• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Kotia Row: ଆସନ୍ତାକାଲି କୋଟିଆରେ ଆନ୍ଧ୍ର ନିର୍ବାଚନ, ହାଇଆଲର୍ଟରେ ଏହିସବୁ ଗାଁ!

Kotia Row: ଆସନ୍ତାକାଲି କୋଟିଆରେ ଆନ୍ଧ୍ର ନିର୍ବାଚନ, ହାଇଆଲର୍ଟରେ ଏହିସବୁ ଗାଁ!

Kotia Row: କୋଟିଆକୁ ନେଇ ଆସିଛି ପୁଣି ବଡ଼ ଖବର। ପୁଣି ଥରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ ହୋଇଛନ୍ତି। ନେରେଡିୱାଲସା ଚେକ୍‌ ପୋଷ୍ଟ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଥିବା ବେଳେ ଧସେଇ ପଶିବାକୁ ଆନ୍ଧ୍ର ପୋଲିସ୍ ଉଦ୍ୟମ କରୁଥିବା ବେଳେ କଥାକଟାକଟି ହୋଇଥିଲା।

Written ByNarmada BeheraEdited ByNarmada Behera
Published: Nov 04, 2026, 02:00 PM IST|Updated: Nov 04, 2026, 02:02 PM IST
joinshare
Kotia Row: ଆସନ୍ତାକାଲି କୋଟିଆରେ ଆନ୍ଧ୍ର ନିର୍ବାଚନ, ହାଇଆଲର୍ଟରେ ଏହିସବୁ ଗାଁ!
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kotia Row: କୋଟିଆକୁ ନେଇ ଆସିଛି ପୁଣି ବଡ଼ ଖବର। ପୁଣି ଥରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ ହୋଇଛନ୍ତି। ନେରେଡିୱାଲସା ଚେକ୍‌ ପୋଷ୍ଟ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଥିବା ବେଳେ ଧସେଇ ପଶିବାକୁ ଆନ୍ଧ୍ର ପୋଲିସ୍ ଉଦ୍ୟମ କରୁଥିବା  ବେଳେ କଥାକଟାକଟି  ହୋଇଥିଲା। ଏନେଇ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି କୋଟିଆ। ବିଶେଷକରି, ସମ୍ବେଦନଶୀଳ ଗାଁ ଗୁଡିକରେ ବ୍ୟାପକ ପୋଲିସ୍ ଫୋର୍ସ ମୃତୟନ କରାଯାଇ ଥିବା ବେଳେ ପକୁଣୁସିନେରି, ଫାଟୁସିନେରି,ମାଡ଼କାର ଓ ଡୋଳିଆମ୍ବ ଗାଁକୁ  କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ନେରେଡିୱାଲସାରେ ୧୬ ମାଜିଷ୍ଟ୍ରେଟ ଙ୍କ ସହ ୭ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ଆନ୍ଧ୍ର ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ୫୦ କେଜି ଚାଉଳ ସହ  ୫ ହଜାର ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି।


    ସୀମାନ୍ତବର୍ତ୍ତୀ  ଗ୍ରାମପଞ୍ଚାୟତ  କୋଟିଆକୁ ନେଇ ଓଡ଼ିଶା- ଆନ୍ଧ୍ର ବିବାଦ ଉଗ୍ର ରୂପ ନେଉଛି।  ସୋମବାକ ଆନ୍ଧ୍ର  ସରକାରଙ୍କର ଏକ ଚାଉଳ ଟ୍ରକ୍  ଓଡ଼ିଶା ପୋଲିସ୍ ଅଟକାଇବା ପରେ,  ମଙ୍ଗଳବାର ଉଭୟ ରାଜ୍ୟ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି।  କୋଟିଆ  ଓଡ଼ିଶାର  ହୋଇଥିବା ବେଳେ  ଆନ୍ଧ୍ର ସରକାର  ଜୋର ଜବରଦସ୍ତି ବର୍ଷ ବର୍ଷ ଧରି  ସେଠାରେ ଅନୁପ୍ରବେଶ କରୁଛନ୍ତି।  ଏବଂ ପଞ୍ଚାୟତ ନିର୍ବାଚନ ସହିତ  ସେହି ଅଞ୍ଚଳକୁ  ନିଜର ବୋଲି ଦର୍ଶାଇ ଆସିଛନ୍ତି। ଆସନ୍ତାକାଲି କୋଟିଆରେ ହେବାକୁ ଯାଉଛି ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ। ପୂର୍ବବର୍ଷ ଗୁଡିକରେ  ଏପରି କରାଯାଇଥିବାରୁ  ଏଥର ମଧ୍ୟ ଆନ୍ଧ୍ର ସରକାର ଏଥିଲାଗି ଜୋରଦାର ଅଣ୍ଟା ଭିଡିଛନ୍ତି।  ତେବେ,ଓଡି଼ଶା ସରକାର  ଏହାର ଦୃଢ ମୁକାବିଲା କରିଛନ୍ତି।

    ALSO READ: Odisha News: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି଼ ବସିଲା ଭଞ୍ଜପୁର ପୋଲିସ,୩ ଗିରଫ

    କୋରାପୁଟ୍ ଜିଲ୍ଲା ପ୍ରଶାସନ ତରଫରୁ  ୭ ପ୍ଲାଟୁନ୍ ପୋଲିସ୍ ମୃତୟନ କରାଯାଇ  ସୀମାନ୍ତର ୩ଟି ପ୍ରବେଶ ପଥ  ବା ଫାଟକ ଉପରେ ନଜର ରଖାଯାଇଛି। ୨୪ ଘଣ୍ଟିଆ ପୋଲିସ ମୃତୟନ କରାଯାଇଛି।  ଏହାକୁ ନେଇ ଆନ୍ଧ୍ର ସରକାର କ୍ଷୁବ୍ଧ ହୋଇଛନ୍ତି। ମଙ୍ଗଳବାର ଆନ୍ଧ୍ର ପୋଲିସ୍ କୋଟିଆର କିଛି ସମର୍ଥକଙ୍କୁ ଧରି  ଜୋରଜବରଦସ୍ତ ନେରେଡି଼ ଖାଲସା ବାଟେ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ  ଏହାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ବିରୋଧ କରାଯାଇଥିଲା।  ଫଳରେ ଉଭୟ ପକ୍ଷ ପୋଲିସ୍ ମୁହାଁମୁହିଁ ହୋଇଥିଲେ।

    ଓଡି଼ଶା ପୋଲିସ୍ ଓ ଆନ୍ଧ୍ର ପୋଲିସ୍ ଉଗ୍ର ରୂପ ନେଇଥିଲା। ଘଟଣାସ୍ଥଳରେ  କୋରାପୁଟ୍ ଉପଜିଲ୍ଲାପାଳ  ଏବଂ ପଟାଙ୍ଗୀ ତହସିଲଦାର୍ ଉପସ୍ଥିତ ରହି ଆନ୍ଧ୍ର ପୋଲିସକୁ ଜୋରଜବଦରସ୍ତ ବିରୋଧ କରିଥିଲେ।  ଏହାକୁ କେନ୍ଦ୍ର କରି, ତ୍ରିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।  ମିଳିଥିବା ସୂଚନା ଅନୁଯାୟୀ,  ଆନ୍ଧ୍ର ସରକାର ଜୋରଜବରଦସ୍ତି କୋଟିଆରେ ପ୍ରବେଶ କରିବା ସତ୍ତ୍ବେ  ପଞ୍ଚାୟତ ନିର୍ବାଚନ କରିବାକୁ ଚାହୁଁଥିବାରୁ  ଏହି ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ୍ ଜିଲ୍ଲାପାଳ କହିଛନ୍ତି ଯେ,  କୋଟିଆରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ଏବଂ ସୀମାକୁ ନଜର ଦିଆଯାଇଛି।  

     

    Add Zee News as a Preferred Source
    TAGS:
    Odia News