• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍

Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍

Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍

Written ByNarmada BeheraEdited ByNarmada Behera
Published: Nov 07, 2026, 04:59 PM IST|Updated: Nov 07, 2026, 05:01 PM IST
joinshare
Odisha Vigilance: ଭିଜିଲାନ୍ସ ଜାଲରେ କୋଟିପତି ଆଇଟିଆଇ ପ୍ରିନ୍ସପାଲ୍
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha vigilance: ଭିଜିଲାନ୍ସ ଜାଲରେ  ବଲାଙ୍ଗୀର ଆଇଟିଆଇ (Bolangir ITI Principal' ) ପ୍ରିନ୍ସପାଲ୍ ସୁରେଶ କୁମାର ଦଳ ବେହେରା। ଲାଞ୍ଜ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଏହାସହ ତାଙ୍କର ସମ୍ପତ୍ତି ମଧ୍ୟ ଖୋଳତାଡ୍ କରିବା ଆରମ୍ଭ କରିଛି। ଏକକାଳିନୀ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା।  ଯାଞ୍ଚ ବେଳେ ତାଙ୍କର  ୨ ଟି କୋଠା ସହ ୧୧ ଟି ପ୍ଲଟ୍ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏବଂ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା ସହ ୨୬୩ ଗ୍ରାମ୍ ସୁନା ଏବଂ ଅଢଇ କେଜି ରୂପା ଠାବ ହୋଇଛି। କେବଳ ସେତିକି ନୁହେଁ, ଗୋଟିଏ ଦାମୀ କାର୍ ସହ ୩ଟି ବାଇକ୍ ବି ଭିଜିଲାନ୍ସ ହାତରେ ଲାଗିଛି।  

    ସୂଚନା ଅନୁସାରେ, ଆଇଟିଆଇରେ କାମ କରୁଥିବା ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ଚାକିରି ଜାରି ରଖିବା ଲାଗି ସହ ଦରମା ପ୍ରଦାନ ଲାଗି ୧ ଲକ୍ଷ ୧୫ ହଜାର ଟଙ୍କା  ପ୍ରିନ୍ସପାଲ୍  ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ  ଚାକିରିରୁ ବାହାର କରିବା ଲାଗି  ଧମକ ଦେଇଥିଲେ।  ଏଥିରେ ଅତିଷ୍ଠ ହୋଇ , ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସ ର ଦ୍ବାରସ୍ତ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ପ୍ରିନ୍ସପାଲ୍ ଙ୍କୁ ପ୍ରଥମ କିସ୍ତିରେ ୩୦ ହଜାର ଟଙ୍କା ଲାଂଚ ହେଇଥିଲେ। ଏହି ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ତାଙ୍କ ଠାରୁ ଟଙ୍କା ଜବତ୍ କରିଥିଲା। ପରେ ଆୟ ବର୍ହିଃଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ରେଡ୍ କରାଯାଇଥିଲା। ଚଢାଉ ସମୟରେ  ଭିଜିଲାନ୍ସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଓ ସୁନା ଗହଣା ଲାଗିଛି।  ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇପାରନ୍ତି।
     

    Add Zee News as a Preferred Source
    TAGS:
    Vigilance Raid