Top 10 News Today
Headlines 01- CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୭ ପାଇଁ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା । ପରୀକ୍ଷାର ୧୦୧ ଦିନ ପୂର୍ବରୁ ପ୍ରକାଶ ପାଇଛି ଡେଟ୍ସିଟ୍ । ଦଶମ ଶ୍ରେଣୀରେ ୮୩ଟି ବିଷୟରେ ହେବ ପରୀକ୍ଷା । ଦ୍ୱାଦଶ ଶ୍ରେଣୀରେ ୧୨୧ଟି ବିଷୟରେ ପରୀକ୍ଷା ହେବ। ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ସମସ୍ତ ପରୀକ୍ଷା । CBSEର ଅଫିସିଆଲ୍ ୱେବସାଇଟରେ ଡେଟ୍ସିଟ୍ ଉପଲବ୍ଧ ହୋଇଛି ।
Headlines 02- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗ୍ରସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ଧରଣୀ ଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଏବଂ ହଷ୍ଟେଲ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର କରାଯାଇଛି। ଆଜି ଗୋଟିଏ ଦିନରେ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ତା’ସହିତ ଗୋଟିଏ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ଏବଂ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜ ପାଇଁ ପ୍ରାୟ ୬୩ କୋଟି ଟଙ୍କା ବିନିଯୋଗ କରାଯିବ ।
Headlines 03- ପୁରୀ ସହରରେ ସମସ୍ଯା ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ଜନସମସ୍ୟା, ସ୍ଥାଣୁ ପାଲଟିଥିବା ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରଶାସନିକ ଅବହେଳା ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ। ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ପୁରୀ ପୌର ସଦନ ଠାରୁ ଏକ ବିଶାଳ ଶାନ୍ତିପୂର୍ଣ୍ଣ ପଦଯାତ୍ରା ବାହାରି ପୁରୀ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମକର୍ତ୍ତା, ଯୁବନେତା, ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ନିଜର ହକ୍ ପାଇଁ ପ୍ରଶାସନ ଆଗରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ।
Headlines 04- ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ବାଲିଆପାଳର ସବ୍-ରେଜିଷ୍ଟ୍ରାର୍ ମିସ୍ ମନୀଷା ମିଶ୍ର । ସେ ଜଣେ କ୍ରେତାଙ୍କ ଠାରୁ 'ବାଜ୍ୟାପ୍ତି ସ୍ଥିତିବାନ୍' ଭାବରେ ରେକର୍ଡ ହୋଇଥିବା ୦.୧୪ ଡେସିମିଲ୍ ଜମିର ବିକ୍ରି ଦଲିଲ୍ ପଞ୍ଜୀକରଣ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିବା ସହ ନେଉଥିବା ବେଳେ ଧରାପଡ଼ିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗର ନିୟମ ଅନୁଯାୟୀ, ଏହି ପ୍ରକାରର ଜମିକୁ ସ୍ଥିତିବାନ୍ ଭାବେ ଗ୍ରହଣ କରାଯିବା ଉଚିତ୍ ଏବଂ ଏହାର ରେଜିଷ୍ଟ୍ରେସନ କରାଯାଇପାରିବ। ହେଲେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାର୍ଗଦର୍ଶିକା ଆଧାରରେ କ୍ରେତା ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ସବ୍-ରେଜିଷ୍ଟ୍ରାର୍ ମିସ୍ ମିଶ୍ର ଏହା ପ୍ରତି କୌଣସି ଧ୍ୟାନ ଦେଇନଥିଲେ।
Headlines 05- ଭିଜିଲାନ୍ସ ଜାଲରେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁରେଶ ଦଳବେହେରାଙ୍କୁ ଧରିଛି ଭିଜିଲାନ୍ସ । ଜନୈକ ଇନଷ୍ଟ୍ରକ୍ଟରଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଚାକିରି ବଜାୟ ରଖିବା ସହ ଦରମା ଉଠାଇବା ପାଇଁ ଲାଞ୍ଚ ମାଗୁଥିଲେ । ୯ ଇନଷ୍ଟ୍ରକ୍ଟରଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଲାଞ୍ଚ ମାଗିଥିବା ଅଭିଯୋଗ । ପ୍ରିନ୍ସିପାଲଙ୍କ ୩ଟି ଠିକଣା ରେଡ୍ କରୁଛି ଭିଜିଲାନ୍ସ ।
Headlines 06- ସୁନ୍ଦରଗଡ ଦର୍ଲିପାଲିରେ ଯୁବକଙ୍କୁ ଗୁଳିମାଡ ଘଟଣାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପାଉଁଶ ପରିବହନକୁ ନେଇ କାଲି ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
Headlines 07- କୋଟିଆ ଅଞ୍ଚଳର ଲୋକେ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ମତଦାନ କରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ଓ କାର୍ଯ୍ୟଦକ୍ଷତାକୁ ନେଇ ସେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ, କୋଟିଆ ଅଞ୍ଚଳର ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେଇ ଆନ୍ଧ୍ରପ୍ରଦେଶ ପକ୍ଷରେ ଭୋଟ୍ ଦେବାକୁ ପ୍ରଭାବିତ କରାଯାଇଛି। ଯଦି ଏଭଳି ଘଟଣା ଘଟୁଛି, ତେବେ ଓଡ଼ିଶା ସରକାର କରୁଛନ୍ତି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
Headlines 08- ପାରାଦୀପ କୁଜଙ୍ଗ ବାଲିଆ ପଞ୍ଚାୟତର ସରପଞ୍ଚ ଗିରଫ ହୋଇଛନ୍ତି । ସରପଞ୍ଚ ସରୋଜିନୀ ନାୟକଙ୍କୁ ଗିରଫ କରିଛି କୁଜଙ୍ଗ ପୋଲିସ । ପୂର୍ବରୁ PEO ରଘୁନାଥ ଚମ୍ପିଆ ଗିରଫ ହୋଇଥିଲେ । ୪୬.୮୬ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିଲେ ପିଇଓ ଏବଂ ସରପଞ୍ଚ ।
ଅଡିଟ୍ ବେଳେ ଜଣାପଡିବା ପରେ କୁଜଙ୍ଗ ଥାନାରେ ଏତଲା ହୋଇଥିଲା ।
Headlines 09- କୋରାପୁଟ ଝରାପୁଟ ଜଙ୍ଗଲରେ ମହାବଳ ବାଘ ରହିଥିବା ସ୍ପଷ୍ଟତା ଆସିବା ପରେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବନ ବିଭାଗ ଲୋକଙ୍କୁ ଏ ସମ୍ପର୍କରେ ସତର୍କ କରାଇଛି । ଏଥିସହ ସୂଚନା ଦେବାକୁ ମଧ୍ୟ ଜଣାଇଛି।
Headlines 10- ପୁରୀ ଜିଲ୍ଲା କାରାଗାର ଜେଲର ଶୁଭସ୍ମିତା ବିଶ୍ବାଳଙ୍କୁ ଜୟପୁର ସ୍ବତନ୍ତ୍ର ଜେଲକୁ ବଦଳି କରାଯାଇଛି । କଟକ ସର୍କଲ ଜେଲ ଜେଲର ରଘୁନାଥ ମାଝୀଙ୍କୁ ବଣାଇଗଡ଼ ଜେଲକୁ ବଦଳି କରାଯାଇଛି । ଭୁବନେଶ୍ବର ଜେଲର ଅବିନାଶ ବେହେରାଙ୍କୁ ନବରଙ୍ଗପୁର ସବ୍ଜେଲକୁ ବଦଳି କରାଯାଇଛି । ଫୁଲବାଣୀ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଛି ।