Braj Mohan Ram Oath Ceremony: ବ୍ରଜ ମୋହନ ରାମ୍ ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଲୋକସେବା ଭବନର ନୂତନ ଅଭିଷେକ ହଲ୍ ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ନୂଆ ରାଜ୍ୟପାଳଙ୍କ ଆଗରେ ୫ଟି ମୁଖ୍ୟ ଚ୍ୟାଲେଞ୍ଜ ରହିଛି। ସେଗୁଡିକ ହେଲା,ବିଶ୍ବ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, ରାଜ୍ୟରେ ରାଜନୈତିକ ନିରପେକ୍ଷତା ବଜାୟୀ ରଖିବା,ଆଦିବାସୀ ଅଞ୍ଚଳର ବିକାଶ ଓ ଅଧିକାର ସୁରକ୍ଷା , କୃଷକ-ବେକାରୀ-ମୌଳିକ ସୁବିଧା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ବୟ -ସାମ୍ବିଧାନିକ ଦାୟିତ୍ବ। ସୂଚନା ଅନୁସାରେ,ଅକ୍ଟୋବର ୧୨ ତାରିଖ ଦିନ ଓଡ଼ିଶାରେ ନୂଆ ରାଜ୍ୟପାଳ ନିଯୁକ୍ତ ନେଇ ମୋହର ମାରିଥିଲା ରାଷ୍ଟ୍ରପତି।
ବଜ୍ରମୋହନ ଝାରଖଣ୍ତର ବାସିନ୍ଦା। ସେ ୧୯୫୮ ଜାନୁଆରୀ ୧ ତାରିଖରେ ଲାତେହାର ଜିଲ୍ଲାର ଚାନ୍ଦଓ୍ବାରେ ଜନ୍ମ ଗ୍ରହଣ କରିଥିଲେ। ଝାରଖଣ୍ତ SC ମୋର୍ଚ୍ଚାର ରାଜ୍ୟ ସଭାର ସାଂଗଠନିକ ଦାୟିତ୍ବରେ ଥିଲେ। କ୍ରମାଗତ ଭାବେ ସେ ୧୯୯୬,୧୯୯୮ ଓ ୧୯୯୯ ରେ ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବିହାର-ଝାରଖଣ୍ତ ଅଲଗା ହେବା ପୂର୍ବରୁ ସେ ବିହାର ରାଜନୀତିରେ ବି ସକ୍ରିୟ ଥିଲେ।