• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Today Horoscope: କେମିତି ବିତିବ ଆଜି ଦିନ ? ପଢ଼ନ୍ତୁ ୧୨ଟି ରାଶିର ରାଶିଫଳ

Today Horoscope: କେମିତି ବିତିବ ଆଜି ଦିନ ? ପଢ଼ନ୍ତୁ ୧୨ଟି ରାଶିର ରାଶିଫଳ

ଆଜିର ଦିନଟି କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଭଲ ହୋଇପାରେ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 04, 2026, 06:29 AM IST|Updated: Nov 04, 2026, 06:36 AM IST
joinshare
Today Horoscope: କେମିତି ବିତିବ ଆଜି ଦିନ ? ପଢ଼ନ୍ତୁ ୧୨ଟି ରାଶିର ରାଶିଫଳ
Image Credit: Astrology

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Today Horoscope 4th November 2026: ଆଜିର ୪ ନଭେମ୍ବର ୨୦୨୬ ବୁଧବାର । ଆଜି ଦ୍ୱିପହର ସମୟରେ ଶୁକ୍ର ଏବଂ ଗୁରୁ ମିଶି ଲାଭ ଦୃଷ୍ଟି ଯୋଗ ଗଠନ କରୁଛନ୍ତି। ଅନ୍ୟପଟେ ସନ୍ଧ୍ୟା ୦୭:୫୨ ରୁ ସୂର୍ଯ୍ୟ-ବୁଧଙ୍କର ଯୁତି ଦୃଷ୍ଟି ସକ୍ରିୟ ହେବ। ସେହିପରି ସକାଳୁ ହିଁ ଚନ୍ଦ୍ର ସିଂହ ରାଶିରେ ରହିବେ।

ମେଷ ରାଶି
ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଗୁଡ଼ିକୁ ସମ୍ପାଦନ କରିବେ । ସଠିକ୍ ମାର୍ଗରେ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ପଡ଼ୋଶୀମାନଙ୍କ ସହ କୌଣସି ବିବାଦ ହୋଇପାରେ ତେଣୁ ସତର୍କ ରୁହନ୍ତୁ । ବ୍ୟବସାୟରେ ଆଗକୁ ବଢିବେ । ପ୍ରେମ ସମ୍ପର୍କ ମାମଲାରେ ଟିକେ ସତର୍କ ରହିବା ଆବଶ୍ୟକ। ରକ୍ତଚାପ ଏବଂ ମଧୁମେହ ନିୟମିତ ଯାଞ୍ଚ କରିବା ଜରୁରୀ। ସକାଳ ସମୟରେ ମେଡିଟେସନ୍ ଓ ପ୍ରାଣାୟାମ କରିବା ଆପଣଙ୍କ ପାଇଁ ଆରାମଦାୟକ ହେବ । ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ଅଙ୍କ: ୩

ବୃଷ ରାଶି
ନିଜ ପ୍ରତିଭା ଓ ଶକ୍ତି ଦ୍ୱାରା ଜରୁରୀ କାର୍ଯ୍ୟ ପୂରଣ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ନିଜ ଉପରକୁ ଅତିରିକ୍ତ କାର୍ଯ୍ୟଭାର ନିଅନ୍ତୁ ନାହିଁ। କଠିନ ପରିଶ୍ରମ ଜାରି ରଖିଲେ କାର୍ଯ୍ୟକ୍ଷେତ୍ରରେ ମନମୁତାବକ ସଫଳତା ମିଳିପାରେ । ପରିବାରରେ ସୁଖଦ ପରିବେଶ ରହିବ। ଶିରା ପ୍ରଶିରାରେ ଟାଣି ହେବା ଏବଂ ଯନ୍ତ୍ରଣା ଜନିତ ସମସ୍ୟା ଦେଖାଦେଇପାରେ। ଗଣପତିଙ୍କୁ ଧ୍ୟାନ କରନ୍ତୁ ଏବଂ ଲଡୁ ଭୋଗ ଚଢ଼ାନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ଅଙ୍କ: ୬

ମିଥୁନ ରାଶି
କୌଣସି ସମ୍ପତ୍ତି କିଣାବିକା କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ପିଲାମାନଙ୍କର କାର୍ଯ୍ୟକଳାପ ଏବଂ ସଙ୍ଗତ ଉପରେ ନଜର ରଖିବା ଜରୁରୀ। ସେୟାର ବଜାରରେ ନିବେଶ କରୁଥିଲେ ସାବଧାନତାର ସହ କରନ୍ତୁ। ପ୍ରେମ ପ୍ରସଙ୍ଗରେ ବଦନାମ ହେବାର ଭୟ ରହିଛି, ତେଣୁ ଏଥିରୁ ଦୂରେଇ ରୁହନ୍ତୁ। ଆପଣଙ୍କର ଆତ୍ମବିଶ୍ୱାସ ବଢିବ । ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ସୁସ୍ଥ ରଖିବ। ସଙ୍କଟମୋଚନ ହନୁମାନ ଜୀଙ୍କୁ ଧ୍ୟାନ କରନ୍ତୁ । ସମ୍ଭବ ହେଲେ ହନୁମାନ ଚାଳିଶା ପାଠ କରନ୍ତୁ। ଶୁଭ ରଙ୍ଗ: ଲାଲ୍ ଏବଂ ଶୁଭ ଅଙ୍କ: ୫

