Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀର ସଇଁତଳା ରାଜସ୍ବ ନିରିକ୍ଷକ ଆଲନ୍ ବେହେରା। । କିସମ୍ ପରିବର୍ତ୍ତନ କରାଇଦେବା ନାଁରେ ନେଉଥିଲେ ଲାଞ୍ଚ।
ସୂଚନା ଅନୁସାରେ, ଜଣେ ଆବେଦନକାରୀଙ୍କ ଚାଷ ଜମିକୁ ବାସପୋଯୋଗୀ ଜମିରେ ପରିଣତ କରିବା ପାଇଁ ସେ ସମ୍ପନ୍ଧୀୟ ମ୍ୟୁଟେସନ୍ ମାମଲାର ଫାଇଲ୍ ପ୍ରକ୍ରିୟାକରଣ ଏବଂ କ୍ଷେତ୍ରସ୍ତରୀୟ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେ ଆବେଦନକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ରୋକଠୋକ୍ ମନା କରିଦେଇଥିଲେ ଆବେଦନକାରୀ । ହେଲେ, ପରେ ସେ ୩ ହଜାର ଟଙ୍କା ଦେଲେ କାମ ହୋଇଯିବା କହିଥିଲେ। ହେଲେ, ଅଭିଯୋଗକାରୀ ଜଣକ ଅସହାୟ ହୋଇ ଭିଜିଲାନ୍ସ ଟିମ୍ ର ଦ୍ବାରସ୍ତ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ଭିଜିଲାନ୍ସ ଟିମ୍ ରାଜସ୍ବ ନିରୀକ୍ଷକଙ୍କ ୨ଟି ସ୍ଥାନରେ ଚଢାଉ ଜାରି ରଖିଛି।