• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର

Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର

Top 10 News Today: ସକାଳର ୧୦ଟି ବଡ ଖବର ଏଠାରେ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 17, 2026, 10:00 IST|Updated: Nov 17, 2026, 10:00 IST
joinshare
Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର
Image Credit: Representative - AI

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର

Top 10 News: ଆଜି ସର୍ବଦଳୀୟ ବୈଠକ, ଦେବ୍ରିଗଡ଼ରେ ୪ ଶିକାରୀ ଗିରଫ ଓ ଅନ୍ୟ ଖବର

2

8th Odisha Assembly Session: ବିଧାନସଭା ଅଧିବେଶନ ପାଇଁ ଟ୍ରାଫିକରେ ବଡ ପରିବର୍ତ୍ତନ

3

Cyclone Alert: ଗତ ୯ ଘଣ୍ଟା ଧରି ପ୍ରାୟ ସମାନ ସ୍ଥାନରେ ରହିଛି ବାତ୍ୟା

4

Today Horoscope: ଆଜି ଆପଣଙ୍କର ଭାଗ୍ୟ କେମିତି ରହିବ ? ପଢ଼ନ୍ତୁ ରାଶିଫଳ

5

Amitabh Bachchan Threat: ଅମିତାଭ ବଚ୍ଚନ ଓ ଅଭିଷେକଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲ୍ଲୋନଙ୍କ ଧମକ! ‘୨୦୦ ଲୋକ ପ୍ରସ୍ତୁତ’

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଇଣ୍ଡୋନେସିଆର ତୁଆଲ୍ ଅଞ୍ଚଳ ନିକଟରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୬ ରେକର୍ଡ କରାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା USGS ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Headlines 02- ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡି କେଶରୀ ଟକିଜ୍ ଛକଠାରୁ ଅନ୍ୟତ୍ର ଡାଇଭର୍ଟ କରାଯିବ। ସେହିପରି ଏଜି ଛକରୁ ପିଏମଜି ଛକ ଆଡ଼କୁ ଯାଉଥିବା ଟ୍ରାଫିକ୍ ଜୟଦେବ ଭବନଠାରୁ ଡାହାଣକୁ ମୋଡ଼ି ଆଇଜି ପାର୍କ ରୋଡ୍ ଦେଇ ଯିବ। ବିଶେଷ କରି ରେଳ ଷ୍ଟେଶନକୁ ଯଆଉଥିବା ଚାଳକମାନେ ଜାଣିରଖନ୍ତୁ ଯେ, ମାଷ୍ଟର କ୍ୟାଣ୍ଟିନ ପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନକୁ ଲୋୟର ପିଏମଜି ନିକଟସ୍ଥ ସଂଲଗ୍ନ ଗଳି ରାସ୍ତା ଦେଇ ଛଡ଼ାଯିବ।

Headlines 03- ଦେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ ହୋଇଛି । ଚଢ଼ାଉ କରି ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ୪ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଟିଲେଇମାଲ ଗାଁର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ୫ କେଜି ବାଇଣ୍ଡିଂ ତାର, ଫାଶ ଓ ଜାଲ ଜବତ କରାଯାଇଛି । ମୋବାଇଲ ଟ୍ରାକିଂ ଜରିଆରେ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି ।

Headlines 04- ଶୀତ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯୋଗ ଦେବେ ବିଜେପି, ବିଜେଡି ଓ କଂଗ୍ରେସର ନେତା । -ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Headlines 05- ରାଜଧାନୀ ଭୁବନେଶ୍ୱରରେ ଆମ୍ବୁଲାନ୍ସକୁ ଧକ୍କା ଦେଇ ଘୋଷାଡ଼ି ନେଇଛି ହାଇୱା । ନାଲ୍‌କୋ ଛକରେ ଏପରି ଘଟଣା ଦେଖିବାକୁ ମିଳିଛି । ଆହତ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମୈତ୍ରୀ ବିହାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Headlines 06- ଦକ୍ଷିଣ ଓ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା । ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଏକ ଭୀଷଣ ବାତ୍ୟା (SCS) ଏବଂ ୧୯ ନଭେମ୍ବର ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟା (VSCS) ରେ ପରିଣତ ହେବାର ସମ୍ଭାବନା ରହିଛି। ୨୦ ନଭେମ୍ବର ମଧ୍ୟାହ୍ନ ସମୟରେ ଏହା ଆନ୍ଧ୍ରପ୍ରଦେଶ ଏବଂ ୟାନାମର ନେଲୋର ଓ ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୩୦ କିମି ରହିବା ସହ ଝଟକା ପବନ ଘଣ୍ଟାପ୍ରତି ୧୪୫ କିମି ପର୍ଯ୍ୟନ୍ତ ବହିପାରେ।

Headlines 07- ଆଜି ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ସ୍ମୃତିଚାରଣ ସଭା । ପୁରୀରେ ସୁଦର୍ଶନ ସ୍ୟାଣ୍ଡ ଇନଷ୍ଟିଚ୍ୟୁଟ ଦ୍ବାରା ବାଲୁକା କଳା ପ୍ରଦର୍ଶିତ ହୋଇଛି । ବାଲୁକା ଚିତ୍ର ସହ ଟ୍ରାଇବୁଟ ଟୁ ହ୍ୟୁମାନ ସାଗର ଲେଖି ଖୁବ ମର୍ମସ୍ପର୍ଶୀ ବାଲୁକା ଚିତ୍ର ପ୍ରସ୍ତୁତ କରିଛନ୍ତି ।

Headlines 08- ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, IMD ଆକଳନ ଅନୁଯାୟୀ ଜିଲ୍ଲାପାଳଙ୍କୁ ସଜାଗ କରାଯାଇଛି । ବର୍ଷା ଓ ବନ୍ୟା ଅପେକ୍ଷା ଆମେ ଭୂସ୍ଖଳନ ସମସ୍ୟାକୁ ଗୁରୁତ୍ବ ଦେଉଛୁ । ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । କୋଷ୍ଟଗାର୍ଡ ଓ ନାଭିର ହେଲିକପ୍ଟର ମଧ୍ୟ ସଜାଗ ରହିବ । କିଛି ଜିଲ୍ଲାରେ ଡ୍ୟାମ୍‌ର ଗେଟ୍‌ ଖୋଲି ପାଣି ଛଡ଼ାଯାଉଛି । ଯେଉଁ ଅଧିକାରୀ ଯେଉଁଠି ଅଛନ୍ତି ସେମାନେ ସେଠାରେ ରହିବେ । ଓଡ଼୍ରାଫ୍, NDRF ଟିମ୍‌ ଘଟଣାସ୍ଥଳୁ ପଠାଯିବ ।

Headlines 09- ନଭେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ନଭେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Headlines 10- ଜମ୍ମୁ-କଶ୍ମୀର କୁଲଗାମରେ ୨ ଆତଙ୍କୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ନିପାତ ୨ ଆତଙ୍କବାଦୀ LeT ସଂଗଠନର ହୋଇଥିବା ସୂଚନା ମିଳିଛି । CRPF କ୍ୟାମ୍ପ୍‌ ଉପରେ ଆକ୍ରମଣ ଘଟଣା ପରେ ଏନ୍‌କାଉଣ୍ଟର ହୋଇଛି ।

Add Zee News as a Preferred Source
TAGS:
Top 10 News Today