SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଟ୍ରକ୍‌ ଧକ୍କାରେ ସ୍କର୍ପିଓ ଚେପା, ୪ ଶ୍ରଦ୍ଧାଳୁ ମୃତ

ପ୍ରୟାଗରାଜରୁ ବାରାଣସୀ ଯାଉଥିବା ଏକ ସ୍କର୍ପିଓକୁ ଏକ ଟ୍ରକ୍‌ ଜୋରଦାର ଧକ୍କା ଦେଇଛି। ଏହି ଭୟଙ୍କର ସଢ଼କ ଦୁର୍ଘଟଣାରେ ୪ ଜଣଙ୍କର ଜୀବନହାନୀ ଘଟିଛି । କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Oct 19, 2026, 10:44 AM IST | Updated: Oct 19, 2026, 06:37 PM IST
Image Credit: Road Accident
Join

Road Accident News: ଉତ୍ତର ପ୍ରଦେଶର ପ୍ରୟାଗରାଜ-ବାରାଣସୀ ଜାତୀୟ ରାଜପଥରେ ଆଜି ସକାଳେ ଏକ ବଡ ସଡକ ଦୁର୍ଘଟଣା ଘଟିଛି । ବିନ୍ଧ୍ୟାଚଳ ଧାମରେ ମା' ବିନ୍ଧ୍ୟବାସିନୀଙ୍କ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁଙ୍କ ଦ୍ୱାରା ଭର୍ତ୍ତି ଏକ ସ୍କର୍ପିଓ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଜୋରଦାର ଧକ୍କା ଦେଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟତଃ ସ୍କର୍ପିଓ ପଛ ପଟରୁ ଅଧା ଚେପା ହୋଇଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ସକାଳ ପ୍ରାୟ ୫ଟାରେ ଘଟିଛି। ସ୍କର୍ପିଓରେ ଥିବା ସମସ୍ତ ଲୋକ ବିନ୍ଧ୍ୟାଚଳରୁ ଦର୍ଶନ ସାରି ଫେରୁଥିଲେ। ପ୍ରୟାଗରାଜରୁ ବାରାଣସୀ ମାର୍ଗରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଦୁର୍ଘଟଣା ପରେ ଖୁବ ଦୂରକୁ ଚିତ୍କାର ଶବ୍ଦ ଶୁଣାଯାଇଥିଲା।

ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିଲା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ଥାନା ପୋଲିସ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଚାରି ଜଣ ମୃତକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସେମାନଙ୍କର ପରିଚୟ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।

ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ପ୍ରୟାଗରାଜ-ବାରାଣସୀ ମାର୍ଗରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ହାଇୱେରୁ ହଟାଇଥିଲା ଏବଂ କିଛି ସମୟ ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଦୁର୍ଘଟଣାର କାରଣ ଯାଞ୍ଚ କରିବାକୁ ଚେଷ୍ଟା କରୁଛି । ମୃତକ ଏବଂ ଆହତଙ୍କ ପରିଚୟ ତଥା ଦୁର୍ଘଟଣା ସହ ଜଡିତ ଅନ୍ୟାନ୍ୟ ସୂଚନାର ଆଧିକାରିକ ନିଶ୍ଚିତକରଣକୁ ଅପେକ୍ଷା କରାଯାଇଛି।

Also Read- ନମାଜ ପଢ଼ିବାକୁ ଯାଉଥିଲା ଆତଙ୍କବାଦୀ ସରୱର, ତଳେ ପଡ଼ି ମୃତ୍ୟୁ...

Also Read- ଟାଇଗର ଶ୍ରଫ୍‌ଙ୍କ ଘଟଣାରେ ସାମ୍ନାକୁ ଆସିଲା ଏହି CCTV ଚିତ୍ର

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES