• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Indian Railway SMS Service:ଟ୍ରେନ୍ ରେ ସିଟ୍ ଉପଲବ୍ଧ ଅଛି ନା ନାହିଁ,ଏଣିକି ଯାତ୍ରୀଙ୍କୁ SMS ମାଧ୍ୟମରେ ମିଳିବ ଖାଲି ସିଟ୍ ବିଷୟରେ ସୂଚନା!

Indian Railway SMS Service:ଟ୍ରେନ୍ ରେ ସିଟ୍ ଉପଲବ୍ଧ ଅଛି ନା ନାହିଁ,ଏଣିକି ଯାତ୍ରୀଙ୍କୁ SMS ମାଧ୍ୟମରେ ମିଳିବ ଖାଲି ସିଟ୍ ବିଷୟରେ ସୂଚନା!

Indian Railway SMS Service: ଆରମ୍ଭ ହୋଇଛି ପାର୍ବଣ। ଯଦି ଆପଣ ଦୁର୍ଗା ପୂଜା,ଦୀପାବଳୀ ଓ ଛଟ୍ ପୂଜାରେ ଟ୍ରେନ୍ ରେ ଘରକୁ ଆସିବା ପାଇଁ ଯୋଜନା କରୁଛନ୍ତି। ତେବେ,ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଏ-ନେଇ ଟ୍ରେନ୍-ରେ ଟିକେଟ୍ ମିଳିବା କଷ୍ଟକର ହେଉଥିବା ବେଳେ ଉତ୍ତର ରେଳବାଇ ଏକ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଆରମ୍ଭ କରିଛି।

Written ByNarmada BeheraEdited ByNarmada Behera
Published: Sep 28, 2026, 06:55 PM IST|Updated: Sep 28, 2026, 06:58 PM IST
joinshare
Indian Railway SMS Service:ଟ୍ରେନ୍ ରେ  ସିଟ୍ ଉପଲବ୍ଧ ଅଛି ନା ନାହିଁ,ଏଣିକି ଯାତ୍ରୀଙ୍କୁ SMS ମାଧ୍ୟମରେ ମିଳିବ ଖାଲି ସିଟ୍ ବିଷୟରେ ସୂଚନା!
Image Credit: ଆରମ୍ଭ ହୋଇଛି ପାର୍ବଣ। ଯଦି ଆପଣ ଦୁର୍ଗା ପୂଜା,ଦୀପାବଳୀ ଓ ଛଟ୍ ପୂଜାରେ ଟ୍ରେନ୍ ରେ ଘରକୁ ଆସିବା ପାଇଁ ଯୋଜନା କରୁଛନ୍ତି। ତେବେ,ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଏ-ନେଇ ଟ୍ରେନ୍-ରେ ଟିକେଟ୍ ମିଳିବା କଷ୍ଟକର ହେଉଥିବା ବେଳେ ଉତ୍ତର ରେଳବାଇ ଏକ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଆରମ୍ଭ କରିଛି। ଆସନ୍ତୁ ଜାଣିବା...

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Indian Railway SMS Service: ଆରମ୍ଭ ହୋଇଛି ପାର୍ବଣ। ଯଦି ଆପଣ ଦୁର୍ଗା ପୂଜା,ଦୀପାବଳୀ ଓ ଛଟ୍ ପୂଜାରେ ଟ୍ରେନ୍ ରେ  ଘରକୁ ଆସିବା ପାଇଁ ଯୋଜନା କରୁଛନ୍ତି। ତେବେ,ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଏ-ନେଇ ଟ୍ରେନ୍-ରେ ଟିକେଟ୍ ମିଳିବା କଷ୍ଟକର ହେଉଥିବା ବେଳେ  ଉତ୍ତର ରେଳବାଇ ଏକ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ  ପଦକ୍ଷେପ ଆରମ୍ଭ କରିଛି। ଆସନ୍ତୁ ଜାଣିବା...

