• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା

Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା

Cyclone Update: ଶନିବାର ୫ଟା ୩୦ ସୁଧା ବଙ୍ଗୋପସାଗରରେ ଉତ୍ତର ଲଘୁଚାପ ଅବପାତରେ ପରିଣତ ହୋଇଛି। ଲଘୁଚାପ ଅବପାତରେ ପରିଣତ ହେବା ପରେ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ଯେ,ଏହା ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ। ଆନ୍ଧ୍ର ଉପକୂଳକୁ ବିଶାଖାପାଟଣା ଏବଂ ବାପଟଲା ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବରେ ଏହା ଅତିକ୍ରମ କରିବ।

Written ByNarmada BeheraEdited ByNarmada Behera
Published: Oct 25, 2026, 07:16 AM IST|Updated: Oct 25, 2026, 07:18 AM IST
joinshare
Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା
Image Credit: Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Cyclone Update: ଶନିବାର ୫ଟା ୩୦ ସୁଧା ବଙ୍ଗୋପସାଗରରେ ଉତ୍ତର ଲଘୁଚାପ ଅବପାତରେ ପରିଣତ ହୋଇଛି।  ଲଘୁଚାପ ଅବପାତରେ ପରିଣତ ହେବା ପରେ  ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ଯେ,ଏହା ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ। ଆନ୍ଧ୍ର ଉପକୂଳକୁ  ବିଶାଖାପାଟଣା  ଏବଂ ବାପଟଲା ମଧ୍ୟରେ ଅତି ଭୀଷଣ ବାତ୍ୟା ଭାବରେ ଏହା ଅତିକ୍ରମ କରିବ। ଏହି ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସମୟରେ ସର୍ବାଧିକ ସ୍ଥାୟୀ ପବନ ର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଏବଂ ଝଟକା ପବନ ଘଣ୍ଟାପ୍ରତି  ୧୪୦ କିମି ବେଗରେ ରହିବ।

    ୨୮ ତାରିଖ ପୂର୍ବାହ୍ନରେ  ଏହା ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ। ଏହା ପ୍ରଭାବରେ ଓଡ଼ିଶାରେ ପ୍ରାୟ ୪ ଦିନ ଧରି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ। ବର୍ଷା ସହ ପବନର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଜିରୋ କାଜୁଆଲିଟିକୁ ଲକ୍ଷ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି, ଗଞ୍ଜାମ, ଗଜପତି, ରାୟଗଡା,କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି।  

    ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହେବ।  ଏନେଇ  ୬୦ ଟି  ଓଡ୍ରାଫ୍ ଟିମ୍ ,  ଏବଂ ୧୭ଟି ଏନଡିଆରଏଫ ଟିମ୍ କୁ ବାତ୍ୟା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବାତ୍ୟା ପରିସ୍ଥିତିରେ ଯୋଗାଯୋଗ ବ୍ୟବସ୍ଥାକୁ ନିରନ୍ତର ଅବ୍ୟାହତ ରଖିବାକୁ ଇଞ୍ଜିନିୟରିଂ ବିଭାଗକୁ ପ୍ରସ୍ତୁତ ରହିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ମଧ୍ୟରେ ସମ୍ବନୟ ରକ୍ଷା କରି କିଭଳି ପରିସ୍ଥିତିର ମୁକାବିଲା କରାଯିବା ସେଥିପାଇଁ ସମସ୍ତେ ପ୍ରସ୍ତୁତି ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

     

    ପାଣିପାଗର ବର୍ତ୍ତମାନ ସ୍ଥିତି #Odisha #lowpressure https://t.co/FpD0gpyN8q

    — Meteorological Centre, Bhubaneswar (@mcbbsr) October 24, 2026

     

    ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।ଚାଷୀମାନଙ୍କୁ ଅମଳକୁ ସଂରକ୍ଷିତ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପକାମୁଡା ଇଞ୍ଜକସନ୍,ଔଷଧ ଏବଂ ଚିକିତ୍ସା କିଟ୍ ଇପଲବ୍ଧ କରାଇବା ପାଇଁ  କୁହାଯାଇଛି। ତେବେ, ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅଗ୍ନିଶମ ଡ଼ିଜି, ରାଜସ୍ବ ବିଭାଗର ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ, ଏସଆରସି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।  ଅଧିକ ଭାବେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି । ୨୭ ଓ ୨୮  ତାରିଖ ୨ ଦିନ ସ୍କୁଲ୍ ଘୋଷଣା କରାଯାଇଛି।


    ଆଜି ଗଭୀର ଅବପାତ ରୂପ ନେବ ଲଘୁଚାପ। ସୋମବାରକୁ ବାତ୍ୟା ରୂପ ନେବ। ଭାରତୀୟ ପାଣିପାଗ ଆକଳନ ଅନୁସାରେ, ସମୁଦ୍ର ଭିତରୁ ବଳ ଗୋଟ୍ଟାଇ  ଏହା ଅତି ଭୀଷଣ( ଭେରି ସିଭିୟର ସାଇକ୍ଲୋନ୍ ) ହୋଇପାରେ।  ତାଜା ସୂଚନା ଅନୁସାରେ,  ଅଧିକ ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ।  ଦକ୍ଷିଣ ପୂର୍ବ ମୁହାଁ ହୋଇ  ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି।  ବିଶାଖାପାଟଣା ଠାରୁ ୮୬୦ କିମି ଦୂରରେ ରହିଛି ଏହି ବାତ୍ୟା। କାକିନାଡା ଠାରୁ ୯୫୦ କିମି ଓ ମଚ୍ଛଲିପଟ୍ଟନମ୍ ଠାରୁ ୧୦୬୦ କିମି ଦୂରରେ ରହିଛି।   ୨୮ ତାରିଖରେ ଆନ୍ଧ୍ର ଉପକୂଳ ପହଞ୍ଚିବ। ସେହିଦିନ  ପ୍ରାୟ ସାଢେ ୧୧ଟା ପାଖାପାଖି ଏହା ଆନ୍ଧ୍ରର କାକିନାଡ଼ି ଦକ୍ଷିଣ ଦେଇ ସ୍ଥଳଭାଗ ଛୁଇଁବ। ସେତେବଳେ ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ।ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ପଡିବାକୁ ନଥିବା ବେଳେ ୨୭ ରୁ ପ୍ରବଳ ବର୍ଷା ଆରମ୍ଭ ହେବ। ଏବଂ ପବନ ୬୦ କିମି ପର୍ଯ୍ୟନ୍ତ ବହିପାରେ। ୨୯ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ବାତ୍ୟାର ନାଁ ଅର୍ଣ୍ଣବ ରହିଛି। 
     

    Add Zee News as a Preferred Source
    TAGS:
    Odia News