• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Diwali Bonus 2026:ମୋଦୀ ସରକାରଙ୍କ ବଡ଼ ଘୋଷଣା! ଏହିସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍

Diwali Bonus 2026:ମୋଦୀ ସରକାରଙ୍କ ବଡ଼ ଘୋଷଣା! ଏହିସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍

Diwali Bonus 2026: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଅଷ୍ଟମ ବେତନ କମିଶନ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର କଲେ ବଡ଼ ଘୋଷଣା।

Written ByNarmada BeheraEdited ByNarmada Behera
Published: Oct 17, 2026, 08:34 AM IST|Updated: Oct 17, 2026, 08:39 AM IST
joinshare
Diwali Bonus 2026:ମୋଦୀ ସରକାରଙ୍କ ବଡ଼ ଘୋଷଣା! ଏହିସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍
Image Credit: Diwali Bonus 2026:ମୋଦୀ ସରକାରଙ୍କ ବଡ଼ ଘୋଷଣା! ଏହିସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Diwali Bonus 2026: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଅଷ୍ଟମ ବେତନ କମିଶନ ଘୋଷଣା ହେବା ପୂର୍ବରୁ ମୋଦୀ ସରକାର କଲେ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ଲାଗି ମୋଦୀ ସରକାର ଘୋଷଣା କଲେ ଦୀପାବଳୀ ବୋନସ୍ । ଯାହାକୁ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉତ୍ସାହର ସହ ଚାହିଁ ରହିଥିଲେ। ଏଥିରେ ଲାଭବାନ୍ ହେବେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ। ଦିର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଏନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। କାହିଁକିନା ଚର୍ଚ୍ଚା ହେଉଥିଲା କି ବୋନସ୍ ଚଳିତ ଥର ବନ୍ଦ ହୋଇଯାଇପାରେ। ହେଲେ, ସରକାର କର୍ମଚାରୀଙ୍କ ଏହି ଘୋଷଣା ଦୀପାବଳୀରେ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇଛି। 

    କେନ୍ଦ୍ର ସରକାର  ୨୦୨୫-୨୬ ବର୍ଷ ପାଇଁ (Ad-Hoc Bonus) ଅର୍ଥାତ୍ ଦୀପାବଳି ବୋନସ୍ କୁ ମଞ୍ଜୁରୀ ଦେଇଛନ୍ତି। ଏନଇ ଅର୍ଥ ବିଭାଗ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯାହା ଫଳରେ ଦୀପାବଳି ପୂର୍ବରୁ କେନ୍ଦ୍ରୀୟ  କର୍ମଚାରୀମାନେ ଗୋଟେ ମାସର ଦରମା ସହ ବୋନସ୍ ପାଇବେ। ତେବେ, ଆସନ୍ତୁ ଜାଣିବା କେଉଁ କର୍ମଚାରୀମାନେ କେତେ ବୋନସ୍ ପାଇବେ


    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ବୋନସ୍ (PLB) ଦ୍ବାରା ସାମିଲ୍ ନଥିବା କର୍ମଚାରୀଙ୍କୁ ମିଳିବ। ଏହି ବର୍ଗରେ ଗ୍ରୃପ୍ ସି , ବି ଓ ଅଣଗେଜେଟେଡ୍ କର୍ମଚାରୀ ସାମିଲ୍ ଥିବା ବେଳେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଓ ସଶସ୍ତ୍ର ବାହିନୀ ବୋନସ୍ ଟଙ୍କା ପାଇବେ। ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକର କର୍ମଚାରୀ ବି ଏହାର ଫାଇଦା ପାଇବେ। ଯଦି କର୍ମଚାରୀଙ୍କ ହାରାହାରି ମାସିକ ଦରମା ଆଡହକ୍  ବୋନସ ଗଣନା ଆଧାରାରରେ  ଦେଖାଯିବ। ତେବେ, ସର୍ବାଧିକ ସୀମା ପ୍ରତିମାସରେ ୭ ହଜାର । ଯଦି ଜଣେ କର୍ମଚାରୀଙ୍କ ମାସିକ ମୂଳ ଦରମା ୭,୦୦୦  କି ତାହା ଠାରୁ ଅଧିକ , ତେବେ ସେ ଏହାର ଫାଇଦା ନେଇପାରିବେ।

