• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /IT କମ୍ପାନୀରେ ଅଗ୍ନିକାଣ୍ଡ; ୫ ଜଣ ହସ୍ପିଟାଲରେ ଭର୍ତ୍ତି

IT କମ୍ପାନୀରେ ଅଗ୍ନିକାଣ୍ଡ; ୫ ଜଣ ହସ୍ପିଟାଲରେ ଭର୍ତ୍ତି

ନିଆଁ ଲାଗିବା ସମୟରେ ବିଲ୍ଡିଂରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ଥିଲେ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 03, 2026, 07:50 AM IST|Updated: Nov 03, 2026, 07:57 AM IST
joinshare
IT କମ୍ପାନୀରେ ଅଗ୍ନିକାଣ୍ଡ; ୫ ଜଣ ହସ୍ପିଟାଲରେ ଭର୍ତ୍ତି
Image Credit: Fire in IT Company thaltej Ahmedabad

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Ahmedabad IT Company Fire Case: ଅହମ୍ମଦାବାଦର ଥଲତେଜ ସ୍ଥିତ ମ୍ୟାଗ୍ନେଟ୍ କର୍ପୋରେଟ୍ ପାର୍କ (IT Park)ରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡ ଘଟଣାରେ ଅତିକମରେ ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏଭଳି ଅଛନ୍ତି, ଯେଉଁମାନେ ନିଆଁ ଲାଗିବା ପରେ ବାହାରକୁ ଆସିବା ସମୟରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଥଲତେଜସ୍ଥିତ ମ୍ୟାଗ୍ନେଟ୍ କର୍ପୋରେଟ୍ ପାର୍କର ବୈଦ୍ୟୁତିକ କେବୁଲ୍ ଡକ୍ଟ (Electric Cable Duct)ରେ ନିଆଁ ଲାଗିବା ସୂଚନା ପାଇବା ପରେ, ଅହମ୍ମଦାବାଦ ଫାୟାର୍ ଆଣ୍ଡ ଏମରଜେନ୍ସି ସର୍ଭିସେସ୍ (AFES)ର ୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ଅଗ୍ନିଶମ ବିଭାଗ କହିଛି ଯେ, ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ହିଁ ଜଣେ ବ୍ୟକ୍ତି ଉପରୁ ତଳକୁ ଡେଇଁପଡ଼ିଥିଲେ।

ସୂଚନା ଅନୁସାରେ, ଏହି ନିଆଁ ବିଲ୍ଡିଂର ଦ୍ୱିତୀୟ ମହଲାରେ ଲାଗିଥିଲା, ଯେଉଁଥିରେ ବିଶେଷ କରି ପ୍ରଥମ ଏବଂ ଦ୍ୱିତୀୟ ମହଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ନିଆଁ ଲାଗିବା ସମୟରେ ବିଲ୍ଡିଂରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଚାରୀ ଥିଲେ। ଏହି ଘଟଣାକୁ ନେଇ ଅନ୍ୟ ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ହିଁ ଅନେକ ଲୋକ ବାହାରକୁ ଚାଲିଆସିଥିଲେ। ସେହିପରି, AFES ଟିମ୍ ୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଉଦ୍ଧାର କରିଥିଲେ।

କୁହାଯାଉଛି ଯେ ବିଲ୍ଡିଂ ଭିତରେ ରଖାଯାଇଥିବା ଆସବାବପତ୍ର କାରଣରୁ ନିଆଁ ଆଖି ପିଛୁଳାକେ ବ୍ୟାପିଯାଇଥିଲା । ଯାହାଫଳରେ ଅଞ୍ଚଳରେ ପ୍ରବଳ ଧୂଆଁ ଦେଖିବାକୁ ମିଳିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ବିଲଡିଂରୁ ବାହାରକୁ ବାହାରିବା ମଧ୍ୟଲୋକମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ନିଆଁ ଲାଗିବାର ପ୍ରକୃତ କାରଣର ଯାଞ୍ଚ କରାଯାଉଛି। ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଅନ୍ୟ ଦୁଇ ଜଣଙ୍କୁ ବେସରକାରୀ ଗାଡ଼ି ସାହାଯ୍ୟରେ ସୋଲା ସିଭିଲ୍ ହସ୍ପିଟାଲକୁ ନିଆଯାଇଛି।

ଜଣାପଡିଛି ଯେ, ସମସ୍ତ ଆହତମାନଙ୍କ ବୟସ ୨୦ ରୁ ୫୦ ବର୍ଷ ମଧ୍ୟରେ। ଆହତମାନଙ୍କ ମଧ୍ୟରୁ କେତେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖାଯାଇଛି। ସୋମବାର ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କ ଅବସ୍ଥା ସ୍ଥିର ଥିଲା। ଡାକ୍ତରମାନେ କହିଛନ୍ତି ଯେ, ୨୦ ଏବଂ ୩୫ ବର୍ଷର ଦୁଇଜଣ ରୋଗୀ ବାହାରକୁ ଆସିବା ଚେଷ୍ଟାରେ ଦ୍ୱିତୀୟ ଏବଂ ତୃତୀୟ ମହଲାରୁ ଡେଇଁବା ଯୋଗୁଁ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡରେ କୌଣସି ଆଘାତ ଲାଗିନାହିଁ ଏବଂ ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି। ଅନ୍ୟପଟେ, ଆଉ ଜଣେ ରୋଗୀଙ୍କୁ ସାମାନ୍ୟ ଆଘାତ ଲାଗିଛି । ହସ୍ପିଟାଲରେ ସମସ୍ତ ଆହତଙ୍କର ଚିକିତ୍ସା କରାଯାଉଛି।

Also Read- Cyclone Murasu: ବାତ୍ୟା 'ମୁରାସୁ' ପ୍ରଭାବ, ଉଡିଲା ଛପର ଭାଙ୍ଗିଲା ଗଛ...

Add Zee News as a Preferred Source
TAGS:
Odia News