Ahmedabad: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ଅହମ୍ମଦାବାଦରେ 'ଇସ୍କନ୍-ସାନନ୍ଦ ଏଲିଭେଟେଡ୍ କରିଡୋର'ର ଉଦଘାଟନ କରିଛନ୍ତି। ଏହି ରାସ୍ତାର ଲମ୍ୱ ୪.୦୩ କିଲୋମିଟର । ଏହି ଅବସରରେ ଗୁଜରାଟକୁ ନିଶା ମୁକ୍ତ କରିବା ପାଇଁ ଏକ ସମୟ ସୀମା ଘୋଷଣା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅହମ୍ମଦାବାଦର ବଡାଜ ଅଞ୍ଚଳରେ ୭ଶହରୁ ଅଧିକ ନବନିର୍ମିତ ଆବାସର ଉଦଘାଟନ କରିଛନ୍ତି । ଏଥିସହ ୧,୦୨୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଅହମ୍ମଦାବାଦର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, "ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଦୀପାବଳିର ଶୁଭେଚ୍ଛା । ଗୁଜୁରାଟର ନୂଆ ବର୍ଷ ପାଇଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ'। ଆଜି ୧,୪୦ ୦ କୋଟି ଟଙ୍କାର କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି ସେମଧ୍ୟରୁ ପ୍ରାୟ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ।
आज अहमदाबाद में SG हाईवे, जोधपुर पर इस्कॉन से साणंद तक ₹415 करोड़ की लागत से नवनिर्मित 4 किलोमीटर लंबे व 6-लेन ओवरब्रिज का लोकार्पण किया। इससे शहर के सबसे व्यस्त मार्ग पर यातायात सुगम होगा, नागरिकों के समय और ईंधन की बचत होगी तथा अहमदाबाद से साणंद के औद्योगिक क्षेत्र तक आवागमन और तेज होगा। અમદાવાદના એસજી હાઇવે પર ઇસ્કોન જંક્શનથી સાણંદ ફ્લાયઓવરને જોડતા ₹415 કરોડના ખર્ચે નિર્મિત 4 કિલોમીટર લાંબા સિક્સ લેન ઓવરબ્રિજનું લોકાર્પણ કર્યું. સતત વાહનોથી ધમધમતા અને વ્યસ્ત રહેતા એસજી હાઇવે પર નિર્માણ પામેલા બ્રિજથી વાહનવ્યવહાર વધુ સુગમ બનશે, ઇંધણની બચત થશે અને અમદાવાદથી સાણંદના ઔદ્યોગિક વિસ્તાર સુધીની અવરજવરને નવી ગતિ મળશે.
— Amit Shah (@AmitShah) November 9, 2026
ଗୃହମନ୍ତ୍ରୀ କହିଛନ୍ତି ଯେ, ୨୦୦୭ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ବସ୍ତି ବାସିନ୍ଦାମାନଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ। ବହୁ ବର୍ଷ ଧରି ଏହି ଯୋଜନାରେ ଅନେକ ସଂସ୍କାର କରାଯାଇଛି । ଅମିତ ଶାହ ନିଜ ସମ୍ବୋଧନରେ କହିଛନ୍ତି ଯେ, ଆପଣମାନଙ୍କୁ ବହୁତ ଭଲ ଘର ମିଳିଛି, ଠିକ୍ ଯେମିତି ପ୍ରାଇଭେଟ୍ ବିଲ୍ଡରମାନଙ୍କ ଦ୍ୱାରା ନିର୍ମିତ ଫ୍ଲାଟ୍ ହୋଇଥାଏ। ଏହି ପରିସର ମଧ୍ୟରେ ୫୫,୦୦୦ରୁ ଅଧିକ ଲୋକ ସାମାଜିକ ସୁରକ୍ଷା, ମନୋରଞ୍ଜନ, ଲାଇବ୍ରେରୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସୁବିଧାର ଲାଭ ପାଇପାରିବେ। କଂଗ୍ରେସ ଏତେ ବର୍ଷ ଧରି ଦେଶ ଶାସନ କଲା, କିନ୍ତୁ ସେମାନେ କେବେ ଗରିବ ଲୋକଙ୍କୁ ସାହାଯ୍ୟ କରିନଥିଲେ। ରାମାପୀର ଟେକରାର ଅବସ୍ଥା ଦେଖନ୍ତୁ। ଆଜି ଏଠାକାର ଲୋକଙ୍କୁ ଘର ମିଳୁଛି ଯେଉଁଥିପାଇଁ ମୁଁ ଅତ୍ୟନ୍ତ ଖୁସି ।
ଅମିତ ଶାହ 'ଇସ୍କନ୍-ସାନନ୍ଦ ଏଲିଭେଟେଡ୍ କରିଡୋର'ର ଉଦଘାଟନ
୪୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଛଅ ଲେନ୍ ବିଶିଷ୍ଟ ପ୍ରକଳ୍ପ ସରଖେଜ-ଗାନ୍ଧୀନଗର ହାଇୱେରେ ଟ୍ରାଫିକ ଜାମକୁ କମ କରିବା ସହ ଏବ ସରଖେଜ ଏବଂ ଗାନ୍ଧୀନଗର ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଜାତୀୟ ରାଜପଥ ୧୪୭ ରେ ଇସ୍କନ ଜଙ୍କସନକୁ ସାନନ୍ଦ ଫ୍ଲାଇଓଭର ସହିତ ଯୋଡୁଥିବା ଏହି କରିଡୋର କର୍ଣ୍ଣାବତୀ କ୍ଲବ, ପ୍ରହଲ୍ଲାଦ ନଗର ଏବଂ ୱାଇଏମସିଏ ଦେଇ ଯାଉଥିବା ଗାଡ଼ିଗୁଡ଼ିକର ଚଳାଚଳକୁ ସହଜ କରିବ। ଏହାଦ୍ୱାରା ଯାତ୍ରୀମାନଙ୍କ ଯାତ୍ରା ସମୟ ବଞ୍ଚିବ ଏବଂ ଇନ୍ଧନ ବ୍ୟବହାର ମଧ୍ୟ ହ୍ରାସ ପାଇବ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ଏହି ଏଲିଭେଟେଡ୍ କରିଡୋର ୨୬.୮ ମିଟର ଚଉଡ଼ା। ଏଥିରେ ୨,୯୪ ୦ ମିଟର ଲମ୍ବ ବାୟାଡକ୍ଟ ଏବଂ ୧,୦୯ ୦ ମିଟର ଲମ୍ବ ଆପ୍ରୋଚ୍ ରୋଡ୍ ସାମିଲ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଗାଡ଼ି ଚଳାଚଳ ଖର୍ଚ୍ଚ ହ୍ରାସ ପାଇବା ଏବଂ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଜରିଆରେ ସଡ଼କ ସୁରକ୍ଷାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଶବ୍ଦ ପ୍ରଦୂଷଣ ହ୍ରାସ କରିବା ପାଇଁ ୫,୮୮୦ ମିଟର ଅଞ୍ଚଳରେ ସ୍ୱତନ୍ତ୍ର 'ନଏଜ୍ ବ୍ୟାରିୟର' ମଧ୍ୟ ଲଗାଯାଇଛି।