• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /OMFED Milk Price Hike: ଗ୍ରାହକଙ୍କୁ ଝଟକା!ଏତିକି ଟଙ୍କା ବୃଦ୍ଧି ପାଇଲା ଓମଫେଡ୍ କ୍ଷୀର ରେଟ୍,ଏହିଦିନଠୁ ହେବ ଲାଗୁ

OMFED Milk Price Hike: ଗ୍ରାହକଙ୍କୁ ଝଟକା!ଏତିକି ଟଙ୍କା ବୃଦ୍ଧି ପାଇଲା ଓମଫେଡ୍ କ୍ଷୀର ରେଟ୍,ଏହିଦିନଠୁ ହେବ ଲାଗୁ

ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି। ଅକ୍ଟୋବର ୪ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଫଳରେ ଗ୍ରାହକମାନେ ବଜାରରୁ ଅତିରିକ୍ତ ୨ ଟଙ୍କା ଦେଇ କ୍ଷୀର କିଣିବେ। ଓମଫେଡ଼ ପ୍ରିମିୟମ୍ କ୍ଷୀର ଲିଟର ପିଛା ୫୮ ଟଙ୍କାରେ ବିକ୍ରି ହେଉଥିଲା।

Written ByNarmada BeheraEdited ByNarmada Behera
Published: Oct 02, 2026, 08:27 AM IST|Updated: Oct 02, 2026, 08:29 AM IST
joinshare
OMFED Milk Price Hike: ଗ୍ରାହକଙ୍କୁ ଝଟକା!ଏତିକି ଟଙ୍କା ବୃଦ୍ଧି ପାଇଲା ଓମଫେଡ୍ କ୍ଷୀର ରେଟ୍,ଏହିଦିନଠୁ ହେବ ଲାଗୁ
Image Credit: ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି। ଅକ୍ଟୋବର ୪ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଫଳରେ ଗ୍ରାହକମାନେ ବଜାରରୁ ଅତିରିକ୍ତ ୨ ଟଙ୍କା ଦେଇ କ୍ଷୀର କିଣିବେ। ଓମଫେଡ଼ ପ୍ରିମିୟମ୍ କ୍ଷୀର ଲିଟର ପିଛା ୫୮ ଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବଢି ୬୦ ଟଙ୍କାରେ ପହଞ୍ଚିବ। ଅର୍ଥାତ୍ ପ୍ୟାକେଟ୍ ପିଛା ୫୦୦ ଗ୍ରାମ୍ କ୍ଷୀର ଲିଟର ୩୦ ଟଙ୍କାରେ ମିଳିବ।

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    OMFED Milk Price Hike: ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି।  ଅକ୍ଟୋବର ୪ରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଫଳରେ ଗ୍ରାହକମାନେ ବଜାରରୁ ଅତିରିକ୍ତ ୨ ଟଙ୍କା ଦେଇ କ୍ଷୀର କିଣିବେ।  ଓମଫେଡ଼ ପ୍ରିମିୟମ୍ କ୍ଷୀର ଲିଟର ପିଛା ୫୮ ଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବଢି ୬୦ ଟଙ୍କାରେ ପହଞ୍ଚିବ। ଅର୍ଥାତ୍ ପ୍ୟାକେଟ୍ ପିଛା ୫୦୦ ଗ୍ରାମ୍ କ୍ଷୀର ଲିଟର ୩୦ ଟଙ୍କାରେ ମିଳିବ। ସେହିପରି ତୃତୀୟ ସର୍ବାଧିକ ବିକ୍ରି କ୍ଷୀର ଗୋଲ୍ଡ ଲିଟର ପିଛା ୨ ଟଙ୍କା ବଢି ୬୨ ଟଙ୍କାରେ ପହଞ୍ଚିଛି।  

    ଗୋଲ୍ଟ ପ୍ଲସ୍ କ୍ଷୀର ୬୬ ଟଙ୍କା ଏବଂ ଟୋନ୍ କ୍ଷୀର ୫୮ ଟଙ୍କାକୁ ବୃଦ୍ଧି ପାଇବ। ଓମଫେଡ୍ ପରିଚାଳନା କମିଟି ବୈଠକ ବସିଥିଲା।  ଓମଫେଡ୍ ଅଧ୍ୟକ୍ଷଙ୍କ  ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କ୍ଷୀର ଦର ବୃଦ୍ଧି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା। ବିଶ୍ବବଜାରରେ ତୈଳଦର କ୍ରମାଗତ ବୃଦ୍ଧି ଯୋଗୁଁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟୁଛି। ଏହାକୁ ଦୃଷ୍ଟିରେ ରଖି  ସେପ୍ଟେମ୍ବର ୯ ରେ ଚାଷୀଙ୍କୁ ୨ ଟଙ୍କା ଅଧିକ ପ୍ରଦାନ କରାଯାଇଥିଲା।  ହେଲେ ଖୋଦ୍ ମନ୍ତ୍ରୀ କହିଥିଲେ ଯେ,  ଓମଫେଡ୍ ଦର ଖାଉଟିଙ୍କ ପାଇଁ ବଢିବ ନାହିଁ। ଓମଫେଡ୍ ନିଜ ପକେଟ୍ ରୁ ଦେବ।  ହେଲେ ଆଜି ଦର ବୃଦ୍ଧି ଖାଉଟିଙ୍କ ପାଇଁ ମହଙ୍ଗା ହୋଇଛି।

    ଓମଫେଡ୍ ମେ ମାସରେ କ୍ଷୀର ଦର ବଢାଇଥିଲା। ଲିଟର ପିଛା ୩ ରୁ ୪ଟଙ୍କା ଦର ବୃଦ୍ଧି ହୋଇଥିଲା।  ହେଲେ ୫ ମାସ ଭିତରେ ପୁଣି ଥର ଦର ବଢିଛି।  ଫଳରେ ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡିଛି। କ୍ଷୀର ଦର ବୃଦ୍ଧି ସେପଟେ ଚା  ଖଟି ଉପରେ ପ୍ରଭାବ ପକାଇବ। ପ୍ରଥମେ ଚା' ଆଉ ଏବେ କ୍ଷୀର ଦର ବୃଦ୍ଧି ଦର ବଢାଇବ। ସେପଟେ, ଓମଫେଡ୍ ପକ୍ଷରୁ  ଅନ୍ୟ ଦୁଗ୍ଧ ଜାତ ଦ୍ରବ୍ୟର  ତଥା ଦହି, ଛେନାପୋଡ, ମିଠାଦହି, ଘିଅ ଆଦିର ଦର ବୃଦ୍ଧି କରାଯାଇନି।  ଓମଫେଡ୍ ପକ୍ଷରୁ ଭେଜାଲ୍  ଏବଂ ନକଲି ଓମଫେଡ୍ ସାମଗ୍ରୀକୁ ରୋକିବାକୁ କ୍ୟୁଆର୍ କୋଡ୍ ବ୍ୟବହାର କରାଯିବ।  

     

    Add Zee News as a Preferred Source
    TAGS:
    Odia News