• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /UPI: ଦିନକୁ ୧ ଲକ୍ଷ କୋଟିରୁ ଅଧିକ UPI ଟ୍ରାଞ୍ଜାକ୍ସନ୍, ଭାରତରେ ଡିଜିଟାଲ୍ ପେମେଣ୍ଟର ନୂଆ ରେକର୍ଡ

UPI: ଦିନକୁ ୧ ଲକ୍ଷ କୋଟିରୁ ଅଧିକ UPI ଟ୍ରାଞ୍ଜାକ୍ସନ୍, ଭାରତରେ ଡିଜିଟାଲ୍ ପେମେଣ୍ଟର ନୂଆ ରେକର୍ଡ

NPCIର ତଥ୍ୟ ଅନୁସାରେ, ୨୦୨୫ ଅକ୍ଟୋବରରେ UPI ମାଧ୍ୟମରେ ପ୍ରାୟ ୨,୦୭୦ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା। ତେବେ ୨୦୨୬ ଅକ୍ଟୋବରରେ ଏହି ସଂଖ୍ୟା ୨,୫୪୭ କୋଟିରେ ପହଞ୍ଚିଛି। ଅର୍ଥାତ୍ ବର୍ଷକ ମଧ୍ୟରେ ଟ୍ରାଞ୍ଜାକ୍ସନ୍ ସଂଖ୍ୟାରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ହୋଇଛି।

Written ByPriyambada RanaEdited ByPriyambada Rana
Published: Nov 01, 2026, 11:22 PM IST|Updated: Nov 01, 2026, 11:25 PM IST
joinshare
UPI: ଦିନକୁ ୧ ଲକ୍ଷ କୋଟିରୁ ଅଧିକ UPI ଟ୍ରାଞ୍ଜାକ୍ସନ୍, ଭାରତରେ ଡିଜିଟାଲ୍ ପେମେଣ୍ଟର ନୂଆ ରେକର୍ଡ
Image Credit: UPI: ଦିନକୁ ୧ ଲକ୍ଷ କୋଟିରୁ ଅଧିକ UPI ଟ୍ରାଞ୍ଜାକ୍ସନ୍, ଭାରତରେ ଡିଜିଟାଲ୍ ପେମେଣ୍ଟର ନୂଆ ରେକର୍ଡ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    UPI Transactions: ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାରେ ଯୋଡ଼ି ହୋଇଛି ଆଉ ଏକ ନୂଆ ସଫଳତା। ଅକ୍ଟୋବର ୨୦୨୬ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍‌ (UPI) ମାଧ୍ୟମରେ ରେକର୍ଡ ପରିମାଣର ଟଙ୍କା କାରବାର ହୋଇଛି। ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI)ର ତଥ୍ୟ ଅନୁସାରେ, ଏହି ମାସରେ UPI ଜରିଆରେ ମୋଟ ୨,୫୪୭ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିବା ବେଳେ ଏହାର ମୋଟ ମୂଲ୍ୟ ୩୧.୫୩ ଲକ୍ଷ କୋଟି ଟଙ୍କା ରହିଛି।

    ଏହି ହିସାବ ଅନୁଯାୟୀ, ଅକ୍ଟୋବର ମାସରେ ପ୍ରତିଦିନ ହାରାହାରି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ UPI କାରବାର ହୋଇଛି। ଦୈନନ୍ଦିନ ଜୀବନରେ ଡିଜିଟାଲ୍ ପେମେଣ୍ଟର ବଢ଼ୁଥିବା ଲୋକପ୍ରିୟତା ଏହି ତଥ୍ୟରୁ ସ୍ପଷ୍ଟ ହେଉଛି। ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ଏବେ ଫୋନ୍‌ପେ, ଗୁଗଲ୍‌ ପେ ଓ ପେଟିଏମ୍‌ ଭଳି ଆପ୍‌ ଜରିଆରେ ଲୋକେ ସହଜରେ ଟଙ୍କା ପଠାଉଛନ୍ତି।

