Odisha Weather Update: ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରଭାବ ଅନୁଭୂତ ହେଉଥିବା ବେଳେ ଆସନ୍ତା ୧୨ ନଭେମ୍ବର ପାଇଁ ସର୍ବନିମ୍ନ ତାପମାତ୍ରାର ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୪ରୁ ୨୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ଆକଳନ କରାଯାଇଛି।
ପୂର୍ବାନୁମାନ ଅନୁସାରେ, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରହିବାକୁ ଥିବା ବେଳେ ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୫ ଡିଗ୍ରୀ, ରାଉରକେଲା ଓ କେନ୍ଦୁଝରରେ ୧୬ ଡିଗ୍ରୀ ଏବଂ ସମ୍ବଲପୁର, ଦେବଗଡ଼ ଓ ସୋନପୁରରେ ୧୭ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି।
ସେହିପରି ସୁନ୍ଦରଗଡ଼, ଟିଟିଲାଗଡ଼, ମାଲକାନଗିରି ଓ କଟକରେ ୧୮ ଡିଗ୍ରୀ ଏବଂ ଅନୁଗୁଳ, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ ଓ ଭୁବନେଶ୍ୱରରେ ୧୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିବାର ଆକଳନ କରାଯାଇଛି।
Weather Update | 11 November 2026 A Western Disturbance is likely to bring rainfall and snowfall over the Western Himalayan Region till 13th November, with isolated heavy rainfall/snowfall likely over Kashmir Valley on 12th November. Meanwhile, a Low Pressure Area is likely to form over the Southeast Bay of Bengal around 13th November and may intensify into a Well Marked Low Pressure Area on 14th November and a Depression around 15th November. Stay updated with the latest weather forecasts and warnings from IMD. @moesgoi @airnewsalerts @DDNational @ndmaindia @ICRER_MHA #WeatherUpdate #WeatherForecast #WesternDisturbance #Rainfall #Snowfall #BayOfBengal #LowPressureArea #IMD #WeatherAlert
— India Meteorological Department (@Indiametdept) November 11, 2026
ଅନ୍ୟପକ୍ଷରେ ନୂଆପଡ଼ା, ବରିପଦା, କୋରାପୁଟ ଓ ଗୋପାଳପୁରରେ ୨୦ ଡିଗ୍ରୀ ଏବଂ ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ ଓ ଜଗତସିଂହପୁରରେ ୨୧ ଡିଗ୍ରୀ ରହିପାରେ। ପୁରୀ, ନୟାଗଡ଼, ଚତ୍ରପୁର ଓ କେନ୍ଦ୍ରାପଡ଼ାରେ ୨୨ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିବାର ପୂର୍ବାନୁମାନ ରହିଛି।
କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ ଅଞ୍ଚଳର ପାଣିପାଗକୁ ନେଇ ମଧ୍ୟ IMD ପକ୍ଷରୁ ସତର୍କତା ଜାରି ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୩ ନଭେମ୍ବର ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ୧୨ ନଭେମ୍ବରରେ କାଶ୍ମୀର ଉପତ୍ୟକାର କେତେକ ସ୍ଥାନରେ ପ୍ରବଳ ବର୍ଷା କିମ୍ବା ତୁଷାରପାତ ହେବାର ସମ୍ଭାବନା ରହିଛି।
ଏହାସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୧୩ ନଭେମ୍ବର ବେଳକୁ ଏକ ଘୂର୍ଣ୍ଣିବଳୟ ଜନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୪ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ ଏବଂ ୧୫ ନଭେମ୍ବର ବେଳକୁ ଅବପାତର ରୂପ ନେଇପାରେ।
ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ସମ୍ଭାବ୍ୟ ଲଘୁଚାପର ପରବର୍ତ୍ତୀ ଗତିପଥ ଓ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ଉପରେ ନଜର ରହିବ।