ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ
ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ଅସୀମ ପରାକାଷ୍ଠା ସ୍ମରଣର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପାରାଦୀପ: ବନ୍ଦର ନଗରୀ ପାରାଦୀପର ବୋଇତ ବନ୍ଦାଣ ଉତ୍ସବରେ ସମ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇ ପୂର୍ବ ପିଢ଼ିଙ୍କୁ ପ୍ରଶଂସା କରିଛନ୍ତି । ଏହା କେବଳ ଏକ ପରମ୍ପରା ନୁହେଁ, ଏହା ଓଡ଼ିଆ ଜାତିର ଅସୀମ ପରାକାଷ୍ଠା ସ୍ମରଣର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଆ ଜାତିର ଏହା ଥିଲା ସାଂସ୍କୃତିକ ଦିଗ୍ବିଜୟ । ବେପାର, ବଣିଜ କରି ସେଦିନର କଳିଙ୍ଗକୁ ସାଧବ ପୁଅ ବିକଶିତ କରୁଥିଲେ କିନ୍ତୁ ଆଜି ଓଡ଼ିଆ ଥକି ଯାଇଛି, ପୂର୍ବ ଗୌରବ ଭୁଲି ଯାଇଛି । ସେହି ଅତୀତର ସାହସକୁ ଦେଖାଇବାର ସମୟ ଆସିଛି । ଆଜି ବୋଇତ ବନ୍ଦାଣ ଓଡ଼ିଶାରେ ସୀମିତ ନାହିଁ, ସାରା ବିଶ୍ବରେ ପାଳନ ହେଉଛି । ସାଧବ ପୁଅ ଯାହା ସ୍ବପ୍ନ ଦେଖିଥିଲେ ଆମ ସରକାର ସେହି ଦିଗରେ ଆଗେଇ ଚାଲିଛି । ଅଢ଼େଇ ବର୍ଷ ଶାସନରେ ଆମେ ଧୀରେ ଧୀରେ ସବୁ କ୍ଷେତ୍ରରେ ଅଗ୍ରସର ହେଉଛୁ । ପ୍ରାଚୀନ ବାଣିଜ୍ୟ ପରମ୍ପରାକୁ ଆଧୁନିକତାର ଛୁଙ୍କ ଦେଇଛୁ । ଆଜି ପୂର୍ବ ଭାରତର ସବୁଠାରୁ ବଡ଼ ଶିଳ୍ପ ହବ୍ ହେବାକୁ ଓଡ଼ିଶାକୁ ଗଢ଼ି ତୋଳିଛୁ । ୨୩ ଲକ୍ଷ ୫୦ ହଜାର କୋଟିର ନିବେଶ ପ୍ରତିଶ୍ରୁତି ଆଣିଛୁ ଯାହା ଫଳରେ ସମୃଦ୍ଧ ହେବ ଓଡ଼ିଶା ।
Also Read- Farmers Death: ଚାଷ କରୁଥିବା ସମୟରେ ଦୁର୍ଭାଗ୍ୟଜନକ ଭାବେ ଗଲା ଚାଷୀଙ୍କ ଜୀବନ
Also Read- Rahu Ketu Gochar 2026: ରାହୁ-କେତୁଙ୍କ ବଡ ପ୍ରଭାବ, ୫ ରାଶିକୁ ମିଳିବ ଲାଭ