ଭୁବନେଶ୍ୱର: ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉଭୟ ଜିଲ୍ଲା ଗସ୍ତ କରିବେ । ଆକାଶ ମାର୍ଗରୁ ବନ୍ୟାସ୍ଥିତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା କାରଣରୁ ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ଜଳ ବନ୍ଦି ପରିସ୍ଥିତି ଉପୁଜିଛି । ରାସ୍ତା ଘାଟ ସମେତ ଅନେକ ଅଞ୍ଚଳ ପାଣିରେ ବୁଡି ରହିଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର ଏବଂ ସହଯୋଗ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ଉଭୟ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବଣ୍ଟାଯାଉଛି ।
ବାତ୍ୟା ‘ଅର୍ଣ୍ଣବ’ ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି। https://t.co/DhLTKAmbtC
— CMO Odisha (@CMO_Odisha) October 29, 2026
ବନ୍ୟା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲ ବନ୍ଦ ରହିବ । ସମସ୍ତ ସ୍କୁଲ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।
ବାତ୍ୟା ‘ଅର୍ଣ୍ଣବ’ ସମୟରେ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ଏବଂ ରାସ୍ତା ଅବରୋଧ ଦୂର କରିବା ପାଇଁ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି। ଏହା ସହିତ, ତଟରକ୍ଷୀ ବାହିନୀର ହେଲିକପ୍ଟର ଯୋଗେ ମଧ୍ୟ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଜନସୁରକ୍ଷା ଓ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଜାରି ରହିଛି। https://t.co/5mKQC1v1C8
— Mohan Charan Majhi (@MohanMOdisha) October 29, 2026