• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Student Election Result: ଛାତ୍ର ସଂସଦ ଫଳାଫଳ ପରେ କଲେଜରେ ସେଲିବ୍ରେସନ, ଜାଣନ୍ତୁ କେଉଁଠି ଜିତିଲେ କିଏ...

Student Election Result: ଛାତ୍ର ସଂସଦ ଫଳାଫଳ ପରେ କଲେଜରେ ସେଲିବ୍ରେସନ, ଜାଣନ୍ତୁ କେଉଁଠି ଜିତିଲେ କିଏ...

ଛାତ୍ର ସଂସଦ ରେଜଲ୍ଟ ଆସିବା ପରେ ବିଭିନ୍ନ କଲେଜରେ ପରସ୍ପରକୁ ମିଠା ଖୁଆଇ ଜଣାଇଛନ୍ତି ଶୁଭେଚ୍ଛା ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 15, 2026, 10:22 PM IST|Updated: Oct 15, 2026, 10:28 PM IST
joinshare
Student Election Result: ଛାତ୍ର ସଂସଦ ଫଳାଫଳ ପରେ କଲେଜରେ ସେଲିବ୍ରେସନ, ଜାଣନ୍ତୁ କେଉଁଠି ଜିତିଲେ କିଏ...
Image Credit: Student election results

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Student Election Result: ୮ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ସାରା ରାଜ୍ୟରେ ଥିବା ବିଭିନ୍ନ କଲେଜ ଗୁଡିକରେ ସେଲିବ୍ରେସନ ମାହୋଲ୍ ଦେଖିବାକୁ ମିଳିଛି। କେଉଁଠି ବାଣ ଫୁଟିଛି ପୁଣି କେଉଁଠି ବାଜାର ତାଳେ ତାଳେ ଝୁମିଛନ୍ତି ବିଜୟୀ ପ୍ରାର୍ଥୀ ସମର୍ଥକ। ଫୁଲମାଳ ପିନ୍ଧି, ବିଜୟର ହସ ମୁହଁରେ ଧରି ଉତ୍ସବ ମନାଇଛନ୍ତି ବିଜୟୀ ପ୍ରାର୍ଥୀ। ଛାତ୍ର ସଂସଦ ରେଜଲ୍ଟ ଆସିବା ପରେ ବିଭିନ୍ନ କଲେଜରେ ପରସ୍ପରକୁ ମିଠା ଖୁଆଇ ଜଣାଇଛନ୍ତି ଶୁଭେଚ୍ଛା ।

ଭୁବନେଶ୍ବର ଦୁଇ ପ୍ରମୁଖ କଲେଜ୍‌ ରାଜଧାନୀ ଏବଂ ବିଜେବିରେ ABVPର ବିଜୟ ହୋଇଛି । ବିଜେବି କଲେଜରେ ସଭାପତି ପଦ ହାସଲ କରିଛନ୍ତି ଆର୍ଯ୍ୟନ ମହାପାତ୍ର । ରାଜଧାନୀ କଲେଜରେ ସଭାପତି ପଦ ହାସଲ କରିଛନ୍ତି ଅବିନାଶ ପାଢ଼ୀ। ସେହିପରି ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ABVP ପ୍ରାର୍ଥୀଙ୍କ ବାଜିମାତ ହୋଇଛି । ସଭାପତି ପଦରେ ABVPର ଆର୍ଯ୍ୟା ନାୟକ ବିଜୟୀ ହୋଇଛନ୍ତି ଏବଂ ସମ୍ପାଦକ ଭାବେ ଜିତିଛନ୍ତି ABVPର ଓମକାର ଦଣ୍ଡସେନା । ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ABVP ବିଜୟୀ ହୋଇଛନ୍ତି । ଡି. ନନ୍ଦିନୀ ସଭାପତି ଏବଂ ମାନସ ରଞ୍ଜନ ସାହୁ ସାଧାରଣ ସଂପାଦକ ହୋଇଛନ୍ତି । ବାଲେଶ୍ବର FM ବିଶ୍ବବିଦ୍ୟାଳୟରେ ମିଶ୍ରିତ ରେଜଲ୍ଟ ଦେଖିବାକୁ ମିଳିଛି । ସଭାପତି ପଦ ହାତେଇଛନ୍ତି BCJDର ଜନସନ ବେହେରା ଏବଂ ସମ୍ପାଦକ ପଦରେ ବାଜି ମାରିଛନ୍ତି ABVPର ମୁକେଶ ମଣ୍ଡଳ । କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟରେ ବାଜି ମାରିଛନ୍ତି ABVP ପ୍ରାର୍ଥୀ । ସଭାପତି ଶୁଭମ ନାୟକ ଏବଂ ସମ୍ପାଦକ ଭାବେ ଚିନ୍ମୟ ରଂଜନ ବାରିକ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଭାପତି କୀର୍ତ୍ତିବନ୍ତ ରଣା ଏବଂ ସମ୍ପାଦକ ହୋଇଛନ୍ତି ରୋଜାଲିନ ମହାନ୍ତି । କଟକ କଲେଜ, କିଶୋର ନଗର ଡିଗ୍ରୀ କଲେଜ୍‌ରେ ABVPର ବିଜୟ ହୋଇଛି । ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ ହୋଇଛି । ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ABVP ବିଜୟୀ । ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ । କୋଟପାଡ ମହାବିଦ୍ୟାଳୟରେ ABVP ବିଜୟୀ । କେନ୍ଦ୍ରାପଡ଼ା ମାର୍ଶାଘାଇ, ଅନ୍ତେଇ କଲେଜରେ ABVP ପ୍ରାର୍ଥୀଙ୍କ ବିଜୟ । କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ । ଅନୁଗୁଳ ମହିଳା କଲେଜରେ ABVP ପ୍ରାର୍ଥୀଙ୍କ ବିଜୟ । କଟକ କଲେଜ, କିଶୋର ନଗର ଡିଗ୍ରୀ କଲେଜ୍‌ରେ ABVPର ବିଜୟ । ସମ୍ବଲପୁର GM ବିଶ୍ବବିଦ୍ୟାଳୟରେ ABVPର ବିଜୟ ।

