Trains Cancelled: ବାତ୍ୟା ପାଇଁ ରେଳ ଚଳାଚଳ ପ୍ରଭାବିତ ହେବ। ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଟ୍ରେନ୍ ବାତିଲ୍ କରିଛି ପୂର୍ବତଟ ରେଳପଥ। ଅକ୍ଟୋବର ୨୭ ରୁ ନଭେମ୍ବର ୪ ତାରିଖ ମଧ୍ୟରେ ବିଭିନ୍ନ ଦିନରେ ଏହି ଟ୍ରେନ୍ ଗୁଡିକ ଚଳାଚଳ ନ କରି ବାତିଲ୍ ରହିବ। ଏହାସହ କିଛି ଟ୍ରେନ୍ ଯାତ୍ରା ଆଂଶିକ ବାତିଲ୍ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍ ଯାତ୍ରା ଆରମ୍ଭ ସ୍ଥଳରେ ପରିର୍ତ୍ତନ କରାଯାଇଛି। ବିଶେଷକରି, କୋରାପୁଟ୍, ବିଖାଶାପାଟଣା, ଜଗଦଲପୁର, ଭୁବନେଶ୍ବର ଓ ଜୁନାଗଡ ରୋଡକୁ ସଂଯୋଗ କରୁଥିବା କିଛି ଟ୍ରେନ୍ ଏହା ଦ୍ବାରା ପ୍ରଭାବିତ ହୋଇଛି।
ଯାତ୍ରୀଙ୍କ ସୁରକ୍ଷା ଓ ଅସୁବିଧାକୁ ଏଡାଇବା ପାଇଁ ରେଳପଥ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେଣୁ ଯାତ୍ରା କରିବା ପୂର୍ବରୁ ନିଜ ଟ୍ରେନ୍ ର ସ୍ଥିତି ଯାଂଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି,ବାତ୍ୟା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପୂର୍ବରୁ ୨୭ ଓ ୨୮ରେ ୫୩ଟି ଟ୍ରେନ୍ ବାତିଲ୍ ହୋଇଛି। ବିଶାଖାପାଟଣା-କିରଣ୍ତୁଲ୍ ଏକ୍ସପ୍ରେସ୍, ୨୯ ରୁ ୪ ଯାଏଁ ଉଭୟ ପଟୁ ବାତିଲ୍ ରହିଛି। ବିଖାଶାପାଟଣା-କୋରାପୁଟ୍ ପାସେଞ୍ଜର ୨୭ ରୁ ୩୦ ଯାଏଁ ବାତିଲ୍, ବିଶାଖାପାଟଣା-କିରଣ୍ତୁଲ୍ ରାସେଞ୍ଜର ୨୭ ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍ ହୋଇଥିବା ବେଳେ ହୀରାଖଣ୍ତ ଏକ୍ସପ୍ରେସ୍ ୨୭ ରୁ ୩୦ ରାୟଗଡା ପର୍ଯ୍ୟନ୍ତ ଯିବ ବୋଲି ସୂଚନା ମିଳିଛି।