• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /IMD Update: ଭୋରରୁ ବର୍ଷାରେ ଭିଜିଲା ଦିଲ୍ଲୀ, ଏହି ସ୍ଥାନକୁ ଆଲର୍ଟ ଜାରି

IMD Update: ଭୋରରୁ ବର୍ଷାରେ ଭିଜିଲା ଦିଲ୍ଲୀ, ଏହି ସ୍ଥାନକୁ ଆଲର୍ଟ ଜାରି

ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୫୦ ରୁ ୭୦ କିମି/ଘଣ୍ଟା ବେଗରେ ପବନ ବହିବା ସହ ଝଡ଼ ହେବାର ସମ୍ଭାବନା ଅଛି

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 12, 2026, 07:00 AM IST|Updated: Oct 12, 2026, 07:06 AM IST
joinshare
IMD Update: ଭୋରରୁ ବର୍ଷାରେ ଭିଜିଲା ଦିଲ୍ଲୀ, ଏହି ସ୍ଥାନକୁ ଆଲର୍ଟ ଜାରି
Image Credit: Rain Update

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Weather Update: ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଦିଲ୍ଲୀ-NCR, ଉତ୍ତର ପ୍ରଦେଶ, ବିହାର ଏବଂ ରାଜସ୍ଥାନ ସମେତ ଦେଶର ୨୪ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ ପବନ (ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ) ନେଇ ଆଲର୍ଟ ଜାରି କରିଛି। ପାର୍ବତ୍ୟାଞ୍ଚଳରେ ବରଫପାତ ଏବଂ ସମତଳ ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ପାଣିପାଗରେ ହଠାତ୍ ଏହି ବଡ଼ ପରିବର୍ତ୍ତନ ଆସିଛି। ଆଜି ଭୋର ସମୟରେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ବର୍ଷା ହୋଇଛି । ଫଳରେ ଦିଲ୍ଲୀରେ ଆଜି ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି ।

ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୫୦ ରୁ ୭୦ କିମି/ଘଣ୍ଟା ବେଗରେ ପବନ ବହିବା ସହ ଝଡ଼ ହେବାର ସମ୍ଭାବନା ଅଛି, ଯାହାଫଳରେ ଗଛ ଭାଙ୍ଗିବା ଆଶଙ୍କା ରହିଛି। ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ନେଇ ସତର୍କ ସୂଚନା ଦିଆଯାଇଛି। ଉତ୍ତର-ପୂର୍ବ (North-East) ରାଜ୍ୟଗୁଡ଼ିକରେ ବଜ୍ରପାତର ଆଶଙ୍କା ରହିଛି। ଜମ୍ମୁ-କାଶ୍ମୀରରେ ୧୩ ଓ ୧୫ ଅକ୍ଟୋବର ଏବଂ ହିମାଚଳ ପ୍ରଦେଶରେ ୧୪ ଓ ୧୫ ଅକ୍ଟୋବରରେ ବର୍ଷା ସହିତ ବରଫପାତ ପାଇଁ ଆଲର୍ଟ ଜାରି କରାଯାଇଛି।

Warning for Odisha. Day-1 : Isolated Thunderstorm with Lightning and Gusty Wind. Day-2 to Day-7 : No Warning. #odisha #weather #warning https://t.co/pKvFpORBoz

— Meteorological Centre, Bhubaneswar (@mcbbsr) October 11, 2026

ପୂର୍ବ ଉତ୍ତର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ହିମାଚଳ ପ୍ରଦେଶ ଉପରେ ଏକ ପଶ୍ଚିମା ଝଡ଼ (Western Disturbance) ସକ୍ରିୟ ଅଛି। ଯାହା ଫଳରେ ପାଗରେ ପରିବର୍ତ୍ତନ ହୋଇଛି । ବଙ୍ଗୋପସାଗରରୁ ଆସୁଥିବା ଓଦାଳିଆ ପବନ ଯୋଗୁଁ ପୂର୍ବ ଭାରତରେ ବିଳମ୍ବିତ ରାତିରେ ଝଡ଼-ତୋଫାନ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ୧୧ ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ରହି ରହି ବର୍ଷା ଜାରି ରହିବ, ଏହାପରେ ୧୫ ଏବଂ ୧୬ ଅକ୍ଟୋବରରେ କେତେକ ସ୍ଥାନରେ ପୁଣିଥରେ ବର୍ଷା ହୋଇପାରେ। ଓଡ଼ିଶା, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ମେଘାଳୟ, ସିକ୍କିମ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଗୋଆକୁ ଆଲର୍ଟ ଜାରି ହୋଇଛି । ୧୨ ତାରିଖ ସକାଳ  ୮ଟା ୩୦ ଯାଏଁ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଗଛ କିମ୍ବା ଦୁର୍ବଳ କୋଠାବାଡ଼ି ପାଖରେ ଠିଆ ହେବାଠାରୁ ଦୂରେଇ ରୁହନ୍ତୁ ଏବଂ ପାର୍ବତ୍ୟ ଅଞ୍ଚଳରେ ଯାତ୍ରା କରିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ।
 

Add Zee News as a Preferred Source
TAGS:
Odia News