• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'

Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'

Arnab Cyclone: ଅର୍ଣ୍ଣବକୁ ନେଇ ଆସିଲା ବଡ଼ ଅପଡେଟ୍। ଦୁର୍ବଳ ହୋଇ ଗଭୀକ ଅବପାତରେ ପରିଣତ ହୋଇଛି ଅର୍ଣ୍ଣବ। ମାଲକାନଗିରି ଠାରୁ ପ୍ରାୟ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି। ଯାହା ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି। ଆଗାମୀ କିଛି ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି (ଗୁରୁବାର) ସଂନ୍ଧ୍ୟା ସୁଧା ଲଘୁଚାପରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ।

Written ByNarmada BeheraEdited ByNarmada Behera
Published: Oct 29, 2026, 07:37 AM IST|Updated: Oct 29, 2026, 07:44 AM IST
joinshare
Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'
Image Credit: Representative - AI / Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Arnab Cyclone: ଅର୍ଣ୍ଣବକୁ ନେଇ ଆସିଲା ବଡ଼ ଅପଡେଟ୍। ଦୁର୍ବଳ ହୋଇ ଗଭୀକ ଅବପାତରେ ପରିଣତ ହୋଇଛି  ଅର୍ଣ୍ଣବ। ମାଲକାନଗିରି ଠାରୁ ପ୍ରାୟ ୬୦ କିମି ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି। ଯାହା ଘଣ୍ଟାକୁ ୧୫ କିମି ବେଗରେ ଉତ୍ତରକୁ ବଢୁଛି। ଆଗାମୀ କିଛି ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି (ଗୁରୁବାର) ସଂନ୍ଧ୍ୟା ସୁଧା ଲଘୁଚାପରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ।

    ସାଢେ ୬ ଘଣ୍ଟା ଲାଗିଗଲା ଅର୍ଣ୍ଣବ ଲ୍ୟାଣ୍ତଫଲ୍  ପ୍ରକ୍ରିୟା ସାରିବାକୁ। ସ୍ଥଳଭାଗକୁ ପ୍ରବେଶ ପରେ ବି ବହୁ ଅଧିକ ସମୟ ଧରି ରହିଲା ଆନ୍ଧ୍ର ଉପକୂଳରେ। ସିଧା ମାଡ ନ ହେଲେ ବି ଲଗାଣ ବର୍ଷା  ,ଅଳ୍ପ ପବନରେ ଦକ୍ଷିଣ ଓ ଉପକୂଳ ଓଡି଼ଶା ପ୍ରଭାବିତ ହୋଇଛି। ବିଶେଷକରି,ଗଞ୍ଜାମ, ରାୟଗଡା, କୋରାପୁଟ୍, ପୁରୀ ସର୍ବାଧିକ ପ୍ରକୋପ ରହିଛି।  ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୂସ୍ଖଳ ସହ କେତେକ ନଦୀର ଜଳସ୍ତର ବଢିଛି। ଲ୍ୟାଣ୍ତଫଲ୍ ସମୟରେ ୧୨୫-୧୩୫ ଓ ପବନ ଝଟକା ପ୍ରାୟ ୧୫୦ କିମି ଯାଏଁ ଥିଲା।  

     

    ପାଣିପାଗର ବର୍ତ୍ତମାନ ସ୍ଥିତି #Odisha #lowpressure https://t.co/i0WmLf4Aiy

    — Meteorological Centre, Bhubaneswar (@mcbbsr) October 28, 2026

     

    ଏହାପରେ,ପ୍ରକୋପ କମି  ଅତି ଭୀଷଣରୁ ଭୀଷଣ ବାତ୍ୟା ରୂପ ନେଇଥିଲା।  ସଂନ୍ଧ୍ୟା ବେଳକୁ  ଏହା ବାତ୍ୟାରେ ପରିଣତ ହୋଇଥିବା ବେଳେ  ପବନ ପ୍ରକୋପ ୮୦-୯୦ କିମି ଥିଲା। ଝଟକା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ରହିଥିଲା। ଆଉ କିଛି ଘଣ୍ଟା ଭିତରେ ଗଭୀର ବାତ୍ୟାର ରୂପ ନେଇଥିଲା। ସକାଳୁ ସକାଳୁ ଅବପାତରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଅବପାତର ରୂପ ନେବେ। ଆନ୍ଧ୍ରରୁ ମାଲକାନଗିରି  ଆସିବା ଯେତିକି ସମୟ ନେବା କଥା, ତା ଠାରପ ଢେର୍ ଅଧିକ ସମୟ ନେଲା। ବୁଧବାର ବିଳମ୍ବିତ ରାତିରୁ ସକାଳ ଭିତରେ ଛତିଗଡ ନିକଟବର୍ତ୍ତୀ ମାଲକାନଗିରି ସମେତ  ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ। ପବନ ପ୍ରକୋପ ବି ରହିପାରେ। ଅର୍ଣ୍ଣବ କ୍ରମଶଃ ରୂପ ନେଇ ଆଜିଠାରୁ ଅବପାତର ରୂପ ନେଇପାରେ। 

    ଆଜିଠାରୁ ଛତିଶଗଡ ସଂଲଗ୍ନ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାରେ ବର୍ଷା ହୋଇପାରେ।  ଭାରତୀୟ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ,  ଆଜୁ ଅନେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକପ ୪୦ ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦ ରୁ ୪୦  ପବନ ବହିପାରେ।  ୩୦ରୁ ବର୍ଷାର ପ୍ରକୋପ କମିଯିବ।  

     

    Add Zee News as a Preferred Source
    TAGS:
    Cyclone Update