• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Top 10 News: ପାଖେଇ ଆସୁଛି ବାତ୍ୟା ‘ମୁରାସୁ’, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓ ଅନ୍ୟ ଖବର

Top 10 News: ପାଖେଇ ଆସୁଛି ବାତ୍ୟା ‘ମୁରାସୁ’, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓ ଅନ୍ୟ ଖବର

Top 10 News Today: ସକାଳୁ ପଢନ୍ତୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 02, 2026, 10:00 AM IST|Updated: Nov 02, 2026, 10:00 AM IST
joinshare
Top 10 News: ପାଖେଇ ଆସୁଛି ବାତ୍ୟା ‘ମୁରାସୁ’, ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓ ଅନ୍ୟ ଖବର
Image Credit: Top 10 News Today

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Top 10 News Today

Headlines 01- ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ‘ମୁରାସୁ’ । ବିଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୫ କିମି ବେଗରେ ଆଗକୁ ବଢୁଛି । ଚେନ୍ନାଇଠାରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା । ନେଲୋରରୁ ୨୧୦, ମଛଲିପଟନମ୍‌ଠାରୁ ୨୭୦ କିମି, କାଭାଲିରୁ ୨୨୫ ଓ ଓଙ୍ଗୋଲରୁ ୨୬୦ କିମି ଦୂରରେ ରହିଛି ବାତ୍ୟା ‘ମୁରାସୁ’ । ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍‌ କରିବ । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଆକଳନ କରାଯାଉଛି ।

Headlines 02- ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣା ଘଟିଛି ଫଳରେ ସେଥିରେ ଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବିମାନଟି ହଠାତ୍ ଅତି ଦ୍ରୁତ ଗତିରେ ତଳକୁ ଖସିଆସିଥିଲା ଏବଂ ଏକ ଆବାସିକ ଅଞ୍ଚଳର ରାସ୍ତା କଡ଼ରେ କ୍ରାସ୍ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ଆମେରିକାର ପରିବହନ ସଚିବ ସନ୍ ଡଫି ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି।

Headlines 03- ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଛି । ଭାରତ renewable energy summit ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଉପସ୍ଥିତ ରହିବେ । ବନ୍ୟା ସ୍ଥିତି ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।

Headlines 04- ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଦିଆଯିବ ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ । ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨,୫୦୦ ଟଙ୍କା । ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଏବଂ ୨୫୦୦ ଟଙ୍କା ଦିଆଯିବ । ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା । ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍‌ ପାଇଁ ମିଳିବ ୧୦ ହଜାର ଟଙ୍କା । ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୫ ହଜାର ଟଙ୍କା ମିଳିବ । କ୍ଷୟକ୍ଷତି ଆକଳନ ସଂପୂର୍ଣ୍ଣ ହୋଇନି ତେଣୁ ସଂପୂର୍ଣ୍ଣ ହେଲେ ଆହୁରି ସହାୟତା  ମିଳିବ ବୋଲି କୁହା ହୋଇଛି ।

Headlines 05- ଡିସେମ୍ବର ୨୪ ଅନ୍ତର୍ଜାତୀୟ ମ୍ୟାଚ୍‌ ପରେ OCA ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ନେଇ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ହୋଇଥିଲା ।

Headlines 06- ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ମୋଟ୍ ୨ ମୃତଦେହ ମିଳିଛି ଏବଂ ଉଭୟଙ୍କ ଚିହ୍ନଟ ସରିଛି । ଆଜି ସଂଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ ସରିବ । ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆର୍‌ଏଫ୍ ସହ ରେଲୱେ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାସ୍ତା ନଥିବାରୁ କୌଣସି କ୍ରେନ୍ ଯାଇପାରିବନି ତେଣୁ ବଡ଼ ବଡ଼ ପଥରଗୁଡ଼ିକୁ କଣ୍ଟ୍ରୋଲ ବ୍ଲାଷ୍ଟ ଦ୍ବାରା ହଟାଯିବ ବୋଲି ଡିଜି ସୂଚନା ଦେଇଛନ୍ତି ।

Headlines 07- ଆଜିଠୁ ୪ ତାରିଖ ଯାଏଁ ମାଲକାନଗିରି ଜିଲ୍ଲାରେ ସବୁ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ବାତ୍ୟା ‘ମୁରାସୁ’ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ସବୁ ଘରୋଇ ଓ ସରକାରୀ ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା  କରାଯାଇଛି ।

Headlines 08- ଆଜି ୬୧ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ । ତାଙ୍କ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସମାନେ ଜବରଦସ୍ତ ସେଲିବ୍ରେସନ୍ କରିଛନ୍ତି। ଗତକାଲି ସନ୍ଧ୍ୟାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଦେଖିବାକୁ ମିଳିଛି ଏକ ନିଆରା ଶ୍ରଦ୍ଧା ଓ ଭଲପାଇବାର ଝଲକ। ଫ୍ୟାନ୍ସମାନେ ଶାହରୁଖଙ୍କ ପୋଷ୍ଟର ଧରି ଶୁଭେଚ୍ଛା ଜଣାଇଥିଲେ ।

Headlines 09- ନଭେମ୍ବର ୨ ତାରିଖ ସନ୍ଧ୍ୟାରୁ ୪ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବା ସହ ଏହାପରେ ପାଗରେ ସୁଧାର ଆସିବ। ମତ୍ସ୍ୟଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ତଥା ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି

Headlines 10- ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଜି ରାଜ୍ୟର ୨ଟି ଜିଲ୍ଲାକୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
 

Add Zee News as a Preferred Source
TAGS:
Odia News