Odisha News: ୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି। ବୈତରଣୀ ନଦୀଗର୍ଭକୁ ଧସିଲା ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାଵନ୍ଧ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଧାମାରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ୧ଶହ ୫୦ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ।
ଫଳରେ ଆତଙ୍କିତ ସୋଇପଡିଛନ୍ତି ନଦୀକୂଳିଆ ଗାଁ ସହ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତର ୨୪ ଗାଁ ର ଲୋକମାନେ। ସେହିପରି ଗତକାଲି ରାତିରୁ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ସହ ଅନେକ ସ୍ଥାନରେ ନଦୀଵନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତାହାସହ ଗତ କିଛିଦିନ ଧରି ବୈତରଣୀ ନଦୀର ଆରଡି ମୁଁଆଘାଟ ନିକଟରେ ନଦୀବନ୍ଧ ଓ ଜେଟିର ଅତଡା ଖଣ୍ଡ ନଦୀକୁ ଖସିଵା ସହିତ ଆଜି ନଦୀକୂଳକୁ ଲାଗି କରିଥିବା ମା ଗଙ୍ଗାମାତାଙ୍କ ମନ୍ଦିର ସମ୍ପୁର୍ଣ୍ଣ ଭାବେ ଭାସିଯାଇଛି।
ସେହିପରି ସୁନ୍ଦରପୁର ଗାଁକୁ ଲାଗି ଥିବା ବୈତରଣୀ ନଦୀବନ୍ଧର ୩ଶହଫୁଟର ଫାଟ ସୃଷ୍ଟି ହେବା ସହିତ ୫ଫୁଟ ତଳକୁ ରହିଯାଇଥିଲା ମାଟିବନ୍ଧ। ଏପରି ଖବର ନନ୍ଦିଘୋଷଟିଭିରେ ପ୍ରଥମେ ଖବର ପ୍ରସାରିତ ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଲ ଘୋଡ଼ା ଯାଇ ବାଲିବସ୍ତା ପଠାଯାଇଛି।