Jual Oram: ରାଜନେତାରୁ ଅଭିନେତା ସାଜିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଜୁଏଲ୍ ଓରାମ୍ ଙ୍କୁ ନୂଆ ରୂପରେ ଦେଖିବାରୁ ପାଇବେ ଦର୍ଶକ। ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସିବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ଏଥର ଜୁଏଲ୍ ନିଭାଇବେ ରାମାୟଣର ଗୁରୁତ୍ୱପୂର୍ଣ୍ଣ ଚରିତ୍ର ନିଷାଦ ରାଜାଙ୍କ ଭୂମିକା। ଯାହାକୁ ଦର୍ଶକ ବେଶ୍ ଉପଭୋଗ କରିବେ।
आज नई दिल्ली आवास पर आयोजित प्रेस कॉन्फ्रेंस के माध्यम से लाल किला मैदान की लव-कुश रामलीला में निषाद राज की भूमिका निभाने को लेकर मीडिया साथियों से संवाद किया। इस ऐतिहासिक रामलीला का हिस्सा बनने का अवसर मिलेगा। https://t.co/P2TzFNhrvd
— Jual Oram (@jualoram) October 12, 2026
ସୂଚନା ଅନୁସାରେ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରସିଦ୍ଧ ଲବ-କୁଶ ରାମଲୀଳା କମିଟି ପକ୍ଷରୁ ପ୍ରତିବର୍ଷ ରାମଲୀଳା ଆୟୋଜିତ ହୋଇଥାଏ। ଏଥିରେ ବହୁ କଳାକାର ଅଭିନୟ କରି ଦର୍ଶକଙ୍କ ମନ କିଣି ଥାଆନ୍ତି। ହେଲେ, ଏଥର ଜୁଏଲଙ୍କୁ ଅଭିନୟ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଉ ଏଥିରେ ହେଳା ନକରି ସେ ବି ରାଜି ହୋଇଯାଇଥିଲେ।
ନିଜ ମନ୍ତ୍ରଣାଳୟ ଦେଶର ଜନଜାତିଙ୍କର କଲ୍ୟାଣ କରିବା ହୋଇଥିବା ବେଳେ ରାମଲୀଳାରେ ଶବର ରାଜା ନିଷାଦଙ୍କ ଭୂମିକା ତାଙ୍କୁ ପ୍ରଭାବିତ କରେ। ଆଉ କେନ୍ଦ୍ରମନ୍ତ୍ରୀ ରାମଲୀଳାରେ ଅଭିନୟ କରିବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି କମିଟିର ସଭାପତି ଅର୍ଜୁନ କୁମାର। ସେପଟେ,ନିଷାଦ ଭୂମିକାରେ ଅଭିନୟ କରିବା ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଜୁଏଲ ଓରାମ। ନବରାତ୍ରୀ ସହିତ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାମଲୀଳାର ପରମ୍ପରା ଥିବା ବେଳେ ଏଥର ମଞ୍ଚ ଦୁଲୁକାଇବେ କେନ୍ଦ୍ରମନ୍ତ୍ରୀ।