କର୍କଟ ରାଶି
କୌଣସି ବିଶେଷ କାର୍ଯ୍ୟକୁ ନେଇ କିଛି ଯୋଜନା କରିପାରନ୍ତି । ନିଜର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଏବଂ କାଗଜପତ୍ର କୌଣସି ଅଜଣା ବ୍ୟକ୍ତିଙ୍କ ହାତରେ ପଡ଼ିବାକୁ ଦିଅନ୍ତୁ ନାହିଁ। ଆର୍ଥିକ ସମସ୍ୟା କାରଣରୁ କୌଣସି କାମ ଅଟକି ରହିଥିଲେ ତାହା ପୁଣି ଆରମ୍ଭ ହୋଇପାରେ। ଲଭ୍ ପାର୍ଟନରଙ୍କୁ ଭେଟିବାର ସୁଯୋଗ ମିଳିବ। ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ଦେଖାଦେଇପାରେ। ବର/ଅଶ୍ୱତ୍ଥ ଗଛ ପାଖରେ ସୋରିଷ ତେଲର ଦୀପ ଜାଳି ପ୍ରଣାମ କରନ୍ତୁ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୮

ସିଂହ ରାଶି
ଆଜିର ଦିନଟି ମହିଳାମାନଙ୍କ ପାଇଁ ଅଧିକ ଶୁଭ । କୌଣସି କାମରେ ତରବରିଆ ହୁଅନ୍ତୁ ନାହିଁ । ଅଯୋଥା ଖର୍ଚ୍ଚାନ୍ତ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଉପୁଜିପାରେ। ପ୍ରେମ ସମ୍ପର୍କ ମାମଲାରେ ପରସ୍ପର ପ୍ରତି ସମ୍ମାନ ରଖିବା ଜରୁରୀ। କାସ, ଥଣ୍ଡା ଭଳି ସାଧାରଣ ଋତୁକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କୌଣସି ସଂସ୍ଥାରେ ଔଷଧ ଦାନ କରନ୍ତୁ। ଶୁଭ ରଙ୍ଗ: ଆକାଶୀ ନୀଳ ଏବଂ ଶୁଭ ଅଙ୍କ: ୭ ।

କନ୍ୟା ରାଶି
ଚାକିରି ଆସାୟୀ ଥିରେ ଖୁସି ଖବର ମିଳିପାରେ । ବିଭିନ୍ନ କ୍ଷେତ୍ରରେ ସଫଳତାର ଯୋଗ ରହିଛି । ମାନସିକ ଶାନ୍ତି ପାଇବେ। ପଡ଼ୋଶୀମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ବ୍ୟବସାୟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇପାରେ। ଆୟର ସ୍ଥିତି ଭଲ ରହିବ। ବ୍ୟର୍ଥ ପ୍ରେମ ସମ୍ପର୍କ ଏବଂ ମୌଜ-ମଜଲିସରେ ନିଜର ସମୟ ନଷ୍ଟ କରନ୍ତୁ ନାହିଁ। ଆଘାତ ଲାଗିବାର ସମ୍ଭାବନା ଅଛି ତେଣୁ ସାବଧାନ ରୁହନ୍ତୁ । ପିମ୍ପୁଡ଼ିମାନଙ୍କୁ ସପ୍ତଧାନ୍ୟ ଖାଇବାକୁ ଦିଅନ୍ତୁ। ଶୁଭ ରଙ୍ଗ: ଧଳା
ଶୁଭ ଅଙ୍କ: ୫

ତୁଳା ରାଶି
ନିଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚିନ୍ତା କରିବେ । ପ୍ରତ୍ୟକ ଆହ୍ୱାନଗୁଡ଼ିକୁ ସହଜରେ ସମାଧାନ କରିନେବେ। ଅତ୍ୟଧିକ ଭାବପ୍ରବଣତା ଏବଂ ଉଦାରତା ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା ସାଜିବ। କ୍ରୋଧଠାରୁ ଦୂରରେ ରୁହନ୍ତୁ । ଦାମ୍ପତ୍ୟ ସମ୍ପର୍କରେ ଉଚିତ ସମନ୍ୱୟ ରହିବ। ସାଙ୍ଗମାନଙ୍କ ସହ ଭେଟ ହୋଇପାରେ। ନିଜର ଦିନଚର୍ଯ୍ୟା ଏବଂ ଖାଦ୍ୟପେୟକୁ ବ୍ୟବସ୍ଥିତ ରଖନ୍ତୁ। ମା' ଦୁର୍ଗାଙ୍କର ଉପାସନା କରନ୍ତୁ ଏବଂ କନ୍ୟାମାନଙ୍କୁ ଶୃଙ୍ଗାର ସାମଗ୍ରୀ ଉପହାର ଦିଅନ୍ତୁ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୪

ବିଛା ରାଶି
ନିଜର ରୁଚିପୂର୍ଣ୍ଣ କାର୍ଯ୍ୟ ପାଇଁ କିଛି ସମୟ ବାହାର କରନ୍ତୁ । ଏହାଦ୍ୱାରା ମାନସିକ ଶାନ୍ତି ପାଇବେ। ଯଦି ଋଣ ନେବା ପାଇଁ ଯୋଜନା କରୁଛନ୍ତି, ତେବେ ନିଜର ସାମର୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ଅତିରିକ୍ତ ଆୟ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଉଚିତ ତାଳମେଳ ରଖନ୍ତୁ। ଜୀବନସାଥୀ ଏବଂ ପରିବାର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଦାନ୍ତ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। ଶିବ-ପାର୍ବତୀଙ୍କ ସ୍ୱରୂପ ଦର୍ଶନ କରନ୍ତୁ ଏବଂ ଯଥାସମ୍ଭବ ପୂଜା କରନ୍ତୁ। ଶୁଭ ରଙ୍ଗ: ଧଳା ଏବଂ ଶୁଭ ଅଙ୍କ: ୧

ଧନୁ ରାଶି
କେଉଁଠି ନିବେଶ କରିବାକୁ ଚିନ୍ତା କରୁଥିଲେ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଆୟ ସହିତ ଖର୍ଚ୍ଚ ମଧ୍ୟ ଅଧିକ ରହିବ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ ହୋଇପାରେ । ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବା ପାଇଁ ପାରିବାରିକ ସ୍ୱୀକୃତି ମିଳିପାରେ। ବର୍ତ୍ତମାନର ନକାରାତ୍ମକ ପରିସ୍ଥିତିରୁ ନିଜକୁ ରକ୍ଷା କରନ୍ତୁ। କୌଣସି ଗରିବ କିମ୍ବା ଆବଶ୍ୟକୀୟ ଛାତ୍ରଙ୍କୁ ସାହାଯ୍ୟ କରନ୍ତୁ। ଶୁଭ ରଙ୍ଗ: କେସରୀ ଏବଂ ଶୁଭ ଅଙ୍କ: ୩

ମକର ରାଶି
ଛାତ୍ରଛାତ୍ରୀମାନେ ମାନସିକ ଚାପମୁକ୍ତ ଅନୁଭବ କରିବେ। କୌଣସି ଆବଶ୍ୟକୀୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସମୟରେ ନିଜ ବଜେଟ୍ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାର୍ଯ୍ୟରତ ଥିଲେ ନିଜ ସିନିୟରମାନଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଘରେ ସୁଖ-ଶାନ୍ତିର ପରିବେଶ ରହିବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ରକ୍ତଚାପ, ମଧୁମେହ ଆଦି ରୋଗରେ ପୀଡ଼ିତ ଥିଲେ ନିଜର ଅଧିକ ଯତ୍ନ ନିଅନ୍ତୁ। ଉଦୀୟମାନ ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତୁ ଏବଂ ପ୍ରଣାମ କରନ୍ତୁ। ଶୁଭ ରଙ୍ଗ: ନୀଳ ଏବଂ
ଶୁଭ ଅଙ୍କ: ୨

କୁମ୍ଭ ରାଶି
ଇଣ୍ଟରଭ୍ୟୁରେ ସଫଳତା ମିଳିବାର ସମ୍ଭାବନା ଅଧିକ। ଅର୍ଥ ସମ୍ବନ୍ଧୀୟ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ଡିଲ୍ ଫାଇନାଲ୍ ହୋଇପାରେ। ପରିବାରରେ ଖୁସିର ପରିବେଶ ରହିବ। ବଦହଜମୀ ଏବଂ ଭୋକ ନ ହେବା ଭଳି ସମସ୍ୟା ଅନୁଭବ ହୋଇପାରେ। ଘରର ଭଉଣୀ ଓ ଝିଅମାନଙ୍କୁ ସମ୍ମାନ କରନ୍ତୁ ଏବଂ କିଛି ଉପହାର ଦିଅନ୍ତୁ। ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୧

ମୀନ ରାଶି
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବା କାରଣରୁ ଆଶ୍ୱସ୍ତି ପାଇବେ । ଭବିଷ୍ୟତ ଯୋଜନା କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ଛୋଟ ଭୁଲ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ଚାକିରି କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଆସିପାରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘରର ବ୍ୟବସ୍ଥାକୁ ନେଇ କିଛି ଯୁକ୍ତିତର୍କ ହୋଇପାରେ। ଖରାପ ଅଭ୍ୟାସ ଏବଂ ଖରାପ ସଙ୍ଗତ ଠାରୁ ଦୂରତା ବଜାୟ ରଖନ୍ତୁ। କୌଣସି ଧର୍ମସ୍ଥଳୀରେ କିଛି ସମୟ ଏକାନ୍ତରେ ବସି ଧ୍ୟାନ କରନ୍ତୁ। ଶୁଭ ରଙ୍ଗ: ହଳଦିଆ ଏବଂ ଶୁଭ ଅଙ୍କ: ୫

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:
Astrology