Rain Alert: ଦକ୍ଷିଣ ଭାରତରେ ଭୟଙ୍କର ତାଣ୍ଡବ ରଚିବା ପରେ ଏବେ 'ସାଇକ୍ଲୋନ୍ ଅର୍ଣ୍ଣବ' ଦ୍ରୁତ ଗତିରେ ଉତ୍ତର ଭାରତ ଆଡ଼କୁ ବଢ଼ୁଛି। ଦିଲ୍ଲୀ-ଏନସିଆରରେ ଗୁରୁବାର ରାତିରୁ ବର୍ଷା ଲାଗି ରହିଛି। ବିଳମ୍ବିତ ରାତିରେ ଆକାଶରେ ବିଜୁଳି ଚମକିବା ସହ ବିଜୁଳି ଘଡଘଡି ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଥଣ୍ଡା ପବନ କାରଣରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ରେକର୍ଡ କରାଯାଇଛି । ଯାହାଫଳରେ ଦିଲ୍ଲୀ ସହିତ ନୋଏଡା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦ ଭଳି ସହରର ବାସିନ୍ଦା ବର୍ତ୍ତମାନ ଥଣ୍ଡା ଅନୁଭବ କରୁଛନ୍ତି ।
#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #29thOctober,2026 https://t.co/klNdBvxMhD
— Meteorological Centre, Bhubaneswar (@mcbbsr) October 29, 2026
साप्ताहिक मौसम परिचर्चा (29.10.2026) YouTube : https://t.co/NJJB9DyPVf Facebook : https://t.co/gD9L2RV7wr #HeavyRainfall #WeatherUpdate #IndiaWeather #RainForecast #ThunderstormAlert #WeatherWarnings #RainySeason @moesgoi @airnewsalerts @DDNational @ndmaindia @ICRER_MHA
— India Meteorological Department (@Indiametdept) October 29, 2026
ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଏହା ସାମୁଦ୍ରିକ ଝଡ଼ର ପ୍ରଭାବ ବୋଲି ଦର୍ଶାଯାଇଛି। ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ଭାଗରେ ଆଗାମୀ ଦୁଇ ଦିନ ପାଇଁ ଘୂର୍ଣ୍ଣିଝଡ଼ର ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି। ଅନ୍ୟପଟେ, ପାହାଡ଼ିଆ ଅଞ୍ଚଳର କେତେକ ସ୍ଥାନରେ ଭୂସ୍ଖଳନ ହେବା ନେଇ ଚେତାବନୀ ଜାରି କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ପୁଡୁଚେରୀ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରବଳ ତାଣ୍ଡବ ରଚିଛି। ଆନ୍ଧ୍ର ପ୍ରଦେଶରେ ପ୍ରଶାସନ ପକ୍ଷରୁ ୮୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହା ସତ୍ତ୍ୱେ ପ୍ରାୟ ୫ ରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଓଡ଼ିଶାରେ ପ୍ରଶାସନ ଅର୍ଣ୍ଣବ ତୁଫାନ ଯୋଗୁଁ ୩୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଇଛି।
Warning for Odisha. Day-1: Isolated Extremely Heavy Rainfall. Day-5: Isolated Very Heavy Rainfall. Day-4 & Day-6: Heavy Rainfall. Day-1, Day-2, Day-4 & Day-5: Isolated Thunderstorm with Lightning and Gusty Wind. Day-3 & Day-7: No Warning. #odisha #weather #warning https://t.co/rF9QAEgGGr
— Meteorological Centre, Bhubaneswar (@mcbbsr) October 29, 2026
ସାମୁଦ୍ରିକ ଝଡ଼ ସମୟରେ ନିରବଚ୍ଛିନ୍ନ ପବନର ଗତି ଘଣ୍ଟାପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିଥିବା ବେଳେ ଝଟକା ପବନର ଗତି ଘଣ୍ଟାପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହାଦ୍ୱାରା ଅନେକ ସ୍ଥାନରେ ଶହ ଶହ ଗଛ ଭାଙ୍ଗିପଡ଼ିଛି, ବିଦ୍ୟୁତ୍ ଖୁଣ୍ଟ ଓପାଡ଼ି ଯାଇଛି ଏବଂ ଘରର ଛାତ ସବୁ ଉଡ଼ିଯାଇଛି। ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଗୁରୁବାର ରାତିରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର କେତେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ସେହିପରି ଉତ୍ତରାଖଣ୍ଡର ମଧ୍ୟ ଅନେକ ସ୍ଥାନରେ ତୁଷାରପାତ ଏବଂ କୁଆପଥର ବୃଷ୍ଟି ହୋଇଛି। ପାଣିପାଗ ବିଭାଗ ଆଜି ଜମ୍ମୁ-କାଶ୍ମୀରର ସମତଳ ଅଞ୍ଚଳରେ ଭାରୀ ବର୍ଷାର ସମ୍ଭାବନା ହେବା ନେଇ ଆଲର୍ଟ ଜାରି କରିଛି । ଏଥିସହ ଉପତ୍ୟକାରେ ଆଜି ମଧ୍ୟ ତୁଷାରପାତ ଦେଖିବାକୁ ମିଳିପାରେ।
ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ନେଇ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଭାଗ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ସାବଧାନ ରହିବାକୁ ପରାମର୍ଶ ଦେଇଛି। ଲୋକଙ୍କୁ ସୁରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି।