• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Koraput News: ଆନ୍ଧ୍ର ପୋଲିସର କୋଟିଆ ର ବିଭିନ୍ନ ସ୍ଥାନରେ ଚଢାଉ

Koraput News: ଆନ୍ଧ୍ର ପୋଲିସର କୋଟିଆ ର ବିଭିନ୍ନ ସ୍ଥାନରେ ଚଢାଉ

Koraput News: ଆନ୍ଧ୍ର-ପୋଲିସ କୋଟିଆରେ। ପାର୍ବତୀପୁରମ ମନ୍ୟମ ଜିଲ୍ଲା ଏସପି ଶ୍ରୀ ଏସ.ଭି.ମାଧବ ରେଡ୍ଡୀ (ଆଇପିଏସ)ଙ୍କ ନିର୍ଦ୍ଦେଶ ଏବଂ ପାର୍ବତୀପୁରମ ଉପ-ବିଭାଗୀୟ ଡିଏସପି ଶ୍ରୀ ସି.ଏଚ୍.ଭି. ଶେଷୟାଙ୍କ ତତ୍ତ୍ୱାବଧାନରେ ପୋଲିସ ବିବାଦୀୟ କୋଟିଆ ଗ୍ରାମଗୁଡ଼ିକର ଆଖପାଖ ଅଞ୍ଚଳରେ ବ୍ୟାପକ ଯାଞ୍ଚ କରିଛି।

Reported ByNiroj SatapathyEdited ByNarmada Behera
Published: Oct 10, 2026, 08:11 PM IST|Updated: Oct 10, 2026, 08:15 PM IST
joinshare
Koraput News: ଆନ୍ଧ୍ର ପୋଲିସର କୋଟିଆ ର ବିଭିନ୍ନ ସ୍ଥାନରେ ଚଢାଉ
Image Credit: ଆନ୍ଧ୍ର-ପୋଲିସ କୋଟିଆରେ। ପାର୍ବତୀପୁରମ ମନ୍ୟମ ଜିଲ୍ଲା ଏସପି ଶ୍ରୀ ଏସ.ଭି.ମାଧବ ରେଡ୍ଡୀ (ଆଇପିଏସ)ଙ୍କ ନିର୍ଦ୍ଦେଶ ଏବଂ ପାର୍ବତୀପୁରମ ଉପ-ବିଭାଗୀୟ ଡିଏସପି ଶ୍ରୀ ସି.ଏଚ୍.ଭି. ଶେଷୟାଙ୍କ ତତ୍ତ୍ୱାବଧାନରେ ପୋଲିସ ବିବାଦୀୟ କୋଟିଆ ଗ୍ରାମଗୁଡ଼ିକର ଆଖପାଖ ଅଞ୍ଚଳରେ ବ୍ୟାପକ ଯାଞ୍ଚ କରିଛି।

About the Author

    Niroj Satapathy

    Niroj Satapathy

    Niroj Satapathy
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Koraput News: ଆନ୍ଧ୍ର-ପୋଲିସ କୋଟିଆରେ। ପାର୍ବତୀପୁରମ ମନ୍ୟମ ଜିଲ୍ଲା ଏସପି ଶ୍ରୀ ଏସ.ଭି.ମାଧବ ରେଡ୍ଡୀ (ଆଇପିଏସ)ଙ୍କ ନିର୍ଦ୍ଦେଶ ଏବଂ ପାର୍ବତୀପୁରମ ଉପ-ବିଭାଗୀୟ ଡିଏସପି ଶ୍ରୀ ସି.ଏଚ୍.ଭି. ଶେଷୟାଙ୍କ ତତ୍ତ୍ୱାବଧାନରେ ପୋଲିସ ବିବାଦୀୟ କୋଟିଆ ଗ୍ରାମଗୁଡ଼ିକର ଆଖପାଖ ଅଞ୍ଚଳରେ ବ୍ୟାପକ ଯାଞ୍ଚ କରିଛି। ଆଇନଶୃଙ୍ଖଳା ରକ୍ଷା କରିବା,ବେଆଇନ ମଦ ପ୍ରସ୍ତୁତି ଭଳି ସାମାଜିକ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ଏବଂ ଆଗାମୀ ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଯେକୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଏହି ଅଭିଯାନ କରାଯାଇଥିବା ଜଣା ପଡ଼ିଛି।

    ସାଲୁରୁ ମଣ୍ଡଳ ଅନ୍ତର୍ଗତ ବିବାଦୀୟ କୋଟିଆ ଗ୍ରାମ-ଦୋରା ଲାରାଡିବାଲାସା,ମୂଳା ତାଡିଭାଲାସା ଏବଂ ଧୁଲିପଦର ଗ୍ରାମ ର ପାହାଡ଼ିଆ ଅଞ୍ଚଳରେ ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଚିହ୍ନଟ କରି ପୋଲିସ ବ୍ୟାପକ ଯାଞ୍ଚ କରିଥିଲା। ସେମାନେ ମଦ ପ୍ରସ୍ତୁତି ସ୍ଥାନଗୁଡ଼ିକୁ ଚିହ୍ନଟ କରିଥିଲେ ଏବଂ ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ଯାଞ୍ଚ ସମୟରେ ପୋଲିସ ପ୍ରାୟ ୩ ଲିଟର ବେଆଇନ ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୧୪ଟି ଡ୍ରମରେ ରଖାଯାଇଥିବା ପ୍ରାୟ ୨,୮୦୦ ଲିଟର ଗୁଡ଼ ପଚା ପାଣି ଜବତ କରିଥିଲା। ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ଆନ୍ଧ୍ର ପୋଲିସ ଆକଳନ କରିଛି।

    ଚଢାଉ ସମୟରେ ପୋଲିସ କୁ ଦେଖି ବେଆଇନ ମଦ ପ୍ରସ୍ତୁତିରେ ଜଡ଼ିତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଡିଏସପି ସି.ଏଚ୍.ଭି. ଶେଷୟା କହିଛନ୍ତି ଯେ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ ଏବଂ ଆଇନ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


    ଏହା ସହିତ, ଯଦି ଏଭଳି ବେଆଇନ ମଦ ପ୍ରସ୍ତୁତି କିମ୍ବା ବିକ୍ରି ସମ୍ପର୍କରେ କୌଣସି ସୂଚନା ଥାଏ, ତେବେ ପୋଲିସକୁ ଜଣାଇ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏହି ଚଢ଼ଉ ରେ ପାର୍ବତୀପୁରମ ଉପ-ବିଭାଗୀୟ ଡିଏସ୍‌ପି (DSP) ସି.ଏଚ୍.ଭି.ଶେଷୟା,ସାଲୁର ସିଆଇ (CI) ପି.ରାମକୃଷ୍ଣ,ସାଲୁର ଗ୍ରାମୀଣ ଏସଆଇ (SI) ବି. ରବୀନ୍ଦ୍ର ରାଜୁ, ମାକ୍କୁଭା ଏସଆଇ (SI) ଏମ୍. ଭେଙ୍କଟରମଣା ଏବଂ ପ୍ରାୟ ୩୦ ଜଣ ପୋଲିସ କର୍ମଚାରୀ (ଏସ୍‌ଟିଏଫ୍ ଓ ''ଇଗଲ୍'' ଟିମ୍ ସଦସ୍ୟ) ଅଂଶଗ୍ରହଣ କରିଥିଲେ।
     

    Add Zee News as a Preferred Source
    TAGS:
    Odia News