SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Gold Rate: ଦୀପାବଳି ଏବଂ ଧନତେରସ୍ ପୂର୍ବରୁ ସୁନା ଦରରେ ବଡ ହ୍ରାସ !

Gold Rate: ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ବୁଧବାର ସକାଳ ୧୦ ଟାରେ ରୁପା ଦର ୧୩୦୭ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ କମିଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 04, 2026, 11:55 AM IST | Updated: Nov 04, 2026, 11:55 AM IST
Image Credit: Gold Rate
Join

Gold Rate: ସୁନା-ରୂପା କିଣିବାକୁ ଇଚ୍ଛା କରୁଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଉଭୟ ସୁନା ଏବଂ ରୁପା ଦର କମିବା ପ୍ରକ୍ରିୟା ଜାରି ରହିଛି। ଆଜି ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୂପା ଉଭୟ ଶସ୍ତା ହୋଇଛି। ସକାଳ ପ୍ରାୟ ୧୦ ଟାରେ ରୂପା ମୂଲ୍ୟ ୧୩୦୭ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୧,୭୮,୩୯୧ ଟଙ୍କାକୁ ଚାଲିଆସିଛି। ସେହିପରି ୨୪ କ୍ୟାରେଟ୍ ସୁନା ୨୩୩ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୧,୩୯,୨୦୦ ଟଙ୍କାରେ କାରବାର କରୁଥିଲା। ମେକିଂ ଚାର୍ଜ ଏବଂ ଜିଏସଟି କାରଣରୁ ବିଭିନ୍ନ ସହରର ସ୍ଥାନୀୟ ବଜାରରେ ସୁନା-ରୂପା ଦର ଅଲଗା ହୋଇପାରେ।

ଚଳିତ ବର୍ଷ ଜାନୁଆରୀରେ ସୁନା ଏବଂ ରୂପା ମୂଲ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। MCX ରେ ୨୯ ଜାନୁଆରୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୯୩,୦୯୬ ଟଙ୍କାର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ବର୍ତ୍ତମାନର ସ୍ତର ତୁଳନାରେ ଏହା ପ୍ରାୟ ୫୩,୮୯୬ ଟଙ୍କା ଶସ୍ତା ହୋଇସାରିଛି। ସେହିଭଳି MCX ରେ ରୁପାର ରେକର୍ଡ ସର୍ବୋଚ୍ଚ ମୂଲ୍ୟ କିଲୋଗ୍ରାମ ପିଛା ୪,୨୦,୦୪୮ ଟଙ୍କା ଥିଲା। ସେହି ଦର ହିସାବରେ ରୁପା ମୂଲ୍ୟରେ ପ୍ରାୟ ୨,୪୧,୬୫୭ ଟଙ୍କାର ହ୍ରାସ ଘଟିଛି। ଦର କମିବା କାରଣରୁ ଏବେ ଗ୍ରାହକମାନଙ୍କ ନଜର ସୁନା ଦର ଉପରେ ରହିଛି।

ନୂଆଦିଲ୍ଲୀରେ ୯୯୯ ଫାଇନ୍ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧,୭୭,୯୪୦ ଟଙ୍କା । ମୁମ୍ବାଇରେ ଏହା ୧,୭୮,୦୮୦ ଟଙ୍କା, ବେଙ୍ଗାଲୁରୁରେ ୧,୭୮,୩୮୦ ଟଙ୍କା ଏବଂ କୋଲକାତାରେ ୧,୭୭,୮୪୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପିଛା ୧୩,୯୯୧ ଟଙ୍କା ରହିଥିବା ସମୟରେ ୨୨ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପ୍ରତି ୧୨,୮୨୫ ଟଙ୍କା ରହିଛି । ସେହିପରି ସବୁଠୁ ୧୦,୪୯୩ ଟଙ୍କାରେ ୧ ଗ୍ରାମ ୧୮ କ୍ୟାରେଟ୍ ସୁନା ମିଳୁଛି ।

ହାଇଦ୍ରାବାଦରେ ରୁପା ଦର ୧,୭୮,୩୬୦ ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୧,୭୮,୬୦୦ ଟଙ୍କା ରହିଛି। ଭୁବନେଶ୍ୱରରେ ରୁପା ୧ କେଜି ୨,୦୦,୦୦୦ ଟଙ୍କା ରହିଛି ।

ଆପଣଙ୍କୁ କହିରଖୁଛୁ ଯେ, MCX ରେ ଦେଖାଯାଉଥିବା ମୂଲ୍ୟ ଏବଂ ସ୍ଥାନୀୟ ବଜାରରେ ସୁନା-ରୂପାର ମୂଲ୍ୟ ଅଲଗା ହୋଇପାରେ। ଗହଣା କିଣିବା ସମୟରେ GST, ସ୍ଥାନୀୟ ଟ୍ୟାକ୍ସ ଏବଂ ଗଢ଼ା ମଜୁରୀ ମଧ୍ୟ ସୁନା ଦର ସହ ଯୋଡ଼ି ହୋଇଥାଏ। ତେଣୁ ଗହଣା କିଣିବା ପୂର୍ବରୁ ଆପଣଙ୍କ ନିକଟସ୍ଥ ସୁନା ଦୋକାନୀଙ୍କ ନିକଟରୁ ମୂଲ୍ୟ ନିଶ୍ଚିତ ଭାବରେ ଜାଣିନେବା ଆବଶ୍ୟକ।

Also Read- ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରା
 

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES