Odisha News: ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର। ଗାଁଠୁ ସହର, ସବୁଠି ଉତ୍ସାହର ମାହୋଲ। ଚଳିତ ବର୍ଷ ୯ ଦିନ ଧରି ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' କାଳୀ। ମଧ୍ୟରାତ୍ରିରୁ ମା'ଙ୍କ ଜୀବନ୍ୟାସ ପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ମା'ଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି।
ଜମୁଛି ଓଡିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା। ସବୁ ପୂଜା ମଣ୍ଡପ ରେ ଦର୍ଶକ ମାନଙ୍କ ର ଭରପୁର ଭିଡ଼। ଭିଡ଼ ଭିତରେ ବି ମଜା ନେଉଛନ୍ତି ଦର୍ଶକ । କାଳୀପୂଜା ର ତୃତୀୟ ଦିନରେ ପ୍ରବଳ ଭିଡ଼ ଜମିଛି। ବିଶେଷ କରି ରାତ୍ରିରେ ଦର୍ଶକ ମାନଙ୍କ ଭିଡ଼ ଅଧିକ ହେଉଛି। ଏପରି ସ୍ଥଳେ ରାତ୍ରିର ଝିଲିମିଲି ଅଲୋକ ସଜା ପୂଜାର ମାହୋଲ କୁ ଦିଗୁଣିତ କରୁଛି।
ଦର୍ଶକ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା କାଳୀ ଙ୍କୁ ଦର୍ଶନ ସହିତ ପାର୍ଶ୍ଵ ମୂର୍ତ୍ତି ଦେଖି ବେଶ ଖୁସି ବେକ୍ତ କରୁଛନ୍ତି । ଏଥର ସାମାଜିକ ଓ ପୌରାଣିକ ବିଷୟ ବସ୍ତୁ ଉପରେ ପାର୍ଶ୍ଵ ମୂର୍ତ୍ତି ନିର୍ମାଣ କରାଯାଇଛି ଯାହା ଦର୍ଶକ ମାନଙ୍କୁ ବେଶ ମୁଗ୍ଧ କରୁଛି। ସେହିପରି ମିନା ବଜାର ସହିତ ଚରକି ରାମ ଦୋଳି ଆଦି ପଡିଥିବାରୁ ସେଥିରେ ବସି ଦର୍ଶକ ମାନେ ବେଶ ମଜା ଉଠାଉ ଛନ୍ତି ଏବଂ ମନ ପସନ୍ଦ ର ଖାଦ୍ୟ ଖାଇବା ସହିତ ଘର କରଣା ଜିନିଷ ପତ୍ର କିଣୁଛନ୍ତି। ଅନ୍ୟ ପଟରେ ପୂଜା କୁ ଶାନ୍ତି ଶୃଙ୍ଖଲାର ସହିତ ସମାପିତ ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ତେବେ, ଚଳିତ ବର୍ଷ ଓ ପାଟଣା ସାହି କାଳୀପୂଜା ମଣ୍ଡପ ବେଶ ଆକର୍ଷିତ କରିଛି ଦର୍ଶକ ମାନଙ୍କୁ, ସେହି ପୂଜା ମଣ୍ଡପ ରେ ଦିନ ଅପେକ୍ଷା ରାତିରେ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ଭିଡ଼ ଜମୁଛି। ଏହି ପୂଜା ମଣ୍ଡପ ର ଆକର୍ଷଣୀୟ ଲାଇଟ ସଜା ଯୋଗୁଁ ଭିଡ଼ ଅଧିକ ହେଉଛି।ସେହିପରି ଭାବେ ଐତିହାସିକ ଭଦ୍ରକ କାଳିପୂଜା ଅବସରରେ ଓଡ଼ିଶାର ସମସ୍ତ ଆଗଧାଡିର ଅପେରା ପାର୍ଟି କାଳିପୂଜା ସମୟରେ ନିଜ ନିଜର ବୋହୂ ଚର୍ଚ୍ଚିତ ନାଟକ ମାନ ଏଇଠାରେ ପରିବେଷଣ କରିଥାନ୍ତି । ଭଦ୍ରକ କାଳିପୂଜାର ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ଅପେରା ପାଇଁ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ଯାତ୍ରା ପ୍ରେମିଙ୍କ ସୁଅ ଛୁଟେ ଏଇ ଭଦ୍ରକ ଐତିହାସିକ କାଳିପୂଜାରେ ।