    ଏପରି ହୋଇଥାଏ ବୋନସ୍ ଗଣନା-:
    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୋନସ୍ ପାଇଁ ମୌଳିକ ଦରମା ସୀମା ୭ ହଜାର ରଖାଯାଇଛି। ଦୈନିକ ଦରମା  ୭,୦୦୦÷୩୦.୪= ୨୩୦. ୨୬। ଏବଂ ବୋନସ ଅବଧି ୩୦ ଦିନ। ବୋନସ୍ ପରିମାମ ୨୩୦.୨୬×୩୦=୬,୯୦୭.୮୯ ଅର୍ଥାତ୍ କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ୬,୯୦୮ ଟଙ୍କା ମିଳିବ।

    କେନ୍ଦ୍ର ସରକାର ମଧ୍ୟ ବୋନସ୍ ପାଇଁ ଏକ ମାନଦଣ୍ତ ବି ସ୍ଥିର କରିଛନ୍ତି। ଯଦି ଜଣେ କର୍ମଚାରୀ ୬ ମାସ ମଧ୍ୟରେ ସେବାରେ ରହିଛି । ଅର୍ଥାତ୍ କର୍ମଚାରୀ ଜଣକ ୩୧ ମାର୍ଚ୍ଚ ୨୦୨୬ରୁ ସେବାରେ ରହିଥିବା ଜରୁରୀ। ସେମାନେ ହିଁ ବୋନସ୍ ପାଇପାରିବେ।  କେବଳ କର୍ମଚାରୀ ନୁହଁନ୍ତି, ୩୧ ମାର୍ଚ୍ଚ ୨୦୨୬ ପୂର୍ବରୁ ଅବସର ନେଇଥିବା କିମ୍ବା ମୃତ୍ୟୁବରଣ କରିଥିବା କିମ୍ବା ଚିକିତ୍ସାଧିନ ଥିବା କର୍ମଚାରୀମାନଙ୍କୁ ସେବା ଅନୁଯାୟୀ ବୋନସ୍ ଲାଭ ମିଳିବ।

    ସେପଟେ,କାଜୁଆଲ୍  ଶ୍ରମିକ(casual laborers)ଙ୍କୁ ମଧ୍ୟ ଦୀପାବଳି ବୋନସ୍ ମିଳିବ।  ବିଶେଷକରି, ଯେଉଁମାନେ ସାତଦିନ ମଧ୍ୟରୁ ୬ ଦିନ କାର୍ଯ୍ୟ କରୁଥିବେ ସେମାନେ ଗତ ତିନି ବର୍ଷ କିମ୍ବା  ତା ଠୁ ଅଧିକ ସମୟ ପାଇଁ ପ୍ରତିବର୍ଷ ଅତି କମରେ ୨୪୦ ଦିନ କାର୍ଯ୍ୟ କରିଥିବା ଆବଶ୍ୟକ। ୭ ଦିନ ମଧ୍ୟରୁ ୫ ଦିନ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ତିନି କିମ୍ବା ତା ଠୁ ଅଧିକ ବର୍ଷ ଅତି କମ୍ ରେ ୨୦୬ ଦିନ କାମ କରିଥିଲେ ବୋନସ୍ ର ଲାଭ ପାଇବେ। ଏହିସବୁ ବର୍ଗର କର୍ମଚାରୀଙ୍କ ବୋନସ୍ ମାସିକ ଦରମା ୧୨୦୦ ରୁ ଧାର୍ଯ୍ୟ କରାଯାଇଛି। ଏବଂ ୩୦ ଦିନରେ ସେମାନଙ୍କୁ ୧୧୮୪ ଟଙ୍କା ମିଳିବ। 
     

    Add Zee News as a Preferred Source
    TAGS:
    Odia News