    ଏହି ବ୍ୟବସ୍ଥା ଅଧିନରେ ରେଳବାଇ ଏବେ ଯାତ୍ରୀମାନଙ୍କ ମୋବାଇଲ୍ ନମ୍ବରକୁ ମେସେଜ୍ ପଠାଇ ସ୍ବତନ୍ତ୍ର ଟ୍ରେନ୍-ରେ ଉପଲବ୍ଧ ସିଟ୍ ବିଷୟରେ ଜଣାଇବ। ଏ-ପରି ମେସେଜ୍ ପାଇବା ଦ୍ବାରା ଯାତ୍ରୀମାନେ ସେମାନଙ୍କ ସମୟ ମଧ୍ୟରେ ଟିକେଟ୍ ବୁକ୍ କରିପାରିବେ। ଏ-ହି ସୁବିଧା ସହିତ ପାର୍ବଣରେ ହେଉଥିବା ବିଭିନ୍ନ ଟ୍ରେନ୍ ରେ ଭିଡ଼ ସଂଖ୍ୟା କମିବା ସହ ଲୋକେ ସିଧାସଳଖ ଖାଲି ସିଟ୍ ରେ ଥିବା ସ୍ବତନ୍ତ୍ର ଟ୍ରେନ୍ ବିଷୟରେ ସୂଚନା ଏମଏମଏସ୍ ମାଧ୍ୟମରେ ପାଇପାରିବେ।

    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,ପାର୍ବଣ ସମୟରେ ବିଭିନ୍ନ ବିମାନ କମ୍ପାନୀ ଭଡ଼ା ବୃଦ୍ଧି କରିଥାଆନ୍ତି। ଏ-ହାଦ୍ବାରା ସାଧାରଣ ଲୋକେ ବିମାନରେ ଯାତ୍ରା କରିବା କଷ୍ଟକର ହୋଇପଡେ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟି ରଖି ଗତ ବର୍ଷ ସାରା ଦେଶରେ ୧୨ରୁ ଅଧିକ ସ୍ବତନ୍ତ୍ର ଟ୍ରେନ ଚାଲିଥିଲା। କେବଳ ଉତ୍ତର ରେଳବାଇ ଏହିପରି ୫,୫୦୦ ରୁ ଅଧିକ ଯାତ୍ରା ପରିଚାଳନା କରିଥିଲେ। ଯାହା ପାର୍ବଣ ସମୟରେ ଯାତ୍ରୀମାନଙ୍କୁ ୧ କୋଟିକୁ ଅଧିକ ଅଧିକସିଟ୍ ପ୍ରଦାନ କରିଥିଲା।


    ହେଲେ,ଚଳିତ ବର୍ଷ ଉତ୍ତର ରେଳବାଇ ଯାତ୍ରୀଙ୍କୁ ବିପୁଳ ସଂଖ୍ୟକ ଟ୍ରେନ୍ ପରିଚାଳନା ପାଇଁ ବ୍ୟବସ୍ଥା ଆରମ୍ଭ କରିଛି। ସୂଚନା ଅନୁଯାୟୀ,  ଉତ୍ତର ରେଳବାଇ ଚଳିତ ବର୍ଷ ଅକ୍ଚୋବର  ଚଳିତ ବର୍ଷ ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ  ପ୍ରାୟ ୧୦୦୦ ସ୍ବତନ୍ତ୍ର ଟ୍ରେନ୍ ଚାଲିବ ବୋଲି ଘୋଷଣା କରିଛନ୍ତି। ରେଳବାଇ ଅଧିକାରୀମାନେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଯୋଜନା କରିଛି।  ଯାହା ଦ୍ବାରା ଅଧିକ ଯାତ୍ରୀ ସିଧାସଳଖ ଏହି ସୁବିଧାରେ ଲାଭ ପାଇପାରିବେ। ଘରୁ ବାହାରିବା ପୂର୍ବରୁ କେହି କୌଣସି ଅସୁବିଧାର ସମ୍ମୁଖିନ ନ ହେବେ।

     

    Add Zee News as a Preferred Source