SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

LK Advani Health Update: ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସପିଟାଲ୍ ରେ ଭର୍ତ୍ତି

ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଶୁକ୍ରବାର ସଂନ୍ଧ୍ୟାରେ ଏକ ଘରୋଇ ହସପିଟାଲ୍ ରେ ଭର୍ତ୍ତୀ କରାଯାଇଛି। ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଗତକାଲି ରାତି ୭ଟା ୩୦ ମିନିଟ୍ ସମୟରେ ହସପିଟାଲ୍ ଅଣାଯାଇଥିଲା। ଏବଂ ପଲମୋନାରୀ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି।

Written By Narmada Behera Edited By Narmada Behera
Published: Oct 17, 2026, 09:21 AM IST | Updated: Oct 17, 2026, 09:23 AM IST
Image Credit: ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସପିଟାଲ୍ ରେ ଭର୍ତ୍ତି
Join

LK Advani Health Update: ବର୍ଷିୟାନ୍ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଶୁକ୍ରବାର ସଂନ୍ଧ୍ୟାରେ  ଏକ ଘରୋଇ ହସପିଟାଲ୍ ରେ ଭର୍ତ୍ତୀ କରାଯାଇଛି।  ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ଗତକାଲି ରାତି ୭ଟା ୩୦ ମିନିଟ୍ ସମୟରେ ହସପିଟାଲ୍ ଅଣାଯାଇଥିଲା। ଏବଂ ପଲମୋନାରୀ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି।  ସେଠାରେ ଏକ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ୯୮ ବର୍ଷିୟ ଆଡ଼ଭାନୀଙ୍କ  ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଗତ ମେ ମାସରେ ମଧ୍ୟ ବୟାସାଧିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। 

ALSO READ: Diwali Bonus 2026:ମୋଦୀ ସରକାରଙ୍କ ବଡ଼ ଘୋଷଣା! ଏହିସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍

ALSO READ: Entertainment News: ସିନେ ଜଗତରେ ଶୋକର ଛାୟା, ଆଉ ନାହାଁନ୍ତି ଏହି ଭେଟେରାନ୍ ଅଭିନେତ୍ରୀ

କିଛି ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।  ଏହା ପୂର୍ବରୁ ୨୦୨୪ ଡିସେମ୍ବର ମଧ୍ୟ ନ୍ୟୁରୋଲଜିକାଲ୍ ସମସ୍ୟା ଯୋଗୁଁ  ତାଙ୍କୁ ଏକ ଘରୋଇ ହସପିଟାଲ୍ ରେ ଭର୍ତ୍ତୀ କରାଯାଇଥିଲା।  ସେଠାରେ ସେ କିଛି ରହିବା ପରେ ସୁସ୍ଥ ହୋଇ ଯାଇଥିଲେ।   ଆଡ଼ଭାନୀ ୩ ଥର (୧୯୮୬-୧୯୯୦,୧୯୯୩-୧୯୯୮ ଓ ୨୦୦୪-୨୦୦୫) ବିଜେପିର ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ଥିଲେ।  ଏବଂ ୧୯୯୮-୨୦୦୪ ପର୍ଯ୍ୟନ୍ତ  ସେ କେନ୍ଦ୍ର ମନ୍ତ୍ରୀ ଥିଲେ।  ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ  ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ପୁରଧା ଥିଲେ କହିଲେ ଅତୃକ୍ତି ହେବ ନାହିଁ। ୨୦୨୪ରେ  ତାଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES