ୍ଲୀ ସରକାର ଓ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କୁ ଏଭଳି ପ୍ରଦୂଷିତ ପରିବେଶରେ ସତର୍କ ରହିବା ଆବଶ୍ୟକ।

    Add Zee News as a Preferred Source
    TAGS:
    Trending News