    ଗତବର୍ଷ ତୁଳନାରେ ବଢ଼ିଛି UPI କାରବାର:
    NPCIର ତଥ୍ୟ ଅନୁସାରେ, ୨୦୨୫ ଅକ୍ଟୋବରରେ UPI ମାଧ୍ୟମରେ ପ୍ରାୟ ୨,୦୭୦ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା। ତେବେ ୨୦୨୬ ଅକ୍ଟୋବରରେ ଏହି ସଂଖ୍ୟା ୨,୫୪୭ କୋଟିରେ ପହଞ୍ଚିଛି। ଅର୍ଥାତ୍ ବର୍ଷକ ମଧ୍ୟରେ ଟ୍ରାଞ୍ଜାକ୍ସନ୍ ସଂଖ୍ୟାରେ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ହୋଇଛି।

    ପାର୍ବଣ ଋତୁରେ ଲୋକଙ୍କ କିଣାକିଣି ବଢ଼ିବା ସହ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଦୋକାନରେ QR କୋଡ୍ ସ୍କାନ୍ କରି ପେମେଣ୍ଟ କରିବାଠାରୁ ଆରମ୍ଭ କରି ଅନଲାଇନ୍ କିଣାକିଣି ଓ ବିଭିନ୍ନ ବିଲ୍ ପୈଠ ପର୍ଯ୍ୟନ୍ତ UPI ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

    MDR ଚାର୍ଜ ନିଷ୍ପତ୍ତି ସ୍ଥଗିତ ରଖିଲା NPCI:
    ଅନ୍ୟପଟେ, UPI କାରବାର ନୂଆ ରେକର୍ଡ କରିଥିବା ସମୟରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (MDR) ଚାର୍ଜକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। NPCI ପକ୍ଷରୁ ୨,୦୦୦ ଟଙ୍କାରୁ ଅଧିକ କିଛି ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ ଉପରେ ୦.୪ ପ୍ରତିଶତ MDR ଚାର୍ଜ ଲାଗୁ କରିବାର ନିଷ୍ପତ୍ତି ନିଆଯାଇଥିଲା। ଏହା ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାର ଯୋଜନା ଥିଲା।

    କିନ୍ତୁ ପାର୍ବଣ ଋତୁ, ଦୀପାବଳି ଓ ବିବାହ ଋତୁରେ ବ୍ୟବସାୟୀଙ୍କ ଅଧିକ କାରବାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିକୁ NPCI ସାମୟିକ ଭାବେ ସ୍ଥଗିତ ରଖିଛି। ଅକ୍ଟୋବର ୧୩ରେ ଜାରି ହୋଇଥିବା ବିବୃତି ଅନୁସାରେ, UPI ଏବଂ ସେବା ସମ୍ପର୍କିତ ଷ୍ଟିୟରିଂ କମିଟିର ବିଚାର ପରେ MDR ଲାଗୁ କରିବାର ତାରିଖକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

    ତେବେ MDR ହେଉଛି ବ୍ୟବସାୟୀଙ୍କ ପେମେଣ୍ଟ ଗ୍ରହଣ ସମ୍ପର୍କିତ ଚାର୍ଜ। ଏହାକୁ ସିଧାସଳଖ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଚାର୍ଜ ବୋଲି ଧରିବା ଠିକ୍ ନୁହେଁ। ଏହା କେଉଁ ପ୍ରକାରର ଟ୍ରାଞ୍ଜାକ୍ସନ୍‌ରେ ଲାଗୁ ହେବ ଏବଂ ଆଗକୁ ଏହାର ନିୟମ କ’ଣ ରହିବ, ତାହା ଉପରେ ବ୍ୟବସାୟୀ ଓ ଗ୍ରାହକଙ୍କ ନଜର ରହିଛି।

    Add Zee News as a Preferred Source
    TAGS:
    Trending News