Rahul Gandhi: ୨୦୧୮ ଅମିତ ଶାହ ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ବସ୍ତି
Rahul Gandhi: ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାନହାନୀ ମାମଲାରେ ସେ ନିର୍ଦ୍ଧୋସରେ ଖଲାସ ହୋଇଛନ୍ତି। ୨୦୧୮ରେ ଏହି ମାମଲା ଘଟିଥିବା ବେଳେ ଆଜି ସୁଲତାନପୁରର ସ୍ବତନ୍ତ୍ର ଏମପି-ଏମଏଲଏ କୋର୍ଟଙ୍କ ରାୟ ପ୍ରକାଶ ପାଇଛି।
Rahul Gandhi: ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାନହାନୀ ମାମଲାରେ ସେ ନିର୍ଦ୍ଧୋସରେ ଖଲାସ ହୋଇଛନ୍ତି। ୨୦୧୮ରେ ଏହି ମାମଲା ଘଟିଥିବା ବେଳେ ଆଜି ସୁଲତାନପୁରର ସ୍ବତନ୍ତ୍ର ଏମପି-ଏମଏଲଏ କୋର୍ଟଙ୍କ ରାୟ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ୨୦୧୮ ମସିହାରେ ମାମଲାଟି ହୋଇଥିଲା। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁ ସମୟରେ ସେ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ତଥା ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବିରୋଧରେ ସେ ବିବାଦୀୟ ବୟାନ୍ ଦେଇଥିଲେ। ସେ ତାଙ୍କୁ ସେହି ପ୍ରେସମିଟ୍ ଜରିଆରେ କହିଥିଲେ ଯେ,ଅର୍ଥାତ୍ ନିର୍ବାଚନ ପ୍ରଚାର ବେଳେ ଶାହାଙ୍କୁ ହତ୍ୟାକରୀ ବୋଲି କହିଥିଲେ। ଏକ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ର ସିଭିଲ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ। ଏହି ପ୍ରସଙ୍ଗ ପରେ ହାଇକୋର୍ଟକୁ ବି ଯାଇଥିଲା ହେଲେ ଅଭିଯୋଗକାରୀଙ୍କ ଆବେଦନ ଖାରଜ ହୋଇଯାଇଥିଲା। ଏହି ମାମଲାକୁ ନେଇ ଆଇନଜୀବୀ କାଶୀ ପ୍ରସାଦ ଶୁକ୍ଲା ଓ ସରକାରୀ ଓକିଲ ସନ୍ତୋଷ ପଣ୍ତାଙ୍କ ମଧ୍ୟରେ ଆଇନଗତ ଯୁକ୍ତି ଓ ବତର୍କ ହୋଇଥିଲା। ହେଲେ, ଆଜି ଏହାର ଶୁଣାଣୀ ହୋଇଛି। ସାକ୍ଷୀ ଓ ପ୍ରମାଣ ଅଭାବରୁ କୋର୍ଟ ଏହି ମାମଲାରେ ରାହୁଲ୍ ଙ୍କୁ ନିର୍ଦ୍ଧୋଷ ଭାବରେ ଖଲାସ୍ କରିଛନ୍ତି।
ALSO READ: Cyclone Arnab Latest Update:ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ',୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା
ସେପଟେ, କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇବା ପରେ କଂଗ୍ରେସ୍ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। କୋର୍ଟ ବାହାରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଶିଥିଲା। କିଛି କର୍ମୀ ବାଣ ଓ ଢୋଲ ବଜାଇ ନାଚୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ରାହୁଲ୍ ଲୌକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସୁଲତାନପୁର କୋର୍ଟ ଅଭିମୁଖେ ଯାଉଥିବା ବେଳେ କାରକେର୍ଟ ଦୁର୍ଘଟଣାଗସ୍ତ ହୋଇଥିଲା। ହେଲେ ରାହୁଲଙ୍କୁ କୌଣସି କ୍ଷତି ପହଞ୍ଚି ନଥିଲା।