Weather Update: IMD କଣ ଚେତାବନୀ ଜାରି କରିଛି, ଜାଣନ୍ତୁ ପାଣିପାଗ ଅପଡେଟ୍
ଆଜିଠାରୁ କାଲି ସକାଳ ୮ଟା୩୦ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
Weather Update: ନଭେମ୍ବର ୪ ବୁଧବାର ଦିନ ଦେଶର ୧୦ଟି ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। IMD ର ସୂଚନା ଅନୁଯାୟୀ, ବାତ୍ୟା 'ମୁରାସୁ' ପ୍ରଭାବରେ ଆଜି ମଧ୍ୟ କିଛି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ କେତେକ ରାଜ୍ୟରେ ବର୍ଷା ବିନା ଝଡ଼ ଆସିବାର ସମ୍ଭାବନା ଅଛି। ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏହାଛଡ଼ା ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡରେ ମଧ୍ୟ ବର୍ଷା ହେବାର ଅନୁମାନ କରାଯାଇଛି।
ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟି ହୋଇଥିବା 'ଡିପ୍ ଡିପ୍ରେସନ' (ଯାହା ଭୀଷଣ ବାତ୍ୟା 'ମୁରାସୁ'ର ଅବଶିଷ୍ଟାଂଶ) ବୁଧବାର ଆହୁରି ଦୁର୍ବଳ ହୋଇ ସାଧାରଣ 'ଡିପ୍ରେସନ'ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଡିପ୍ ଡିପ୍ରେସନ ବିଗତ ୬ ଘଣ୍ଟା ମଧ୍ୟରେ ମାତ୍ର ୫ ରୁ ୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆଗକୁ ବଢ଼ିଛି। ଅର୍ଥାତ୍ ଆଜି ଏହା ଦ୍ଵାରା କୌଣସି ବଡ଼ ବିପଦର ଆଲର୍ଟ ନାହିଁ।
ଗତକାଲି ରାତି ପ୍ରାୟ ୧୧:୩୦ ସମୟରେ ଏହି 'ଡିପ୍ ଡିପ୍ରେସନ' ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତାହା ସଂଲଗ୍ନ ପୂର୍ବ ତେଲେଙ୍ଗାନା ଉପରେ ସକ୍ରିୟ ଥିଲା। ୪ ନଭେମ୍ବର ୨୦୬ ସକାଳ ସୁଦ୍ଧା ଏହା ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବା ସହ 'ଡିପ୍ରେସନ'ରେ ପରିଣତ ହେବାର ସମ୍ଭାବନା ଅଛି। ତେବେ ଆଜି ସମ୍ପୃକ୍ତ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବ, ଯାହା ଝଟକା ସହ ୬୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ରହିଛି। ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମହାରାଷ୍ଟ୍ର ଏବଂ କୋଙ୍କଣ ଅଞ୍ଚଳରେ ମଧ୍ୟ ବାତ୍ୟା ପ୍ରଭାବରେ ୫ ନଭେମ୍ବର ପର୍ଯ୍ୟନ୍ତ କେତେକ ଭାଗରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଆଜିଠାରୁ କାଲି ସକାଳ ୮ଟା୩୦ ଯାଏଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ମଧ୍ୟରେ ରହିପାରେ ।
Also Read- Today Horoscope: କେମିତି ବିତିବ ଆଜି ଦିନ ? ପଢ଼ନ୍ତୁ ୧୨ଟି ରାଶିର ରାଶିଫଳ