୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା ଆଜି ଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ବାଲେଶ୍ୱର: ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ । ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗତ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା । ଗତ ସରକାର ଜିଲ୍ଲାମାନଙ୍କ ପାଇଁ କୋଟା ବ୍ୟବସ୍ଥା କରିଥିଲେ, ଫଳରେ ଯୋଗ୍ୟ ହିତାଧିକାରୀ ହୋଇ ବି ଅପେକ୍ଷା କରି ରହିଥିଲେ । ଭ୍ୟାକେନ୍ସି ହେଲେ ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଥିଲା । ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସେହି ତାଲିକାରେ ଯୋଡ଼ା ଯାଉଥିଲା କିନ୍ତୁ ଆମ ସରକାର ଏପରି ଏକ ଅମାନବୀୟ ବ୍ୟବସ୍ଥା ଦୂର ପାଇଁ ନିଷ୍ପତ୍ତି ନେଲା ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା ଆଜି ଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହା ଆମ ସରକାରଙ୍କ ପାଇଁ ଏହା ଐତିହାସିକ ନିଷ୍ପତ୍ତି । ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ ଆଜି ଏହି ସଂଖ୍ୟା ବଢ଼ି ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି । ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନ୍ରେ ବ୍ୟବସ୍ଥା କରାଯାଇଛି । ଆଜିଠାରୁ UPMP ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ । ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Also Read- Budh Margi 2026: ବୁଧଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଲାଭ