Diwali 2026: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ସବୁଠି ସେଲିବ୍ରେସନ୍ ର ମାହୋଲ୍ ବି ଲାଗି ରହିଛି। ଏ-ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ସହ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
Called on Rashtrapati Ji and conveyed Diwali wishes. @rashtrapatibhvn https://t.co/5s7QRZLx0Q
— Narendra Modi (@narendramodi) November 8, 2026
ଏନେଇ ରାଷ୍ଟ୍ରପତି ଭବନର ଅଫିସିଆଲ୍ 'ଏକ୍ସ'ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।" ତେବେ, ରାଷ୍ଟ୍ରପତି ମଧ୍ୟ ପୂର୍ବରୁ ଦୀପାବଳିର ଶୁଭେଚ୍ଛା ଦେଶବାସୀଙ୍କୁ ଏକ୍ସରେ ଜଣାଇଥିଲେ। ସେ ନିଜ ଏକ୍ସରେ ଲେଖିଥିଲେ ଯେ,ଦୀପାବଳିର ଏହି ପବିତ୍ର ଅବସରରେ, ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।" ଦୀପାବଳିର ଏହି ଉତ୍ସବ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି। କେବଳ ସେତିକି ନୁହେଁ ଏହି ଅବସରରେ ସେ ପାର୍ବଣର ସାଂସ୍କୃତିକ ଓ ଧାର୍ମିକ ମହତ୍ବ ଉପରେ ଆଲୋକପାତ କରିଛନ୍ତି। ଅଧର୍ମ ଉପରେ ଧର୍ମର ବିଜୟ, ରାମ ଅଯୋଧ୍ୟା ଆସିବା ଦିନ ଦୀପ ଲଗାଯାଇ ତାଙ୍କୁ ସ୍ବାଗତ କରାଯାଇଥିଲା। ସେପଟେ, ରାଷ୍ଟ୍ରପତିଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ।