Budh Margi 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, 'ବୁଧ'ଙ୍କୁ ଗ୍ରହମାନଙ୍କ ରାଜକୁମାର ବୋଲି ବିବେଚନା କରାଯାଏ । ୧୩ ନଭେମ୍ବର ୨୦୧୬ ରେ ବୁଧ ତୁଳା ରାଶିରେ ମର୍ଗୀ ହେବାକୁ ଯାଉଛନ୍ତି। ଅର୍ଥାତ୍ ଏବେ ବୁଧଙ୍କର ଚାଲ୍ ସିଧା ଏବଂ ସ୍ୱାଭାବିକ ହୋଇଯିବ। ତୁଳା ହେଉଛି ସନ୍ତୁଳନ, ଭାଗିଦାରୀ ଏବଂ ସମନ୍ୱୟର ରାଶି।
ମେଷ ରାଶି
ଅଫିସ୍ ରେ କୌଣସି ବିବାଦ କିମ୍ୱା ସହକର୍ମୀଙ୍କ ସହ ଥିବା ମନୋମାଳିନ୍ୟ ଦୂରେଇଯିବ । ମନକୁ ଶାନ୍ତ ରଖି ନିଜ କାମରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ନେତୃତ୍ୱ ନେବାର କ୍ଷମତାକୁ ପ୍ରଶଂସା ମିଳିବ । ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି।
କନ୍ୟା ରାଶି
ଆପଣଙ୍କ ନିଜ ରାଶିର ଅଧିପତି ମର୍ଗୀ ହେଉଛନ୍ତି। ନିଜ କାମକୁ ସଠିକ ଢଙ୍ଗରେ ବ୍ୟବସ୍ଥିତ କରିବାରେ ସଫଳ ହେବେ । ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ନୂଆ କାମ କରିବାର ସୁଯୋଗ ମିଳିବ ।
ତୁଳା ରାଶି
ବୁଧଙ୍କର ମର୍ଗୀ ଆପଣଙ୍କ ରାଶିରେ ହିଁ ହେଉଛି। କୌଣସି ମାନସିକ ଚାପ ଥିଲେ ତାହା ହ୍ରାସ ପାଇବ । ଆପଣଙ୍କ କଥାର ଗୁରୁତ୍ୱ ବଢ଼ିବ । ବ୍ୟକ୍ତିଗତ ସ୍ଥିତି ମଜବୁତ ରହିବ।
କୁମ୍ଭ ରାଶି
କ୍ୟାରିୟର କ୍ଷେତ୍ରରେ କୌଣସି ଭ୍ରମ ଥିଲେ ତାହା ଦୂର ହୋଇଯିବ। ନୂଆ ସମ୍ପର୍କ ଗଢିଉଠିବ । ପୁରୁଣା ପରାମର୍ଶଦାତାଙ୍କଠାରୁ ମିଳୁଥିବା ମତାମତ ଆପଣଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିବ ।
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)