ରମାଦେବୀ ବିଶ୍ବବିଦ୍ୟାଳୟରେ ବାଜି ମାରିଛି BCJD । ଛକାପଞ୍ଝା ଭିତରେ ABVP ପ୍ରାର୍ଥୀଙ୍କୁ ହରାଇଲେ BCJD ପ୍ରାର୍ଥୀ । ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସୋନାଲି ବେହେରା । କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବାଜି ମାରିଛି BCJD । ସଭାପତି ପଦରେ ବାଜି ମାରିଛନ୍ତି BCJD ପ୍ରାର୍ଥୀ ବିଶ୍ବଜିତ ସାହୁ । ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ । ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ । କମଳା ନେହରୁ ମହିଳା ମହାବିଦ୍ୟାଳୟ BCJD ବିଜୟୀ । ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜରେ BCJD ବିଜୟୀ । ଖଡିଆଳ ମଡେଲ କଲେଜ୍‌ରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି । ନିଆଳି କଲେଜ୍‌ରେ ବାଜିମାରିଛି BCJD । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ୍‌ରେ BCJD ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବେଲପଡ଼ା, ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛନ୍ତି । ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛନ୍ତି । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛି BCJD । ବୀରମହାରାଜପୁର କଲେଜ୍‌ରେ BCJD ବିଜୟୀ । କାମାକ୍ଷାନଗର ଡିଗ୍ରୀ କଲେଜରେ BCJD ବିଜୟୀ । ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ । ଦିଗପହଣ୍ଡି ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟରେ BCJD ବିଜୟୀ । ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜରେ BCJD ବିଜୟୀ । ଜଗତସିଂପୁର ତିର୍ତ୍ତୋଲ କଲେଜରେ BCJD ବିଜୟୀ । ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ । ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ । କମଳା ନେହରୁ ମହିଳା ମହାବିଦ୍ୟାଳୟ BCJD ବିଜୟୀ । ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜରେ BCJD ବିଜୟୀ । ଖଡିଆଳ  ମଡେଲ କଲେଜ୍‌ରେ BCJD ପ୍ରାର୍ଥୀଙ୍କ ବିଜୟ ।

ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଛନ୍ତି ସ୍ବାଧୀନ ପ୍ରାର୍ଥୀ ସୌମେନ୍ଦ୍ର ଭୋଳ । ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ବାଜି ମାରିଛନ୍ତି ସ୍ବାଧୀନ ପ୍ରାର୍ଥୀ । ସଭାପତି ପଦ ହାସଲ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ ପୁଣ୍ଡି । କଟକ ଶୈଳବାଳା କଲେଜରେ ସଭାପତି ପଦ ଜିତିଛନ୍ତି ସ୍ବାଧୀନ ପ୍ରାର୍ଥୀ ପ୍ରଜ୍ଞା ପରମିତା ନାୟକ ।

ଶାନ୍ତିଶୃଙ୍ଖଳା ଭିତରେ କଟକ, ଭୁବନେଶ୍ବରରେ କଲେଜ ମତଦାନ ଶେଷ ହୋଇଥିବା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । କଟକରେ ୧୮ ପ୍ଲାଟୁନ ଏବଂ ଭୁବନେଶ୍ବରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।
କିଛି ସ୍ଥାନରେ ମୁହାଁମୁହିଁ ସ୍ଥିତିକୁ ପୋଲିସ ନିୟନ୍ତ୍ରଣକୁ ନେଇଛି ବୋଲି ସିପି ସୂଚନା ଦେଇଛନ୍ତି ।
 

Add Zee News as a Preferred Source
TAGS:
Odia News
Trending News