Cyclone: ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳ ୫ଟା ୩୦ ମିନିଟ୍ ସମୟରେ ଲଘୁଚାପ ରୂପ ନେଇଛି। ଭାରତୀୟ ପାଣିପାଗ ସଂସ୍ଥାନ ର ପୂର୍ବାନୁମାନ ଅନୁଯାୟୀ ଏହି ପ୍ରମାଣୀ ଆହୁରି ଘନୀଭୂତ ହେବ। ୨୬ ତାରିଖ ସକାଳ ସୁଧା ସାଇକ୍ଲୋନିକ୍ ବା ବାତ୍ୟା ରୂପ ନେବ। ପ୍ରଭାବରେ ଓଡ଼ିଶା ଉପକୂଳରେ ୨୭ ତାରିଖ ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଛି। ଆଇଏମଡ଼ି ପକ୍ଷରୁ ଜାରି ସ୍ବତନ୍ତ୍ର ବାତ୍ୟା ବିବୃତ୍ତିରେ କୁହାଯାଇଛି। ଏହାର ନାମ ରଖାଯିବ ଅର୍ଣ୍ଣବ। ଆଇଏମଡ଼ି ଡ଼ିଜି ଙ୍କ ସୂଚନା ଅନୁଯାୟୀ, ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି(ଶନିବାର) ଅବପାତ ରୂପ ନେବ। ୨୫ ତାରିଖ ରେ ଏହା ଗଭୀର ଅବପାତ ଓ ୨୬ ତାରିଖ ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ବାତ୍ୟାର ରୂପ ନେବ। ବାତ୍ୟାରେ ରୂପା ନ୍ତରିତ ହେବା ପରେ ଏହା ପଶ୍ଚିମ ଉତ୍ତର ଦିଗରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁଇବ। ୨୮ ତାରିଖ ସକାଳ ଯାଏଁ ଏହା କ୍ରମାଗତ ଘନୀଭୂତ ହୋଇ ଆନ୍ଧ୍ର -ଓଡ଼ିଶା ଉପକୂଳରେ ପହଞ୍ଚିବ। ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ତୋଫାନ ହେବ। ସମୁଦ୍ର ସ୍ଥିତି ଅଶାନ୍ତ ରହିବ। ୨୬ ତାରିଖରେ ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ କେଉଁ ସ୍ଥାନରେ ଲ୍ୟାଣ୍ତଫଲ କରିବ ଏବେ ଲ୍ୟାଣ୍ତଫଲ୍ ବେଳେ ପବନର ବେଗ କେତେ ରହିବ ତାହା ସ୍ପଷ୍ଟ ଭାବେ କୁହାଯାଇପାରିବ।
https://t.co/76lmaWOpDI
— Meteorological Centre, Bhubaneswar (@mcbbsr) October 23, 2026
ପାଣିପାଗର ବର୍ତ୍ତମାନ ସ୍ଥିତି #Odisha #lowpressure https://t.co/ymNnmRgdrr
— Meteorological Centre, Bhubaneswar (@mcbbsr) October 23, 2026
ଏହାବି ପଢନ୍ତୁ : Odisha News: ଓଲଟିଲା ଡିଜେ ଗାଡ଼ି, ଜଣେ ମୃତ ୧୦ ରୁ ଅଧିକ ଆହତ
ଶୁକ୍ରବାର ଦିନ ସୃଷ୍ଟ ଲଘୁଚାପ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୩୫ ରୁ ୪୫ କିମି ଓ ଝଟକା ପବନର ବେଗ ୫୫ କିମି ବେଗରେ ରହୁଛି। ୨୬ ତାରିଖରେ ଏହା କ୍ରମଶଃ ବୃଦ୍ଧି ପାଇବ , ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିମି ଓ ଝଟକା ପବନ ୯୦ କିମି ବେଗରେ ପହଞ୍ଚିବ। ୨୮ ତାରି ସକାଳ ସୁଧା ପବନ ବେଗ କ୍ରମାଗତଃ ବୃଦ୍ଧି ପାଇବା ସହ ସୃଷ୍ଟ ବାତ୍ୟା ମଧ୍ୟ ଅଧିକରୁ ଅଧିକ ଘନୀଭୂତ ହେବ। ହେଲେ ଆଜିଠାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅଛନ୍ତି ତୁରନ୍ତ କୂଳକୁ ଫେରିବା ଓ ମାଛ ଧରିବାକୁ ପ୍ରସ୍ତୁତ ହେଉଥିବା ମତ୍ସଜୀବୀ ଗଭୀର ସମୁଦ୍ରକୁ ନ ଯିବାକୁ ଡିଜି ପରାମର୍ଶ ଦେଇଛନ୍ତି। ଏବେ ୨୫ ତାରିଖ ଯାଏଁ ଆଣ୍ତାମାନ୍ ଦୀପପୁଞ୍ଜରେ ଅତି ପ୍ରବଳ ବର୍ଷା ହେବ। ୨୬ରୁ ଉତ୍ତର ଆନ୍ଧ୍ର ପ୍ରଦେଶ ସହ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବର୍ଷା ଆରମ୍ଭ ହେବ। ୨୭ ରୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଉପକୂଳ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଜିଲ୍ଲା ଗୁଡିକର ସ୍ଥାନେ ସ୍ଥାନେ ୩୦ ସେଣ୍ଟିମିଟରରୁ ଉର୍ଦ୍ଧ ବର୍ଷା ହେବ। ଏହି ବାତ୍ୟା ପ୍ରଣାଳୀ ଲାଗି ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ଏହି ପ୍ରଣାଳୀ ଉପରେ ଆଇଏମଡିର ନିରନ୍ତର ନଜର ରହିଛି। ଏନେଇ ନିୟମିତ ସୂଚନା ଜାରି କରାଯିବ। ତେଣୁ ଏବେଠାରୁ ଭୟଭୀତ ନ ହେବା ଲାଗି ଆଇଏମଡ଼ି ଡ଼ିଜି ପରାମର୍ଶ ଦେଇଛନ୍ତି।