Ap Eletion 2026: କୋଟିଆ ସୀମାନ୍ତରେ ସୀମା ବିବାଦକୁ ନେଇ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି ନିର୍ଦ୍ଦେଶକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବାକୁ ଜିଦ୍ ଧରିଥିବା ବେଳେ ଏହାକୁ ପ୍ରତିହତ କରିବାକୁ ଓଡି଼ଶା ପ୍ରଶାସନ ତରଫରୁ କଡ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଙ୍ଗଳବାର ଠାରୁ ଠେଲାପେଲା ଓ ସଂଘର୍ସ ପରେ ବୁଧବାର କୋଟିଆର ବିବାଦୀୟ ସ୍ଥଳ ନେରେଡିବାଲସାରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ଥିତି ନିୟନ୍ତ୍ରଣରେ ରଖିବା ଓ କୌଣସି ଅପ୍ରିତିକର ପରିସ୍ଥିତିକୁ ହଟାଇବା ପାଇଁ ସୀମାନ୍ତରେ ୧୬ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ଆଇନଶୃଙ୍ଖଳା ରକ୍ଷା ପାଇଁ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି। ଏଥିସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ନେରେଡିବାଲସା ଓ ଏହାର ଆଖପାଖ ଅଞ୍ଚଳରେ ମୃତୟନ ହୋଇଛନ୍ତି। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଓଡିଶା ସୀମା ଭିତରକୁ ଆନ୍ଧ୍ରର କୌଣସି ଗାଡି଼ କିମ୍ବା ଅଧିକାରୀଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ନେରେଡିବାଲସା ଯାଞ୍ଚ ଫାଟକରେ ୨୪ ଘଣ୍ଟିଆ କଡା ନଜର ରଖାଯାଇଛି। ଏହାସହ କୋଟିଆ ପଞ୍ଚାୟତରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ୧୬୩ ଧାରା ଲାଗୁ କରାଯାଇ ବାହାର ଲୋକଙ୍କ ଗହଳି ଉପରେ କଟକଣା ଜାରି ରହିଛି।
ଅନ୍ୟପକ୍ଷରେ କୋଟିଆକୁ ଆନ୍ଧ୍ର ହାତରେ ନ ଛାଡିବା ସହ ପ୍ରଶାସନକୁ ସହଯୋଗ କରିବାକୁ ସ୍ଥାନୀୟ ଜନସାଧାରଣ ସଂକଳ୍ପ ନେଇଛନ୍ତି। କୋରାପୁଟ୍ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକେ ନେରେଡିବାଲସୀ ସୀମାନ୍ତରେ ପହଞ୍ଚି ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଏହି ବିରୋଧକୁ ଶାନ୍ତିପୂର୍ଣ୍ଣ ରଖିବାକୁ ଆହ୍ବାନ ଦିଆଯାଇଛି। କୋଟିଆ ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ମଧ୍ୟ ଉଷ୍ମକା ବଢିଯାଇଛି। ବିଜେଡିର ୪ ଜଣ ପୂର୍ବତନ ବିଧାୟକ,୨ ଜଣ ସାଂସଦ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି କୋଟିଆ ମାଟିର ସୁରକ୍ଷା ପାଇଁ ଦୃଢ ଆହ୍ବାନ ଦେଇଛନ୍ତି। ଟାଙ୍ଗିଆ ଓ ଖଣ୍ତା ପ୍ରଦର୍ଶନକୁ ନେଇ ଅଞ୍ଚଳରେ ରାଜନୌତିକ ଚର୍ଚ୍ଚା ଜୋର ଧରିଛି। କୋଟିଆର ସୁରକ୍ଷା ପ୍ରସଙ୍ଗରେ ଓଡିଶାର ବିଭିନ୍ନ ରାଜନୈତିକ ଦଳ ଏକାଠି ହୋଇଥିବା ଦେଖାଦେଇଛି। ସୀମା ବିବାଦର ସ୍ଥାୟୀ ସମାଧାନ ଓ ଅଞ୍ଚଳରେ ଶାନ୍ତି ବଜାୟୀ ରଖିବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି।
କୋଟିଆ ଗ୍ରାମପୁଞ୍ଚରେ ଆଜି ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏହାକୁ ନେଇ ତତ୍ପର ହୋଇ ଉଠିଛି ଓଡି଼ଶା ପ୍ରଶାସନ। କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଗତିବିଧି ଉପରେ ନଜର ରଖିବାକୁ ବୁଧବାର ନେତା ଓ ପ୍ରଶାସନିକ ଅଧିକାରୀ ରାତି ବିତାଇବେ। ଏହାକୁ ନେଇ କୋଟିଆରେ ରାଜନୈତିକ ଓ ପ୍ରଶାସନିକ ତତପରତା ବୃଦ୍ଧି ପାଇବ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ରର ନିର୍ବାଚନ ପ୍ରସ୍ତୁତିକୁ ନେଇ ଓଡି଼ଶା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଆଜି ଭୋଟ୍ ଗ୍ରହଣ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ। ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯିବ। ଗତକାଲି କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ନେତୃତ୍ବରେ ପ୍ରଶାସନ ଓ ନେତାଙ୍କ ମିଳିତ ଉଦ୍ୟମରେ ଆନ୍ଧ୍ର ପୋଲିସକୁ କଡ଼ା ଜବାବ୍ ଦିଆଯାଇଥିବା ସୂଚନା ମିଳିଛି। ଏହାପରେ କୋଟିଆରେ ଓଡ଼ିଶା ପ୍ରଶାସନର ସକ୍ରିୟତା ଆହୁରି ବଢିଛି। କୋଟିଆରେ ଓଡ଼ିଶା ଅଧିକାର ଓ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ନେତାଙ୍କ ଉପସ୍ଥିତିକୁ ଗୁରୁତ୍ବ ଦିଆଯାଉଛି। ଆଜିର ନିର୍ବାଚନ କୁ ନେଇ କୋଟିଆରେ ଏବେ ସମସ୍ତଙ୍କ ନଜର ରହିଛି।