PMAY: ଖୁସି ଖବର!ଏହି ଦିନ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର
Pradhan Mantri Awas Yojana: ଆସନ୍ତା ୧୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ୍, ଓ ପଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ପକ୍କା ଘର ବଣ୍ଟନ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜମନ୍ତ୍ରୀ ରବି ନାରାୟଣ ନାୟକ।
Pradhan Mantri Awas Yojana: ଆସନ୍ତା ୧୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ୍, ଓ ପଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ପକ୍କା ଘର ବଣ୍ଟନ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜମନ୍ତ୍ରୀ ରବି ନାରାୟଣ ନାୟକ। ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ନିଜେ ହିତାଧିକାରୀଙ୍କୁ ଘର ବାଣ୍ଟିବେ। ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।
ଆବାସ ଯୋଜନାରେ ୪ ଳକ୍ଷ ଓ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ପୂର୍ବରୁ ମିଳି ସାରିଛି। ୧୪ ତାରିଖରେ ଅତିରିକ୍ତ ପ୍ରାୟ ୨ ଲକ୍ଷ ୯୧ ହଜାର ୬୦୦ ଘର ଆବଣ୍ଟନ କରାଯିବ। ଏହା ରାଜ୍ୟର ହଜାର ହଜାର ପକ୍କା ଘର ମିଳିବାରେ ସ୍ବପ୍ନ ପୂରଣ କରିବ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ପ୍ରତିଟି ସ୍ତରରେ ଏକା ସମୟରେ ଚାଲିବ। ଯାହା ଦ୍ବାରା ସବୁ ଯୋଗ୍ୟ ହିତାଧିକାରୀ ସହଜରେ ଲାଭ ପାଇବେ। ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।
ALSO READ: Cyclone Update:ପୁଣି ସାମ୍ଭାବ୍ୟ ବାତ୍ୟା ଭୟ! ଆଜି ଲଘୁଚାପ, ୧୫ରେ ଅବପାତ
ALSO READ: Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ! ବଢିପାରେ ସମସ୍ୟା,ପଢନ୍ତୁ ରାଶିଫଳ
ହିତାଧିକାରୀଙ୍କ ତାଲିକା ଯାଂଚ, ଘର ନିର୍ମାଣର ପ୍ରଗତି ସମୀକ୍ଷା ଏବଂ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ପଡ଼ିଆ ପ୍ରସ୍ତୁତ , ମଂଚ ନିର୍ମାଣ , ସାଉଣ୍ତ ସିଷ୍ଟମ ଏବଂ ମେଡିକାଲ୍ ଟିମ୍ ରଖାଯିବା ଭଳି ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ପ୍ରଶାସନ କହିଛି ଯେ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସମୟରେ ସୂଚନା ପହଞ୍ଚାଇବା ଏବଂ କୌଣସି ବିଭ୍ରାନ୍ତି ନ ହେବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ପୋଲିସ୍ ଓ ସୁରକ୍ଷା ବାହିନୀ ସହ ସମନ୍ବୟ ରଖି ବହୁ ସଂଖ୍ୟକ ଲୋକଙ୍କ ଭିଡ ପରିଚାଳନ ଲାଗି ଯୋଜନା କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଗସ୍ତ ବଲାଙ୍ଗୀର ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ । ପୂର୍ବରୁ ମଧ୍ୟ ସେ ବଲାଙ୍ଗୀରକୁ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି ବର୍ଣ୍ଣନା କରିଛନ୍ତି । ଏବଂ ଜିଲ୍ଲାର ବିକାଶ ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିରେ ସେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଉପସ୍ଥିତ ରହି ହିତାଧିକାରୀଙ୍କୁ ସିଧାସଳଖ ଘର ପ୍ରଦାନ କରିବେ। ଏହା ରାଜ୍ୟ ସରକାରଙ୍କ ଗ୍ରାମୀନ ଆବାସ ଯୋଜନା ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ କରିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟକ୍ରମ ମଧ୍ୟ ସମୀକ୍ଷା ହୋଇପାରେ ବୋଲି ଆଶା କରାଯାଉଛି।