• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Fire Tragedie: ଦୀପାବଳି ପରେ ମୃତ୍ୟୁର ତାଣ୍ଡବ! ଅଗ୍ନିକାଣ୍ଡରେ ଚାଲିଗଲା ୧୨ ନିରୀହ ଜୀବନ

Fire Tragedie: ଦୀପାବଳି ପରେ ମୃତ୍ୟୁର ତାଣ୍ଡବ! ଅଗ୍ନିକାଣ୍ଡରେ ଚାଲିଗଲା ୧୨ ନିରୀହ ଜୀବନ

ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ଦୁଇ ମାସର ଶିଶୁଟି ମା’ ପୁନମ୍‌ଙ୍କ କୋଳରେ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 09, 2026, 12:09 PM IST|Updated: Nov 09, 2026, 02:07 PM IST
joinshare
Fire Tragedie: ଦୀପାବଳି ପରେ ମୃତ୍ୟୁର ତାଣ୍ଡବ! ଅଗ୍ନିକାଣ୍ଡରେ ଚାଲିଗଲା ୧୨ ନିରୀହ ଜୀବନ
Image Credit: Fire Tragedie: ଦୀପାବଳି ପରେ ମୃତ୍ୟୁର ତାଣ୍ଡବ! ଅଗ୍ନିକାଣ୍ଡରେ ଚାଲିଗଲା ୧୨ ନିରୀହ ଜୀବନ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Fire Tragedie: ଦୀପାବଳି ଉତ୍ସବ ପରେ ମଧ୍ୟପ୍ରଦେଶରେ ଘଟିଛି ଦୁଇଟି ହୃଦୟବିଦାରକ ଅଗ୍ନିକାଣ୍ଡ। ସେଓନି ଓ କଟନି ଜିଲ୍ଲାରେ ଦୁଇଟି ପୃଥକ୍ ଅଗ୍ନିକାଣ୍ଡରେ ଦୁଇ ପରିବାରର ମୋଟ ୧୨ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି। ଏହି ଦୁଇଟି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

    ସେଓନିରେ ଗୋଟିଏ ପରିବାରର ୬ ମୃତ:
    ପ୍ରଥମ ଅଘଟଣ ସେଓନି ଜିଲ୍ଲାର ଛାପରା ସହରରେ ଘଟିଛି। ସୋମବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ ମହାବୀର ୱାର୍ଡର ଜୈନ ମନ୍ଦିର ନିକଟରେ ଥିବା ସୁନାରୀ କୁନ୍ଦନ ଲାଲ ସୋନିଙ୍କ ତିନି ମହଲା ଘରେ ଭୟଙ୍କର ନିଆଁ ଲାଗିଥିଲା। ଘଟଣା ସମୟରେ ଘରେ ୧୦ ଜଣ ଥିଲେ। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ୭୫ ବର୍ଷୀୟ କୁନ୍ଦନ ଲାଲ ସୋନି, ତାଙ୍କ ପତ୍ନୀ ରାଜକୁମାରୀ (୬୫), ରିତୁ (୪୨), ସ୍ମୃତି (୪୦), ସୂର୍ଯ୍ୟ (୪୫) ଓ ଆଦିତ୍ୟ (୧୬)। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

    କଟନିରେ ଦୁଇ ମାସର ଶିଶୁ ସମେତ ୬ ମୃତ:
    ସେହିପରି ଦ୍ୱିତୀୟ ଘଟଣା କଟନି ଜିଲ୍ଲାର ବରହି ସହରରେ ଘଟିଛି। ମଧ୍ୟରାତ୍ରି ପାଖାପାଖି ଏକ ତିନି ମହଲା କୋଠାର ତଳ ମହଲାରେ ଥିବା କ୍ରୋକେରି ଦୋକାନରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତଗତିରେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯିବାରୁ ପରିବାରର ସଦସ୍ୟମାନେ ଭିତରେ ଫସି ରହିଥିଲେ। ଏହି ଘଟଣାରେ ଦୋକାନ ମାଲିକ ପୁରଣ ଅଗ୍ରୱାଲ (୭୭), ତାଙ୍କ ପତ୍ନୀ ଚନ୍ଦ୍ରକଳା (୭୪), ବୋହୂ ପୁନମ୍, ନାତୁଣୀ ଆର୍ଯ୍ୟ (୧୪), ଅନ୍ୱୀ (୬) ଏବଂ ଦୁଇ ମାସର ଶିଶୁର ମୃତ୍ୟୁ ହୋଇଛି।

    ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ଦୁଇ ମାସର ଶିଶୁଟି ମା’ ପୁନମ୍‌ଙ୍କ କୋଳରେ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୁଇଟି ଯାକ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଦୁଃଖଦ ଘଟଣା ଦୁଇ ପରିବାରକୁ ଛାରଖାର କରିଦେଇଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି।

    Add Zee News as a Preferred Source
    TAGS:
    Diwali