ଆଦିବାସୀଙ୍କ ଉପରେ ଅତ୍ୟାଚାର ଅଭିଯୋଗ, ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସିଦ୍ଧାର୍ଥ
ଏହି ଘଟଣାକୁ ନେଇ ସିଦ୍ଧାର୍ଥ ମାନବାଧିକାର କମିଶନଙ୍କ ନିକଟରେ କଲେକ୍ଟର କୁଳକର୍ଣ୍ଣିଙ୍କ ନାଁରେ ଅଭିଯୋଗ କରିଥିବା କହିଛନ୍ତି।
ଭୁବନେଶ୍ୱର: (ମନୋଜ ମାଲିଆ) କଣ୍ଟମାଳରେ ବେଦାନ୍ତ କମ୍ପାନୀକୁ ବିରୋଧ କରିବାରୁ ଆଦିବାସୀଙ୍କ ଉପରେ ଅତ୍ୟାଚାର ଓ ପୋଲିସର ମାଡ଼କୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ସିଦ୍ଧାର୍ଥ ରାଉତରାୟ। ସେ କହିଛନ୍ତି ଯେ କଣ୍ଟମାଳ ଅଞ୍ଚଳର ଲକ୍ଷ୍ମଣ ନାୟକ, ଲଣ୍ଡା ଶିକ୍କା ଆଦିବାସୀ ବ୍ୟକ୍ତି ଙ୍କ ନାଁରେ କଲେକ୍ଟର କୁଳକର୍ଣ୍ଣି ମିଛ ମାମଲା ରୁଜୁ କରାଉଥିବା ଏବଂ ପୋଲିସ ଲଗାଇ ଆଦିବାସୀଙ୍କୁ ମାଡ଼ ମରାଉଥିବା ଅଭିଯୋଗ କରିଛନ୍ତି। ବେଦାନ୍ତ କମ୍ପାନୀଠାରୁ ଲାଞ୍ଚ ନେଇ ଆଦିବାସୀଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ଆଣିଛନ୍ତି ସିଦ୍ଧାର୍ଥ। ଗତ ଏପ୍ରିଲରୁ ନଭେମ୍ବର ଯାଏଁ ପ୍ରାୟ ୨ ହଜାରଟି କେସ୍ ଏମାନଙ୍କ ଉପରେ ରୁଜୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି।
ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସିଦ୍ଧାର୍ଥ। ଏହି ପୂରା ଘଟଣାରେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଦାୟୀ କରିବା ସହ ପାଣ୍ଡିଆନଙ୍କ ଡାହାଣ ହାତ କୁହାଯାଉଥିବା ଶ୍ରୀନିବାସ ରାଓଙ୍କ ନାଁ ମଧ୍ୟ ନେଇଛନ୍ତି। ଶ୍ରୀନିବାସ ରାଓଙ୍କ ମାଡ଼ରେ ଆଦିବାସୀଙ୍କ ଏଭଳି ଅବସ୍ଥା ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ସିଦ୍ଧାର୍ଥ ମାନବାଧିକାର କମିଶନଙ୍କ ନିକଟରେ କଲେକ୍ଟର କୁଳକର୍ଣ୍ଣିଙ୍କ ନାଁରେ ଅଭିଯୋଗ କରିଥିବା କହିଛନ୍ତି। ଏଥିସହ ଆଗାମୀ ଦିନରେ ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଆଦିବାସୀଙ୍କ ନ୍ୟାୟ ଓ ସୁରକ୍ଷା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।
Also Read- ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
Also Read- ଶ୍ରୀମନ୍ଦିର ଉତ୍ତର ଦ୍ଵାରରେ ଅବଢା ବିକ୍ରି ପ୍ରସଙ୍ଗ, ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ କହିଲେ...