• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News Today: ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଲା ବାତ୍ୟା, ତେଲକୋଇରେ ବସ୍ ଦୁର୍ଘଟଣା ଓ ଅନ୍ୟ ଖବର

Top 10 News Today: ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଲା ବାତ୍ୟା, ତେଲକୋଇରେ ବସ୍ ଦୁର୍ଘଟଣା ଓ ଅନ୍ୟ ଖବର

Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 03, 2026, 10:00 AM IST|Updated: Nov 03, 2026, 10:00 AM IST
joinshare
Top 10 News Today: ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଲା ବାତ୍ୟା, ତେଲକୋଇରେ ବସ୍ ଦୁର୍ଘଟଣା ଓ ଅନ୍ୟ ଖବର
Image Credit: Top 10 News Today

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଭୀଷଣ ବାତ୍ୟା'ମୁରାସୁ' ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଛି । ବାତ୍ୟାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବା ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପର ଦେଇ ଗତି କରିବା ପରେ 'ମୁରାସୁ' ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବ୍ୟୁନେଲୋର ଏବଂ ନରସାପୁର ମଧ୍ୟରେ ଥିବା ଓଙ୍ଗୋଲର ଦକ୍ଷିଣରେ ସ୍ଥଳଭାଗ ଛୁଇଁଥିଲା।

Headlines 02- ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ବଡ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ୍ତ ମହାଳିକ । ଜଣେ କଏଦୀଙ୍କୁ ବ୍ରାଉନସୁଗାର ମାମଲାରେ ଫସାଇବାକୁ ତାଙ୍କୁ ଜେଲ୍ ଡିଜି ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଜେଲ୍ ଡିଜିଙ୍କ କଥାରେ ସେ ରାଜି ନହେବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ । ଚିଠିରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।

Headlines 03- PMAY ଯୋଜନାରେ ଅନିୟମିତତା ଅଭିଯୋଗରେ ADO ନିଲମ୍ବିତ ହୋଇଛନ୍ତି । ବୌଦ୍ଧ କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ADO ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବିତ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆବାସ ହିତାଧିକାରୀଙ୍କ ଘରର ଫଟୋ ଜାଲିଆତି କରି ଅପଲୋଡ୍ କରିଥିବା ଅଭିଯୋଗ ହୋଇଛି ।

Headlines 04- ବନ୍ୟା ସହାୟତା ନ ମିଳିବା ପ୍ରତିବାଦରେ ଏନ୍ଏଚ୍ ୫୯ ଆସିକା ନଳବଣ୍ଟା ଠାରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ନଳବଣ୍ଟା ଗ୍ରାମକୁ ବନ୍ୟା ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଆସିକାରୁ ବ୍ରହ୍ମପୁରକୁ  ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ରାସ୍ତାରେ ଗାଡି ମଟର ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Headlines 05- ଗଛରେ ଏକ ବସ୍ ପିଟି ହେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୨ଜଣ ଆହତ ହୋଇଛନ୍ତି ।  ତେଲକୋଇ ଖୁଣ୍ଟାପଡ଼ା ଥାନା କୁକ୍ ନିକଟରେ ଭାରସାମ୍ୟ ହରାଇବା କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦୁଝର ଯାଉଥିବା ବେଳେ ଚକା ଫାଟଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Headlines 06- ମାଲକାନଗିରି ଜିଲ୍ଲାରେ ବାଘ ଆତଙ୍କ କାରଣରୁ ଭୟର ବାତାବରଣ ଦେଖିବାକୁ ମିଳିଛି । ମୋଟୁ ରେଞ୍ଜରେ ବାଘର ଚଳପ୍ରଚଳ ନେଇ ସତର୍କତା ଜାରି ହୋଇଛି । ରେଡିଓ କଲାର ସିଗନାଲରୁ ସୂଚନା ମିଳିଛି । ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ସଚେତନ କରାଇଛି ବନବିଭାଗ ।

Headlines 07- ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି । ସେ ଓ ଚାଙ୍କ ସହଯୋଗୀ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ଆସିଛି । ଅଭିଯୋଗକୁ ଅସ୍ବୀକାର କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ।

Headlines 08- ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ଅଞ୍ଚଳରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଏପରି ଆତଙ୍କରାଜ ଦେଖିବାକୁ ମିଳିଛି । ଜଣେ ଘରୋଇ ମେଡିକାଲ୍‌ ଷ୍ଟାଫଙ୍କୁ ମଧ୍ୟ ନିର୍ଧୂମ ମାଡ଼ ମାରିଥିବା ଏବଂ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ୮ରୁ ଅଧିକ ଦୁର୍ବୃତ୍ତ ଘଟଣାରେ ସାମିଲ୍ ଥିବା କୁହାଯାଉଛି । ସିସିଟିଭି ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Headlines 09- ଅହମ୍ମଦାବାଦର ଥଲତେଜ ସ୍ଥିତ ମ୍ୟାଗ୍ନେଟ୍ କର୍ପୋରେଟ୍ ପାର୍କ (IT Park)ରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Headlines 10- ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ଦୁଇଟି ଗେଟ୍ । ଏବେ ତିନୋଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ବାମ ପଟର ୨ଟି ଓ ଡାହାଣ ପଟର ଗୋଟିଏ ଗେଟ୍ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୨୯ ଘନଫୁଟ ରହିଛି ।

Add Zee News as a Preferred Source
TAGS:
Odia News