• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Snowfall: ପାହାଡ଼ ଅଞ୍ଚଳରେ ତୁଷାରପାତ, ତାପମାତ୍ରା ଖସିଲା ୮ ଡିଗ୍ରୀ...

Snowfall: ପାହାଡ଼ ଅଞ୍ଚଳରେ ତୁଷାରପାତ, ତାପମାତ୍ରା ଖସିଲା ୮ ଡିଗ୍ରୀ...

Snowfall: ଗତକାଲି ଅର୍ଥାତ ସୋମବାର ଦିନ ଗୁଲମାର୍ଗ ଫେଜ୍-୨ ଏବଂ ଉପତ୍ୟକାର ଉଚ୍ଚସ୍ଥ ଅଞ୍ଚଳରେ ନୂତନ ଭାବେ ତୁଷାରପାତ ହୋଇଛି।

Written BySoubhagya Ranjan MishraEdited BySoubhagya Ranjan Mishra
Published: Sep 29, 2026, 08:26 AM IST|Updated: Sep 29, 2026, 08:37 AM IST
joinshare
Snowfall: ପାହାଡ଼ ଅଞ୍ଚଳରେ ତୁଷାରପାତ, ତାପମାତ୍ରା ଖସିଲା ୮ ଡିଗ୍ରୀ...
Image Credit: Snowfall News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Snowfall: ସେପ୍ଟେମ୍ୱର ୨୮ ତାରିଖ ସୋମବାର ଦିନ ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୨୧.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଏହି ତାପମାତ୍ରା ସ୍ୱାଭାବିକ ଠାରୁ ୫.୨ ଡିଗ୍ରୀ କମ୍ ରହିଥିବା ରେକର୍ଡ କରାଯାଇଛି। ୨୭ ସେପ୍ଟେମ୍ୱର ଅର୍ଥାତ ରବିବାର ଦିନ ସର୍ବାଧିକ ତାପମାତ୍ରା ୨୯.୮ ଡିଗ୍ରୀ ସେଲସିୟସ୍ ଥିଲା ଯାହା ସୋମବାର ତାପମାତ୍ରା ତୁଳନାରେ ୮.୨ ଡିଗ୍ରୀ ଅଧିକ ଥିଲା। ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ୍ ରହିଥିଲା । ଏହା ସ୍ୱାଭାବିକ ଠାରୁ ୨.୨ ଡିଗ୍ରୀ କମ୍। କାଜିଗୁଣ୍ଡରେ ସର୍ବାଧିକ ତାପମାତ୍ରା ୨୨.୨ ଡିଗ୍ରୀ ସେଲସିୟସ୍ ଯାହା ସ୍ୱାଭାବିକ ଠାରୁ ୨.୮ ଡିଗ୍ରୀ କମ୍ ଏବଂ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ୍ ଯାହା ସ୍ୱାଭାବିକ ଠାରୁ ୦.୭ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିଲା।

ପହଲଗାମରେ ମଧ୍ୟ ସର୍ବାଧିକ ତାପମାତ୍ରା ୨୦.୬ ଡିଗ୍ରୀ ସେଲସିୟସ୍ ରହିଥିଲା ଯାହା ସ୍ୱାଭାବିକ ଠାରୁ ୨.୫ ଡିଗ୍ରୀ କମ୍ । ପହଲଗାମରେ ସର୍ବନିମ୍ନ ତାପମାତ୍ରା ୧୧.୭ ଡିଗ୍ରୀ ସେଲସିୟସ୍ ଯାହା ସ୍ୱାଭାବିକ ଠାରୁ ୬.୧ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିଲା। ଗୁଲମାର୍ଗରେ ସର୍ବାଧିକ ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ୍ ଯାହା ସ୍ୱାଭାବିକ ଠାରୁ ୪.୪ ଡିଗ୍ରୀ କମ୍ ଏବଂ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ସେଲସିୟସ୍ ଯାହା ସ୍ୱାଭାବିକ ଠାରୁ ୦.୩ ଡିଗ୍ରୀ କମ୍ ରେକର୍ଡ କରାଯାଇଥିଲା।

ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ପାଣିପାଗରେ ପରିବର୍ତ୍ତନ ସହିତ ଧୌଳାଧର ପର୍ବତର ଉଚ୍ଚ ଶୃଙ୍ଗଗୁଡ଼ିକରେ ନୂତନ ଭାବେ ବରଫପାତ ହୋଇଛି । କାଙ୍ଗ୍ରା ଜିଲ୍ଲାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ମଝିରେ ମଝିରେ ବର୍ଷା ଲାଗି ରହିଥିଲା। ଉଭୟ ବର୍ଷା ଓ ବରଫପାତ ଯୋଗୁଁ ତାପମାତ୍ରାରେ ଯଥେଷ୍ଟ ହ୍ରାସ ଘଟିଛି । ଫଳସ୍ୱରୂପ ଧର୍ମଶାଳା ସମେତ ସମଗ୍ର ଅଞ୍ଚଳରେ ହଠାତ୍ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଛି । କାଲିଠାରୁ ଲୋକମାନଙ୍କୁ ଗରମ ପୋଷାକ ପିନ୍ଧୁଥିବାର ଦେଖିବାକୁ ମିଳିଛି।

ସୋମବାର ଦିନ ଧର୍ମଶାଳାରେ ସର୍ବାଧିକ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୬ ସିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଦିନସାରା ଆକାଶ ମେଘାଚ୍ଛନ୍ନ ରହିଥିଲା । ଅପରାହ୍ନ ପ୍ରାୟ ୩ଟା ସମୟରେ ବର୍ଷା ବନ୍ଦ ହୋଇଥିଲା ଏବଂ କିଛି ସମୟ ପାଇଁ ସୂର୍ଯ୍ୟକିରଣ ଦେଖିବାକୁ ମିଳିଥିଲା। ଅସମୟରେ ବର୍ଷା ହେବା କାରଣରୁ ଅନେକ ସ୍ଥାନରେ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । 

Add Zee News as a Preferred Source
TAGS:
Odia News